ୱିକେଣ୍ଡ୍‌ ବ୍ୟାଗ୍‌

ବର୍ତ୍ତମାନ ଲଙ୍ଗ ୱିକେଣ୍ଡ୍‌ର ଟାଇମ୍‌ ଚାଲିଛି । ତେଣୁ ଦିନେ ଦୁଇଦିନ ଛୁଟିରେ ଯିବା ପାଇଁ ୱିକେଣ୍ଡ୍‌ ବ୍ୟାଗ୍‌ର ଆବଶ୍ୟକତା ପଡୁଛି । ଆସନ୍ତୁ ଜାଣିବା ଟ୍ରେଣ୍ଡ୍‌ରେ ଥିବା କିଛି ୱିକେଣ୍ଡ୍‌ ବ୍ୟାଗ୍‌ ସମ୍ପର୍କରେ । ଲେଦର ୱିକେଣ୍ଡର ଏହା ୱିକେଣ୍ଡ୍‌ବ୍ୟାଗ୍‌ କଲେକ୍ସନ ଲିଷ୍ଟରେ ସବୁଠାରୁ ଆଗରେ ରହିଥାଏ । ସମସ୍ତେ ଏହାକୁ ବେଶ୍‌ ପସନ୍ଦ କରନ୍ତି । ଏଗୁଡିକ ଲେଦରରେ ପ୍ରସ୍ତୁତ କରାଯାଇଥାଏ ତେଣୁ ସେଗୁଡିକର ସେପ୍‌ ସହିତ ଲୁକ୍‌ ଖୁବ ସୁନ୍ଦର ହୋଇଥାଏ । […]

Samaya Live Picture
Published On

ବର୍ତ୍ତମାନ ଲଙ୍ଗ ୱିକେଣ୍ଡ୍‌ର ଟାଇମ୍‌ ଚାଲିଛି । ତେଣୁ ଦିନେ ଦୁଇଦିନ ଛୁଟିରେ ଯିବା ପାଇଁ ୱିକେଣ୍ଡ୍‌ ବ୍ୟାଗ୍‌ର ଆବଶ୍ୟକତା ପଡୁଛି । ଆସନ୍ତୁ ଜାଣିବା ଟ୍ରେଣ୍ଡ୍‌ରେ ଥିବା କିଛି ୱିକେଣ୍ଡ୍‌ ବ୍ୟାଗ୍‌ ସମ୍ପର୍କରେ ।

ଲେଦର ୱିକେଣ୍ଡର
ଏହା ୱିକେଣ୍ଡ୍‌ବ୍ୟାଗ୍‌ କଲେକ୍ସନ ଲିଷ୍ଟରେ ସବୁଠାରୁ ଆଗରେ ରହିଥାଏ । ସମସ୍ତେ ଏହାକୁ ବେଶ୍‌ ପସନ୍ଦ କରନ୍ତି । ଏଗୁଡିକ ଲେଦରରେ ପ୍ରସ୍ତୁତ କରାଯାଇଥାଏ ତେଣୁ ସେଗୁଡିକର ସେପ୍‌ ସହିତ ଲୁକ୍‌ ଖୁବ ସୁନ୍ଦର ହୋଇଥାଏ । ଏଗୁଡିକ ୱିକେଣ୍ଡ୍‌ ଟ୍ରିପ୍‌ ପାଇଁ ଖୁବ ଭଲ ଅପସନ୍‌ ହୋଇଥାଏ । ଏଥିରେ ସବୁ ପ୍ରକାର ଜିନିଷ ଆରାମରେ ଫିଟ୍‌ ହୋଇଯାଇଥାଏ ।

ଡଫଲ୍‌ ବ୍ୟାଗ୍‌ – ଯଦି ଆପଣ ଚକାଲଗା ୱିକେଣ୍ଡ୍‌ ବ୍ୟାଗ ଚାହୁଁଛନ୍ତି, ତେବେ ଡଫଲ୍‌ ବ୍ୟାଗ ଆପଣଙ୍କ ପାଇଁ ବେଷ୍ଟ ଅପସନ୍‌ ରହିବ । ଏଥିରେ ମଧ୍ୟ ଖୁବ ଅଧିକ ସ୍ପେସ୍‌ ମିଳିଥାଏ ଜିନିଷ ରଖିବାକୁ । ଏହାର ଡିଜାଇନ୍‌ ବେଶ୍‌ ହ୍ୟାଣ୍ଡି ହୋଇଥାଏ । ଦେଖିବାକୁ ଖୁବ କୁ୍ୟଟ୍‌ ହୋଇଥାଏ ଏହି ଡଫଲ୍‌ ବ୍ୟାଗ୍‌ ।

ରୋଲର ବ୍ୟାଗ୍‌
ରୋଲର ବ୍ୟାଗ୍‌ ନିଜର େୱଦର ରେଜିଷ୍ଟାନ୍ସ ପାଇଁ ପରିଚିତ । ଏହାର ଡିଜାଇନ୍‌ ଭିଣ୍ଟେଜ ହୋଇଥିବାରୁ ବ୍ୟାଗଟି ବେଲ୍‌ କ୍ଲାସି ଦେଖାଯାଇଥାଏ । ଏହାର ହ୍ୟାଣ୍ଡେଲ୍‌ ଓ ଷ୍ଟିଚିଂ ଖୁବ ମଜବୁତ ଥାଏ । ଏଥିରେ ଆପଣ ନିଜର ଦରକାରୀ ସାମଗ୍ରୀକୁ ଖୁବ ସହଜରେ ପ୍ୟାକ କରିପାରିବେ । ଏହାର ଲୁକ୍‌ ବେଶ୍‌ ଜେଣ୍ଟିଲ୍‌ ହୋଇଥାଏ, ତେଣୁ ଏହାକୁ ୱିକେଣ୍ଡ୍‌ ବ୍ୟାଗ ଲିଷ୍ଟରେ ସବୁଠାରୁ ଆଗରେ ରଖନ୍ତୁ ।

ବ୍ରିଫ୍‌ କେସ୍‌
ୱିକେଣ୍ଡ୍‌ ବ୍ୟାଗ ତାଲିକାରେ ବ୍ରିଫ୍‌ କେସ୍‌ ବର୍ତ୍ତମାନ ଟ୍ରେଣ୍ଡରେ ରହୁଛି । ଏହା ଖୁବ ପୁରୁଣା ହେଲେ ମଧ୍ୟ ଏବେ ଲୋକମାନେ ଏହାକୁ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି । ବର୍ତ୍ତମାନ ବଜାରରେ ଏହାର ଅନେକ ପ୍ରକାର ମିଳୁଛି, ଯାହାକୁ ଆପଣ ୱିକେଣ୍ଡ୍‌ ବ୍ୟାଗ ଭାବେ ବ୍ୟବହାର କରିପାରିବେ ।

Tags: