ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ

ବର୍ତ୍ତମାନ ସମୟରେ ମହିଳା ମାନେ ଉଭୟ ଘର ଓ ବାହାର କାର୍ଯ୍ୟ ତୁଲାଉଛନ୍ତି । ଏଥି ପାଇଁ ସୋମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାରେ ଅବହେଳା କରିଥାନ୍ତି ।ଯାହା ଫଳରେ ଆଜିକାଲି ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ନିକଟରେ ଅଧିକ ପରିମାଣରେ ରୋଗ ଦେଖିବାକୁ ମିଳୁଛି । ଡାକ୍ତରଙ୍କ କହିବାନୁସାରେ, ବର୍ତ୍ତମାନ ସମୟରେ ମହିଳା ମାନଙ୍କୁ ଅଧିକ ପୃଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । ତେବେ ଯେଉଁ ମହିଳା ମାନେ ନିଜ ଶରୀର ଯନି ନ ନିଅନ୍ତ ସେମାନେ […]

Samaya Live Picture
Published On

ବର୍ତ୍ତମାନ ସମୟରେ ମହିଳା ମାନେ ଉଭୟ ଘର ଓ ବାହାର କାର୍ଯ୍ୟ ତୁଲାଉଛନ୍ତି । ଏଥି ପାଇଁ ସୋମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାରେ ଅବହେଳା କରିଥାନ୍ତି ।ଯାହା ଫଳରେ ଆଜିକାଲି ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ନିକଟରେ ଅଧିକ ପରିମାଣରେ ରୋଗ ଦେଖିବାକୁ ମିଳୁଛି । ଡାକ୍ତରଙ୍କ କହିବାନୁସାରେ, ବର୍ତ୍ତମାନ ସମୟରେ ମହିଳା ମାନଙ୍କୁ ଅଧିକ ପୃଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ । ତେବେ ଯେଉଁ ମହିଳା ମାନେ ନିଜ ଶରୀର ଯନି ନ ନିଅନ୍ତ ସେମାନେ ୪୦ ବର୍ଷ ବେଳକୁ କ୍ୟାଲ୍‌ସିୟମ୍‌ ଅଭାବ, ମାଂସପେଶୀ ଦୁର୍ବଳତା, ରକ୍ତଚାପ ଆଦିର ସମ୍ମୁଖୀନ ହୋଇପାରନ୍ତି ।ତେବେ ଆସନ୍ତୁ ଜାଣିବା ମହିଳାଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇ କେଉଁ କେଉଁ ଖାଦ୍ୟ ଆବଶ୍ୟକ ।
*ଦହି :- ଦହିରେ କ୍ୟାଲ୍ସିୟମ୍‌,ଫସ୍‌ଫରସ୍‌ ଓ ଅଧିକ ପରିମାଣରେ ପୋଷକ ତତ୍ତ୍ୱ ରହିଥାଏ । ତେଣୁ ଦୈନ୍ଦିନ ଦହି ଖାଇବା ଦ୍ୱାରା ପେଟ ସମସ୍ୟାରୁ ମଧ୍ୟ ସାମାନ୍ୟ ମୁକ୍ତି ମିଳିଥାଏ । ଏହାଛଡା ହାଡ ଓ ଦାନ୍ତକୁ ମଜବୁତ କରିଥାଏ ।
*ମାଛ :- ମାଛରେ ଓମେଗା ୩ ଫ୍ୟାଟି ଏସିଡ୍‌ ରହିଥାଏ । ସାଧାରଣତ ଏହି ଏସିଡ୍‌ ବ୍ରେନ୍‌ ଏବଂ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରିଥାଏ । ତେଣୁ ଏହା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାଯକ ହୋଇଥାଏ ।ଏଣୁ ଶାକାହାରୀ ମହିଳା ମାନେ ନିଜ ଖାଦ୍ୟରେ ମାଛକୁ ସାମିଲ କରିବା ଉଚିତ୍‌ ।
* ସେଓ:- ଖାଦ୍ୟ ଖାଇବା ପରେ ପ୍ରତିଦିନ ଗୋଟିଏ ଲେଖାଏଁ ସେଓ ଖାଇବା ଉଚିତ୍‌ । କାରଣ ସେଓରେ ଭିଟାମନ୍ସ ଓ ମିନେରାଲ୍ସ ସହିତ ଅନେକ ପୋଷକ ତତ୍ତ୍ୱ ରହିଥାଏ । ଯାହା ରକ୍ତହୀନତା ଭଳି ସମସ୍ୟାକୁ ଦୂର କରିଥାଏ । ସେହିପରି କୋଷ୍ଠକାଠିନ୍ୟ ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

Tags: