ୱିଣ୍ଟର ଟ୍ରେଣ୍ଡି ବୁଟ୍ସ
ଶୀତଦିନେ ଫ୍ୟାଶନେବୁଲ ଓ ଷ୍ଟାଇଲିସ୍ ଦେଖାଯିବା ଟିକେ କଷ୍ଟକର ହୋଇପଡ଼େ । ଥଣ୍ଡାରୁ ବଞ୍ଚିବା ପାଇଁ ଶରୀରରେ ମୋଟା କପଡ଼ା, ଜ୍ୟାକେଟ, ସ୍ୱିଟେର୍ ଓ ଜୋତା ପିନ୍ଧିବାକୁ ପଡ଼ିଥାଏ । ଯଦି ଆପଣ ସଠିକ୍ ଭାବେ ଶୀତଦିନିଆ ପୋଷାକ ଏବଂ ଆସେସୋରିଜ ଚୟନ କରିବେ, ଷ୍ଟାଇଲିସ୍ ତ ନିଶ୍ଚିତ ଦେଖାଯିବେ । ତେଣୁ କେବଳ ଗରମ ପୋଷାକ ନୁହେଁ ବରଂ ବୁଟ୍ସ କିମ୍ବା ଜୋତାର ଲାଟେଷ୍ଟ୍ ଡିଜାଇନକୁ ବାଛନ୍ତୁ । ଦେଖିବେ ଆପଣ ଶୀତଦିନେ ବି ଅନ୍ୟକୁ […]
ଶୀତଦିନେ ଫ୍ୟାଶନେବୁଲ ଓ ଷ୍ଟାଇଲିସ୍ ଦେଖାଯିବା ଟିକେ କଷ୍ଟକର ହୋଇପଡ଼େ । ଥଣ୍ଡାରୁ ବଞ୍ଚିବା ପାଇଁ ଶରୀରରେ ମୋଟା କପଡ଼ା, ଜ୍ୟାକେଟ, ସ୍ୱିଟେର୍ ଓ ଜୋତା ପିନ୍ଧିବାକୁ ପଡ଼ିଥାଏ । ଯଦି ଆପଣ ସଠିକ୍ ଭାବେ ଶୀତଦିନିଆ ପୋଷାକ ଏବଂ ଆସେସୋରିଜ ଚୟନ କରିବେ, ଷ୍ଟାଇଲିସ୍ ତ ନିଶ୍ଚିତ ଦେଖାଯିବେ । ତେଣୁ କେବଳ ଗରମ ପୋଷାକ ନୁହେଁ ବରଂ ବୁଟ୍ସ କିମ୍ବା ଜୋତାର ଲାଟେଷ୍ଟ୍ ଡିଜାଇନକୁ ବାଛନ୍ତୁ । ଦେଖିବେ ଆପଣ ଶୀତଦିନେ ବି ଅନ୍ୟକୁ ଆକର୍ଷିତ କରିପାରିବେ ।
ଫ୍ରିଞ୍ଜ୍ ବୁଟ୍ସ:

ଯୁବତୀଙ୍କ ମଧ୍ୟରେ ବେଶ୍ ପପୁଲାର ହୋଇପାରିଛି ଫ୍ରିଞ୍ଜ୍ ବୁଟ୍ସ । ଏହା ଉଭୟ ନି ଏବଂ ଆଙ୍କେଲ୍ ପାର୍ଟନର ହୋଇଥାଏ । ପୁରା ଜୋତାରେ ଫ୍ରିଞ୍ଜ୍ (ଏକ ପ୍ରକାରର ଝାଲେରୀ ) ହୋଇଥାଏ, ଯାହା ଦେଖିବାକୁ ଭିନ୍ନ ସହ ଷ୍ଟାଇଲିସ୍ ଲାଗିଥାଏ । ଶୀତଦିନେ ଉଭୟ ହିଲ୍ ଏବଂ ଫ୍ଲାଟ୍ରେ ଭେରାଇଟି ରଙ୍ଗବେରଙ୍ଗର ଫ୍ରିଞ୍ଜ୍ ବୁଟ୍ସ ଆପଣଙ୍କୁ ସହଜରେ ମିଳିଯିବ । ଫ୍ରିଞ୍ଜ୍ ପ୍ୟାଟର୍ନର ଶୋଲïର ବ୍ୟାଗ୍ ମଧ୍ୟ ଟ୍ରେଣ୍ଡ୍ରେ ରହିଛି ।
ଡେନିମ ବୁଟ୍ସ:

ଯଦି ଆପଣ ଡେନିମ୍ ଜିନ୍ସ, ଶର୍ଟ, ଜ୍ୟାକେଟ୍ ଏବଂ ସ୍କର୍ଟ ପିନ୍ଧିବାକୁ ପସନ୍ଦ କରନ୍ତି, ତାହେଲେ ମାର୍କେଟରେ ଡେନିମ୍ ବୁଟ୍ସ ମଧ୍ୟ ଉପଲବ୍ଧ । ଶୀତଦିନେ ମୋଟା ଫ୍ୟାବ୍ରିକ୍ର ଡେନିମ୍ ଲଙ୍ଗ୍ ଆଣ୍ଡ୍ ସ୍ମଲ୍ ବୁଟ୍ସର ବହୁତ ଡିମାଣ୍ଡ ରହିଥାଏ । ଆପଣ ଏହାକୁ ଡେନିମ୍ ଆଉଟଫିଟ୍ ବ୍ୟତୀତ େୱଷ୍ଟର୍ନ ଏବଂ ଏଥିନିକ୍ ୱିୟର ସହ ମଧ୍ୟ ଟ୍ରାଏ କରିପାରିବେ ।
ସ୍ମଲ୍ ଆଙ୍କେଲ୍ ବୁଟ୍ସ:

ଶୀତଦିନେ ଯୁବତୀମାନେ ସ୍ମଲ୍ ଆଙ୍କେଲ୍ ବୁଟ୍ସକୁ ପିନ୍ଧିବାକୁ ବେଶ୍ ପସନ୍ଦ କରିଥାନ୍ତି । ଏହା ପାଦକୁ ସମ୍ପୂର୍ଣ୍ଣ ଭାବେ ଘୋଡ଼ାଇ ରଖେ । ଏହାର ଡିଜାଇନ ନି ଲଙ୍ଗ୍ ବୁଟ୍ସ ପରି ହୋଇଥାଏ, କେବଳ ଏହା ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା ହୋଇନଥାଏ, ପାଦର ଗଣ୍ଠି ଉପରକୁ ରହିଥାଏ । ଏହା େୱଷ୍ଟର୍ନ ପୋଷାକ ସହ ଅଧିକ ଭଲ ମାନିଥାଏ, କିନ୍ତୁ ଆଜିକାଲି କିଶୋରୀ ଏବଂ ଯୁବତୀମାନେ ଏଥନିକ୍ ୱିୟର ସହ ପିନ୍ଧୁଥିବା ଦେଖିବାକୁ ମିଳିଛି ।
ଟାଇ ଆଣ୍ଡ୍ ଡାଇ ଫର୍ ବୁଟ୍ସ:

ବୁଟ୍ସକୁ ଭିନ୍ନ ଷ୍ଟାଇଲରେ କ୍ୟାରୀ କରିବାକୁ ଚାହୁଁଥିଲେ, ଆପଣଙ୍କ ପାଇଁ ଟାଇ ଆଣ୍ଡ୍ ଡାଇ ଫର୍ ବୁଟ୍ସ ଭଲ ବିକଳ୍ପ ରହିବ । ନି ଏବଂ ଆଙ୍କେଲ୍ ଆକାରର ମିଳୁଥିବା ଏହି ବୁଟ୍ସ ପାଦକୁ ଅଧିକ ଗରମ ରଖିବାରେ ସାହାଯ୍ୟ କରେ । ଏଥିରେ ଲାଗିଥିବା ଫର୍ ଦେଖିବାକୁ ଫ୍ୟାଶନେବୁଲ ଲାଗିଥାଏ ।
ନି ଲଙ୍ଗ୍ ବୁଟ୍ସ:

ପାଦକୁ ଥଣ୍ଡାରୁ ବଞ୍ଚେଇବା ପାଇଁ ନି ଲଙ୍ଗ୍ ବୁଟ୍ସ ଭଲ ଏବଂ ଆରାମଦାୟକ ହୋଇଥାଏ । ପାଦରୁ ଆଣ୍ଠୁ ପର୍ଯ୍ୟନ୍ତ ଏହା ଆପଣଙ୍କୁ ଗରମ ରଖିଥାଏ । ଯୁବତୀମାନେ ଏହି ସିଜନରେ ନି ଲଙ୍ଗ୍ ବୁଟ୍ସ ପିନ୍ଧିବାକୁ ଖୁବ୍ ପସନ୍ଦ କରୁଛନ୍ତି । ଆଜିକାଲି ମାର୍କେଟରେ ବିଭିନ୍ନ ଡିଜାଇନ ଯେପରି ହାଇ ହିଲ୍ସ, ଫ୍ଲାଟ୍ ଲେଦର, ଫର୍, ଜିପର୍, ଆନିମଲ୍ ପ୍ରିଣ୍ଟ୍ ଏବଂ ସ୍ନେକ୍ ସ୍କିନ୍ ପରି ପ୍ୟାଟର୍ନ ମିଳୁଛି । ଏହାର ବିଶେଷତ୍ୱ ହେଉଛି ଯେ ଏହି ବୁଟ୍ସ କୌଣସି ପ୍ରକାରର ଆଉଟ୍ଫିଟ୍ ଉପରେ ସୁଟ୍ କରିଥାଏ ।
କାଫ୍ ହାଇ ବୁଟ୍ସ: ଏହି ପ୍ରକାର ବୁଟ୍ସ ଅଧିକ ଆକର୍ଷଣୀୟ ହୋଇଥାଏ । ଏହାକୁ ଆପଣ ପାର୍ଟି କିମ୍ବା ଆଉଟିଂ ପାଇଁ ଯାଉଥିଲେ ପିନ୍ଧିପାରିବେ । ଏଥିସହ ଜେଗିନ୍ସ ଏବଂ ସ୍କର୍ଟ ଉପରେ ଏହାକୁ ଟ୍ରାଏ କରନ୍ତୁ ।

ଆଙ୍କେଲ ବୁଟ୍ସ: ଏହାକୁ ଦେଖିବାକୁ ଯେତିକି ସୁନ୍ଦର, ପିନ୍ଧିବାକୁ ମଧ୍ୟ ସେତିକି ଆରାମଦାୟକ । ଏହି ୱିଣ୍ଟର ବୁଟ୍ସକୁ କାଜୁଆଲ୍ ଏବଂ ଫର୍ମାଲ ୱିୟର ପରି ପିନ୍ଧାଯାଇପାରେ । ଏଥିରେ ଆପଣଙ୍କୁ ୨ ଇଞ୍ଚର ହିଲ୍ ମଧ୍ୟ ମିଳିବ । ଏହାକୁ କାଜୁଆଲ ଡ୍ରେସ ସହ ପେୟାର ଅପ୍ କରି ଫ୍ୟାଶନେବୁଲ୍ ଲୁକ୍ ପାଇପାରିବେ ।
ସ୍ନୋ ବୁଟ୍ସ:

ଏହା ୱିଣ୍ଟର ସିଜନରେ ପିନ୍ଧିବା ପାଇଁ ଏକଦମ୍ ପରଫେକଫ । ଏଥିରେ ଆପଣଙ୍କୁ ରାଉଣ୍ଡ ଟୋ ବୁଟ୍ସ ମିଳିଯିବ । ଏହାକୁ ପିନ୍ଧି ଆପଣ ଟ୍ରାକିଂ କରିପାରିବେ । ଜିନ୍ସ ଏବଂ ଅନ୍ୟ େୱଷ୍ଟର୍ନ ଡ୍ରେସ୍ ସହ ମ୍ୟାଚିଂ କରି ପିନ୍ଧିପାରିବେ ।




