ମୁହଁରେ ଘନ କେଶ

କେଶ ମୁଣ୍ଡକୁ ମାନେ । କିନ୍ତୁ ମୁଣ୍ଡ ପରିବର୍ତ୍ତେ ମୁହଁରେ ଯଦି କେଶ ଉଠେ ତେବେ ? ଏପରି ଅସ୍ୱଭାବିକ ସ୍ଥିତି ପରିଲକ୍ଷିତ ହୋଇଛି ୧୭ ବର୍ଷୀୟ ଲଳିତ ପାଟୀଦାରଙ୍କ କ୍ଷେତ୍ରରେ । ଲଳିତ ଏକ ଦୁର୍ଲଭ ରୋଗରେ ପୀଡିତ । ତାଙ୍କ ମୁହଁରେ ୫ ସେଣ୍ଟିମିଟର ପର୍ଯ୍ୟନ୍ତ କେଶ ଉଠିଯାଇଛି । ମଧ୍ୟପ୍ରଦେଶର ରତଲାମରେ ରହୁଥିବା ଲଳିତ ଭରଭୋଲ® ସିଣ୍ଡ୍ରୋମରେ ପୀଡିତ । ଏହି ରୋଗରେ ଶରୀରରେ କେଶ ଉଠିଥାଏ । ମଧ୍ୟପ୍ରଦେଶର ଏକ ଛୋଟ […]

Samaya Live Picture
Published On

କେଶ ମୁଣ୍ଡକୁ ମାନେ । କିନ୍ତୁ ମୁଣ୍ଡ ପରିବର୍ତ୍ତେ ମୁହଁରେ ଯଦି କେଶ ଉଠେ ତେବେ ? ଏପରି ଅସ୍ୱଭାବିକ ସ୍ଥିତି ପରିଲକ୍ଷିତ ହୋଇଛି ୧୭ ବର୍ଷୀୟ ଲଳିତ ପାଟୀଦାରଙ୍କ କ୍ଷେତ୍ରରେ । ଲଳିତ ଏକ ଦୁର୍ଲଭ ରୋଗରେ ପୀଡିତ । ତାଙ୍କ ମୁହଁରେ ୫ ସେଣ୍ଟିମିଟର ପର୍ଯ୍ୟନ୍ତ କେଶ ଉଠିଯାଇଛି । ମଧ୍ୟପ୍ରଦେଶର ରତଲାମରେ ରହୁଥିବା ଲଳିତ ଭରଭୋଲ® ସିଣ୍ଡ୍ରୋମରେ ପୀଡିତ ।

Thick facial hair

ଏହି ରୋଗରେ ଶରୀରରେ କେଶ ଉଠିଥାଏ । ମଧ୍ୟପ୍ରଦେଶର ଏକ ଛୋଟ ଗାଁ ନନ୍ଦଲେଟାର ଏହି ଛାତ୍ର ଏକ ସାଧାରଣ ପରିବାରର । ତାଙ୍କ ପିତା ଜଣେ କୃଷକ । ସେ ବର୍ତ୍ତମାନ ଦ୍ୱାଦଶ ଶ୍ରେଣୀରେ ପଢୁଛନ୍ତି । ଏହା ସହିତ ସେ ନିଜ ବାପାଙ୍କୁ ଚାଷ କାମରେ ମଧ୍ୟ ସହାୟତା କରନ୍ତି । ଲଳିତ କହିଛନ୍ତି ଛୋଟ ପିଲାମାନେ ତାଙ୍କୁ ଦେଖି ଭୟ କରୁଛନ୍ତି । ଏହି ସ୍ଥିତିକୁ ହାଇପରଟ୍ରିଚୋସିସ୍‌ କୁହାଯାଏ ।

Thick facial hair

ଜନ୍ମ ପରେ ପରେ ସେ କିଛି ଅଲଗା ନଜର ଆସି ନ ଥିଲେ । କିନ୍ତୁ ତାଙ୍କୁ ୬/୭ ବର୍ଷ ହେବା ପରେ ତାଙ୍କ ଶରୀର ସାରା କେଶ ବଢିବାକୁ ଲାଗିଥିଲା । ତାଙ୍କ ସ୍କୁଲର ସାଙ୍ଗମାନେ ତାଙ୍କୁ ମାଙ୍କଡ କହି ଚିଡାଉଛନ୍ତି । ବହୁ ଲୋକ ତାଙ୍କୁ ଭୂତ କହି ମଧ୍ୟ ଚିଡାଇଥାନ୍ତି । ସମସ୍ତେ ତାଙ୍କୁ କୌଣସି ପ୍ରକାର ପୌରାଣିକ ପ୍ରାଣୀ ବୋଲି ଭାବୁଛନ୍ତି । ଲଳିତ କହିଛନ୍ତି ଶରୀରର ଏହି ଅସ୍ୱଭାବିକତାକୁ ନେଇ ସେ ଜୀବନରେ କେବେ ହାର ମାନିବେ ନାହିଁ ଓ ସଂପୂର୍ଣ୍ଣ ଭାବରେ ନିଜ ଜୀବନକୁ ଜୀଇଁବେ ।