ତାସ୍‌ ଷ୍ଟ୍ରକ୍‌ଚର ପାଇଁ ବିଶ୍ୱ ରେକର୍ଡ

କୋଲକାତାର ଜଣେ ୧୫ ବର୍ଷୀୟ ବାଳକ ବିଶ୍ୱର ସବୁଠୁ ବଡ଼ ପ୍ଲେଇଙ୍ଗ୍‌ କାର୍ଡ ଷ୍ଟ୍ରକଚର ନିର୍ମାଣ କରି ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛନ୍ତି । ୧୫ ବର୍ଷୀୟ ଅରନବ୍‌ ଡାଗା କଲିକତାର ଐତିହାସିକ ବିଲଡିଂ ରାଇଟର୍ସ, ବିଲଡିଂ ଶହୀଦ ମିନାର, ସଲଫ ଲେକ୍‌ ଷ୍ଟାଡିଅମ୍‌ ଏବଂ ସେଣ୍ଟ ପଲ୍‌ କ୍ୟାଥେଡ୍ରଲ୍‌ର ଷ୍ଟ୍ରକ୍‌ଚରକୁ ତାସ୍‌ ସାହାଯ୍ୟରେ ନିର୍ମାଣ କରିଛନ୍ତି । ଏ ସମସ୍ତ ବିଲଡିଂକୁ ନିର୍ମାଣ କରିବା ପାଇଁ ତାଙ୍କୁ ମୋଟ ୪୧ ଦିନର ସମୟ ଲାଗିଛି […]

Samaya Live Picture
Published On

କୋଲକାତାର ଜଣେ ୧୫ ବର୍ଷୀୟ ବାଳକ ବିଶ୍ୱର ସବୁଠୁ ବଡ଼ ପ୍ଲେଇଙ୍ଗ୍‌ କାର୍ଡ ଷ୍ଟ୍ରକଚର ନିର୍ମାଣ କରି ଗିନିଜ୍‌ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛନ୍ତି । ୧୫ ବର୍ଷୀୟ ଅରନବ୍‌ ଡାଗା କଲିକତାର ଐତିହାସିକ ବିଲଡିଂ ରାଇଟର୍ସ, ବିଲଡିଂ ଶହୀଦ ମିନାର, ସଲଫ ଲେକ୍‌ ଷ୍ଟାଡିଅମ୍‌ ଏବଂ ସେଣ୍ଟ ପଲ୍‌ କ୍ୟାଥେଡ୍ରଲ୍‌ର ଷ୍ଟ୍ରକ୍‌ଚରକୁ ତାସ୍‌ ସାହାଯ୍ୟରେ ନିର୍ମାଣ କରିଛନ୍ତି । ଏ ସମସ୍ତ ବିଲଡିଂକୁ ନିର୍ମାଣ କରିବା ପାଇଁ ତାଙ୍କୁ ମୋଟ ୪୧ ଦିନର ସମୟ ଲାଗିଛି । ପ୍ରାୟ ୧,୪୩,୦୦୦ଟି ତାସ୍‌ ବ୍ୟବହାର କରି ଏହାକୁ ପ୍ରସ୍ତୁତ କରିଥିବାବେଳେ ସେ ଏଥିରେ କୌଣସି ବି ସ୍ଥାନରେ ସେଲୁଟେପ୍‌ କିମ୍ବା କୌଣସି ଅଠାର ବ୍ୟବହାର କରିନାହାନ୍ତି । ମାତ୍ର ୧୫ ବର୍ଷୀୟ ପିଲାର ଏଭଳି କର୍ତ୍ତୃତ୍ୱ ଦେଖି ଆଖପାଖର ସମସ୍ତ ଲୋକ ଆଶ୍ଚର୍ଯ୍ୟଚକିତ ହୋଇଥିବାବେଳେ ଅରନବ୍‌ଙ୍କୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଛି ।

ଏହି ପ୍ରୋଜେକଫଟି ୪୦ ଫୁଟ ଲମ୍ବବିଶିଷ୍ଟ ହୋଇଥିବାବେଳେ ଏହାର ଉଚ୍ଚତା ୧୧ ଫୁଟ ୪ ଇଞ୍ଚ୍‌ ଏବଂ ଏହାର ଚଉଡା ହେଉଛି ୧୬ ଫୁଟ ୮ ଇଞ୍ଚ୍‌ । ଗିନିଜ୍‌ ବିଶ୍ୱ ରେକର୍ଡ ମୁତାବକ, ପୂର୍ବରୁ ଏହି ରେକର୍ଡ ୪୯ ବର୍ଷୀୟ ଆମେରିକୀୟ ବ୍ୟକ୍ତି ବ୍ରାୟନ୍‌ ବର୍ଗଙ୍କ ନାଁରେ ରହିଥିବାବେଳେ ଅରନବ ଏହି ରେକର୍ଡକୁ ଭାଙ୍ଗିବାରେ ସକ୍ଷମ ହୋଇଛନ୍ତି ।

ବ୍ରାୟକ୍‌ ମକାଓର ତିନିଟି ହୋଟେଲ୍‌ର ପ୍ଲେଇଙ୍ଗ୍‌ କାର୍ଡ ଷ୍ଟ୍ରକ୍‌ଚର ପ୍ରସ୍ତୁତ କରିଥିଲେ, ଯାହାର ଲମ୍ବ ୩୪ ଫୁଟ ୧ ଇଞ୍ଚ୍‌ ହୋଇଥିବାବେଳେ ଉଚ୍ଚତା ୯ ଫୁଟ ୫ ଇଞ୍ଚ୍‌ ଓ ଚଉଡା ୧୧ ଫୁଟ ୭ ଇଞ୍ଚ୍‌ ରହିଥିଲା । ଏ ସମ୍ବନ୍ଧରେ ଅରନବ୍‌ କହିଛନ୍ତି ଯେ କାର୍ଡ ଷ୍ଟ୍ରକ୍‌ଚର ତିଆରି କରିବା ପୂର୍ବରୁ ସମସ୍ତ ବିଲïିଙ୍ଗ୍‌ର ବାସ୍ତୁକଳାର ଅଧ୍ୟୟନ କରିବା ତଥା ବିଲïିଙ୍ଗ୍‌ଗୁଡିକ ସମ୍ବନ୍ଧରେ ସବିଶେଷ ତଥ୍ୟ ଜାଣିବା ଲାଗି ସମସ୍ତ ସ୍ଥାନର ପରିଦର୍ଶନ କରିଥିଲେ । ମାତ୍ର ୮ ବର୍ଷ ବୟସରୁ ସେ କାର୍ଡ ଷ୍ଟାକିଙ୍ଗ୍‌ କରୁଥିଲେ ବୋଲି କହିଛନ୍ତି ଅରନବ୍‌ ।

Tags: