ଶୀତଦିନିଆ ତ୍ୱଚାର ଯତ୍ନ

ବର୍ତ୍ତମାନ ଚାରିଆଡେ ଶୀତର ଲହରି ଆରମ୍ଭ ହୋଇଛି, ଯାହା ଫଳରେ ଦେଶର ଜଳବାୟୁ ବଦଳିଛି । ତେଣୁ ଏହି ସମୟରେ ଶରୀର ସହିତ ତ୍ୱଚାର ମଧ୍ୟ ଧ୍ୟାନ ରଖିବାର ଅଛି । ଏହି ସମୟରେ ଥଣ୍ଡା ପବନ କାରଣରୁ ସ୍କିନ୍‌ ଶୁଖିବା ସହିତ ରୁକ୍ଷ ହେବା ଆରମ୍ଭ କରିଥାଏ । ଓଠ ଓ ହାତପାଦ ଫାଟିବା ଆରମ୍ଭ କରିଥାଏ ଯାହାର ଯତ୍ନ ନେବାର ଖୁବ ଆବଶ୍ୟକ ରହିଛି । ତେବେ ଏହି ଦିନେ କିଛି ଟ୍ରିକ୍‌କୁ ଆପଣାଇବାର […]

Samaya Live Picture
Published On

ବର୍ତ୍ତମାନ ଚାରିଆଡେ ଶୀତର ଲହରି ଆରମ୍ଭ ହୋଇଛି, ଯାହା ଫଳରେ ଦେଶର ଜଳବାୟୁ ବଦଳିଛି । ତେଣୁ ଏହି ସମୟରେ ଶରୀର ସହିତ ତ୍ୱଚାର ମଧ୍ୟ ଧ୍ୟାନ ରଖିବାର ଅଛି । ଏହି ସମୟରେ ଥଣ୍ଡା ପବନ କାରଣରୁ ସ୍କିନ୍‌ ଶୁଖିବା ସହିତ ରୁକ୍ଷ ହେବା ଆରମ୍ଭ କରିଥାଏ । ଓଠ ଓ ହାତପାଦ ଫାଟିବା ଆରମ୍ଭ କରିଥାଏ ଯାହାର ଯତ୍ନ ନେବାର ଖୁବ ଆବଶ୍ୟକ ରହିଛି । ତେବେ ଏହି ଦିନେ କିଛି ଟ୍ରିକ୍‌କୁ ଆପଣାଇବାର ଅଛି ଯାହାଦ୍ୱାରା ଆପଣ ନିଜର ତ୍ୱଚାର ସଠିକ୍‌ ଯନି ନେଇପାରିବେ । ଯେତେବେଳେ ଥଣ୍ଡା ପବନ ବୋହିଥାଏ, ସେତେବେଳେ ଆମ ତ୍ୱଚା ନିଜର ଆଦ୍ରତା ହରାଇଥାଏ । ତେଣୁ ଶୀତଦିନେ ପ୍ରଥମେ ସ୍କିନ୍‌ ଡ୍ରାଏ ହେବା ଆରମ୍ଭ କରିଥାଏ । ସେହିଭଳି ଶୀତଦିନେ ଘରେ ଲୋକମାନେ ହିଟର ଓ ବ୍ଲୋୟର ଚଳାଇଥାଆନ୍ତି, ଯାହା ପରିବେଶକୁ ଗରମ କରିଥାଏ । ହେଲେ ଏହା ଦ୍ୱାରା ଘରେ ମଧ୍ୟ ବାୟୁର ଆଦ୍ରତା କମିଥାଏ । ତେଣୁ ଘରେ ରହିଲେ ମଧ୍ୟ ଆମ ସ୍କିନ୍‌ ଫାଟିବାର ସମ୍ଭାବନା ରହିଛି । ଏହା ବ୍ୟତିତ ଅସ୍ୱାସ୍ଥ୍ୟକର ଜୀବନଶୈଳୀ କାରଣରୁ ମଧ୍ୟ ତ୍ୱଚ୍ଚାରେ ଫରକ ଦେଖିବାକୁ ମିଳିଥାଏ । ଶୀତଦିନେ ସାଧାରଣତଃ ଲୋକ କମ ପାଣି ପିଅନ୍ତି, ଯାହା ଏକ ତ୍ୱଚାକୁ ଶୁଖିଲା କରିବାର ପ୍ରଥମ କାରଣ ହୋଇଥାଏ । ଏଭଳି ଦେଖିବାକୁ ମିଳେ କି ଯେଉଁମାନଙ୍କର କୌଣସି ସ୍କିନ୍‌ ସମସ୍ୟା ରହିଛି ସେମାନଙ୍କର ଶୀତଦିନେ ତାହା ବଢିଯାଇଥାଏ । ସେହିଭଳି କିଛି ଲୋକଙ୍କର ଶୀତଦିନ ପୋଷାକ ପିନ୍ଧିବା ଫଳରେ ର୍ୟାସ୍‌ ହେବା ସହିତ କୁଣ୍ଡାଇ ମଧ୍ୟ ହୋଇଥାଏ । ତେବେ ଏହି ଦିନେ କିଛି ଟି« ଫଲୋ କରିବାକୁ ହୋଇଥାଏ, ଯାହା ଫଳରେ ଆମ ସ୍କିନ୍‌ ସୁସ୍ଥ ରହିବ ।
– ପ୍ରତିଦିନ ଅତି କମରେ ଦୁଇଥର ମଶ୍ଚରାଇଜର ଲଗାନ୍ତୁ ।
– ଶୀତଦିନେ ମୁହଁ, ହାଥ, ଗୋଡକୁ ଅଧିକ ଧୁଅନ୍ତୁ ନାହିଁ ।
– ଥଣ୍ଡାରେ ସାବୁନର ବ୍ୟବହାର କମ କରନ୍ତୁ ।
– ଅତ୍ୟଧିକ ଥଣ୍ଡାରେ ଘରୁ ବାହାରନ୍ତୁ ନାହିଁ ।
– ଦିନବେଳେ ସନ୍‌ସ୍କ୍ରିନ ଲଗାଇ ବାହାରକୁ ବାହାରନ୍ତୁ ।
– ଦିନକୁ ୮ରୁ ୧୦ ଗ୍ଲାସ୍‌ ପାଣି ପିଅନ୍ତୁ ।
– ଭିଟାମିନ୍‌ ଡି’ର ଅଭାବ ହେବାକୁ ଦିଅନ୍ତୁ ନାହିଁ, ଭିଟାମନ୍‌ ଡି’ରେ ଭରପୁରଥିବା ଖାଦ୍ୟ ଖାଆନ୍ତୁ ।

Tags: