ମନ ପାଇଁ ଯୋଗ

ମନ ପାଇଁ ଯୋଗ
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ବଦଳାନ୍ତୁ ଦିନଚର୍ଯ୍ୟା

କେବଳ ଶରୀର ନୁହେଁ, ବରଂ ମାନସିକ ଶାନ୍ତି ପାଇଁ ଯୋଗ ଅତ୍ୟନ୍ତ ଉପକାରୀ। ସାଧାରଣତ ଶୀତଦିନେ ଆମର ମନ ଟିକେ ନିରଶ ରହୁଥିବାର ଦେଖିବାକୁ ମିଳେ । ତେଣୁ ଏହି ସମୟରେ କିଛି ଯୋଗ ଆପଣଙ୍କ ପାଇଁ ଉପକାରୀ ହୋଇପାରିବ ଯାହାକୁ ଆପଣ ଘରେ ରହି ମଧ୍ୟ କରିପାରିବେ । ଆସନ୍ତୁ ଜାଣିବା ସେହିଭଳି କିଛି ଯୋଗ ସମ୍ପର୍କରେ ।

ସମ୍ବନ୍ଧିତ ଖବର ଆୟୁଷ ଡାକ୍ତର ମାନେ କେବଳ ଆୟୁର୍ବେଦିକ ମେଡ଼ିସିନ ଲେଖିବେ - ମୁଖ୍ୟମନ୍ତ୍ରୀ

୧. ତାଡ଼ାସନ

ସମ୍ବନ୍ଧିତ ଖବର ଜଗନ୍ନାଥ ବଲ୍ଲଭ

ଏହା ସବୁ ଯୋଗାସନର ଆରମ୍ଭ ବୋଲି କୁହାଯାଏ । ଏହା ଶରୀରର ମୁଦ୍ରା ସୁଧାରିବା ସହ ମେରୁଦଣ୍ଡକୁ ସିଧା ଏବଂ ମଜବୁତ ରଖିବାରେ ସାହାଯ୍ୟ କରିଥାଏ ।

୨. ଭୁଜଙ୍ଗାସନ

ଏହି ଆସନରେ ଶରୀର ଏକ ନାଗ ସାପ ଭଳି ଦେଖାଯାଏ। ଏହା ପିଠି ଯନ୍ତ୍ରଣାରୁ ମୁକ୍ତି ଦେବା ସହ ପେଟର ମାଂସପେଶୀକୁ ଟାଣିଥାଏ ଏବଂ ଶ୍ୱାସକ୍ରିୟାରେ ଉନ୍ନତି ଆଣିଥାଏ। ଏହାସହ ମାନସିକ ଶାନ୍ତି ମଧଅୟ ଆଣିଥାଏ ।

୩. ଅଧୋମୁଖ ଶ୍ୱାନାସନ

ଏହି ଆସନ ସାରା ଶରୀରକୁ ଷ୍ଟ୍ରେଚ୍ କରିବା ପାଇଁ ବହୁତ ଭଲ। ଏହା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ବଢ଼ାଇବା ସହ ହାତ ଏବଂ ଗୋଡ଼ର ମାଂସପେଶୀକୁ ଶକ୍ତିଶାଳୀ କରିଥାଏ। ଏହାକୁ କରିବାଦ୍ବାରା ଆମ ମୁଡ ମଧ୍ୟ ଭଲ ରହିଥାଏ ।

୪. ବୃକ୍ଷାସନ

ଏହା ଶରୀରର ସନ୍ତୁଳନ ରକ୍ଷା କରିବାରେ ସାହାଯ୍ୟ କରେ। ଏହି ଯୋଗ କରିବା ଦ୍ୱାରା ଏକାଗ୍ରତା ବୃଦ୍ଧି ପାଏ ଏବଂ ଗୋଡ଼ର ସ୍ନାୟୁଗୁଡ଼ିକ ସକ୍ରିୟ ରହିଥାଏ । ଆମର ମନକୁ ମଧ୍ୟ ଏହି ଯୋଗ ଶାନ୍ତ କରିଥାଏ ।

୫. କପାଳଭାତି ପ୍ରାଣାୟମ

ଶୀତଦିନେ ଶରୀରକୁ ଭିତରୁ ଗରମ ରଖିବା ପାଇଁ ଏହା ଶ୍ରେଷ୍ଠ ପ୍ରାଣାୟମ। ଏହା ପାଚନ ଶକ୍ତି ବଢ଼ାଇବା ସହ ରକ୍ତକୁ ବିଶୁଦ୍ଧ କରିବାରେ ଏବଂ ଚେହେରାରେ ଚମକ ଆଣିବାରେ ସାହାଯ୍ୟ କରିଥାଏ ।

Tags: