ମହିଳାଙ୍କ ମସ୍ତିଷ୍କ ଅଧିକ ଗରମ

ମହିଳାଙ୍କ ମସ୍ତିଷ୍କ ପୁରୁଷଙ୍କ ଅପେକ୍ଷା ଅଧିକ ଗରମ । କ୍ରୋଧ ନୁହେଁ, କିନ୍ତୁ ତାପମାତ୍ରା ଦୃଷ୍ଟିରୁ ଅଧିକ ଗରମ । ମହିଳାମାନଙ୍କର ମସ୍ତିଷ୍କର ତାପମାତ୍ରା ପୁରୁଷଙ୍କ ତୁଳନାରେ ଅଧା ଡିଗ୍ରୀ ଗରମ । ବିଶେଷ କରି ଦିନ ସମୟରେ ମହିଳାମାନଙ୍କର ମସ୍ତିଷ୍କର ତାପମାତ୍ରା ପ୍ରାୟ ୪୦.୯ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ଥାଏ । କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଏମଆର୍‌ସି ଲାବୋରେଟୋରୀ ଫର୍‌ ମଲିକୁ୍ୟଲର ବାୟୋଲୋଜି ରିସର୍ଚ୍ଚରୁ ଏହି ନୂଆ ତଥ୍ୟ ଜଣାପଡ଼ିଛି । ରିସର୍ଚ୍ଚରେ ସାମ୍ନାକୁ ଆସିଛି ଯେ […]

Samaya Live Picture
Published On

ମହିଳାଙ୍କ ମସ୍ତିଷ୍କ ପୁରୁଷଙ୍କ ଅପେକ୍ଷା ଅଧିକ ଗରମ । କ୍ରୋଧ ନୁହେଁ, କିନ୍ତୁ ତାପମାତ୍ରା ଦୃଷ୍ଟିରୁ ଅଧିକ ଗରମ । ମହିଳାମାନଙ୍କର ମସ୍ତିଷ୍କର ତାପମାତ୍ରା ପୁରୁଷଙ୍କ ତୁଳନାରେ ଅଧା ଡିଗ୍ରୀ ଗରମ । ବିଶେଷ କରି ଦିନ ସମୟରେ ମହିଳାମାନଙ୍କର ମସ୍ତିଷ୍କର ତାପମାତ୍ରା ପ୍ରାୟ ୪୦.୯ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ଥାଏ । କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଏମଆର୍‌ସି ଲାବୋରେଟୋରୀ ଫର୍‌ ମଲିକୁ୍ୟଲର ବାୟୋଲୋଜି ରିସର୍ଚ୍ଚରୁ ଏହି ନୂଆ ତଥ୍ୟ ଜଣାପଡ଼ିଛି ।

 ମହିଳାଙ୍କ ମସ୍ତିଷ୍କ ଅଧିକ ଗରମ

ରିସର୍ଚ୍ଚରେ ସାମ୍ନାକୁ ଆସିଛି ଯେ ଶରୀରର ବାକି ଅଂଶର ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ହୋଇଥିବା ବେଳେ ମସ୍ତିଷ୍କର ହାରାହାରି ତାପମାତ୍ରା ୩୮.୫ ଡିଗ୍ରୀ ହୋଇଥାଏ । ହେଲେ ମସ୍ତିଷ୍କର ଆଭ୍ୟନ୍ତରଣ ଅଂଶର ତାପମାତ୍ରା ୪୦ ଡିଗ୍ରୀ ପର୍ଯ୍ୟନ୍ତ ଗରମ ହୋଇପାରେ । ତେବେ ରିସର୍ଚ୍ଚରେ କୁହାଯାଇଛି ଯେ ମାସିକ ଋତୁସ୍ରାବ କାରଣରୁ ମହିଳାଙ୍କ ମସ୍ତିଷ୍କର ତାପମାତ୍ରା ଅଧିକ ହୋଇଥାଏ । ସେପଟେ ଅନୁସନ୍ଧାନରେ ଜଡ଼ିତ ଥିବା ଡାକ୍ତର ଜନ୍‌ କହିଛନ୍ତି ଯେ ରିସର୍ଚ୍ଚର ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ଯେ ବେଳେବେଳେ ମାନବ ମସ୍ତିଷ୍କର ତାପମାତ୍ରା ବହୁତ ହୃଦ୍ଧି ପାଇଯାଏ ।

 ମହିଳାଙ୍କ ମସ୍ତିଷ୍କ ଅଧିକ ଗରମ

ଯଦି ଶରୀରର ତାପମାତ୍ରା ଏତେ ବଢେ, ତେବେ ଏହା ଜ୍ୱର ଶ୍ରେଣୀରେ ଆସେ । ଏହିପରି ଉଚ୍ଚ ତାପମାତ୍ରା କେବଳ ସେହି ଲୋକମାନଙ୍କଠାରେ ମାପ କରାଯାଇଛି, ଯେଉଁମାନେ ମୁଣ୍ଡରେ ଆଘାତର ଶିକାର ହୋଇଛନ୍ତି । ସେହିପରି ବୟସ ବଢ଼ିବା ସହିତ ମସ୍ତିଷ୍କର ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି । ବୈଜ୍ଞାନିକମାନେ କହିଛନ୍ତି ଯେ ବୟସ ବଢିବା ସହିତ ମସ୍ତିଷ୍କର ଥଣ୍ଡା ହେବାର କ୍ଷମତା କମିଯାଏ ।