ହୁ୍ୟମାନ ବାର୍ବି ହେବା ପାଇଁ ୫୪ ଲକ୍ଷ

ବିଶ୍ୱରେ ବିଭିନ୍ନ ଲୋକଙ୍କର ଭିନ୍ନଭିନ୍ନ ସଉକ ରହିଥାଏ । କିଏ ଫିଟ୍‌ନେସ ପାଇଁ ସଉକ ରଖିଥିବା ବେଳେ କିଏ ଟାଟୁର ସଉକ ରଖୁଛି । ତେବେ ସୋସିଆଲ ମିଡିଆରେ ଜଣେ ଯୁବତୀ ନିଜର ଅଜବ ସଉକ ପାଇଁ ଭାଇରାଲ ହେଉଛନ୍ତି । ସାଧାରଣ ଯୁବତୀମାନଙ୍କ ମଧ୍ୟରେ ବାର୍ବିଡଲ ବେଶ୍‌ ପରିଚିତ । ହେଲେ କେ„ଇସହ ଖେଳୁଖେଳୁ ତା ପରି ହେବାକୁ ଚାହିଁବା ବିରଳ । ଅଷ୍ଟ୍ରିଆର ଏହି ଯୁବତୀ ଜଣଙ୍କ ବର୍ତ୍ତମାନ ବାର୍ବି ଭଳି ନିଜକୁ ପରିବର୍ତ୍ତନ […]

Samaya Live Picture
Published On

ବିଶ୍ୱରେ ବିଭିନ୍ନ ଲୋକଙ୍କର ଭିନ୍ନଭିନ୍ନ ସଉକ ରହିଥାଏ । କିଏ ଫିଟ୍‌ନେସ ପାଇଁ ସଉକ ରଖିଥିବା ବେଳେ କିଏ ଟାଟୁର ସଉକ ରଖୁଛି । ତେବେ ସୋସିଆଲ ମିଡିଆରେ ଜଣେ ଯୁବତୀ ନିଜର ଅଜବ ସଉକ ପାଇଁ ଭାଇରାଲ ହେଉଛନ୍ତି ।

ହୁ୍ୟମାନ ବାର୍ବି ହେବା ପାଇଁ ୫୪ ଲକ୍ଷ

ସାଧାରଣ ଯୁବତୀମାନଙ୍କ ମଧ୍ୟରେ ବାର୍ବିଡଲ ବେଶ୍‌ ପରିଚିତ । ହେଲେ କେ„ଇସହ ଖେଳୁଖେଳୁ ତା ପରି ହେବାକୁ ଚାହିଁବା ବିରଳ । ଅଷ୍ଟ୍ରିଆର ଏହି ଯୁବତୀ ଜଣଙ୍କ ବର୍ତ୍ତମାନ ବାର୍ବି ଭଳି ନିଜକୁ ପରିବର୍ତ୍ତନ କରିଛନ୍ତି, ସେ ବର୍ତ୍ତମାନ ହୁ୍ୟମାନ ବାର୍ବି ନାମରେ ପରିଚିତ ।

ହୁ୍ୟମାନ ବାର୍ବି ହେବା ପାଇଁ ୫୪ ଲକ୍ଷ

୨୧ ବର୍ଷୀୟା ଜେସିକା ତାଙ୍କର ସର୍ଜରୀ ପାଇଁ ୫୨ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ସେ ନିଜ ଶରୀରରେ ଅନେକ କସମେଟିକ୍‌ ସର୍ଜରୀ କରାଇବା ପରେ ନିଜ ମନମୁତାବକ ଆାକର ପାଇଥିଲେ । ତାଙ୍କୁ ଏହି ସର୍ଜରୀ କରିବା ପାଇଁ ୩ବର୍ଷ ସମୟ ଲାଗିଥିଲା ।

ହୁ୍ୟମାନ ବାର୍ବି ହେବା ପାଇଁ ୫୪ ଲକ୍ଷ

ତାଙ୍କୁ ଯେତେବେଳେ ୧୮ ବର୍ଷ ହୋଇଥିଲା ସେହି ସମୟରୁ ସେ ସର୍ଜରୀ ଆରମ୍ଭ କରିଥିଲେ । ତେବେ ସେ ନିଜ ଶରୀରକୁ ଆଗକୁ ଆହୁରି ବଦଳାଇବାର ଯୋଜନା ରଖିଛନ୍ତି । ହେଲେ ତାଙ୍କର ଏହି ପରିବର୍ତ୍ତନରେ ତାଙ୍କ ପରିବାର ଖୁସି ନାହାନ୍ତି । ପରିବାର ତାଙ୍କ ସହିତ ସମସ୍ତ ସମ୍ପର୍କ କାଟିଦେଇଥିବା ସେ ସୂଚନା ଦେଇଛନ୍ତି ।