ୱାଟର୍ ଇନ୍ଟକ୍ସିକେସନ୍
ଯେକୌଣସି ଦେହ ଖରାପ ହେଲେ ଡାକ୍ତରମାନେ ପ୍ରଥମ ପ୍ରାଧ୍ୟାନ ଦେଇଥାଆନ୍ତି ପାଣି ପିଇବା ଉପରେ । ସାଧାରଣତଃ ପାଣି ପିଇବା କମ୍ ହେଲେ ବିଭିନ୍ନ ସମସ୍ୟା ହେବାର ସମ୍ଭାବନା ରହିଥାଏ । ତେବେ ପାଣି ଅଧିକ ପିଇଲେ ମଧ୍ୟ ରୋଗ ହେବାର ସମ୍ଭାବନା ରହିଛି । ଏହି ରୋଗର ବୈଜ୍ଞାନିକ ନାଁ ହେଲା ୱାଟର୍ ଇନ୍ଟକ୍ସିକେସନ୍ । ଏହାର ଅନ୍ୟ ନାମ ୱାଟର୍ ପଏଜନ୍ ମଧ୍ୟ । ଏହା ଆମର ବ୍ରେନ୍ ଫଙ୍କସନ୍ ଉପରେ ମଧ୍ୟ ପ୍ରଭାବ […]
ଯେକୌଣସି ଦେହ ଖରାପ ହେଲେ ଡାକ୍ତରମାନେ ପ୍ରଥମ ପ୍ରାଧ୍ୟାନ ଦେଇଥାଆନ୍ତି ପାଣି ପିଇବା ଉପରେ । ସାଧାରଣତଃ ପାଣି ପିଇବା କମ୍ ହେଲେ ବିଭିନ୍ନ ସମସ୍ୟା ହେବାର ସମ୍ଭାବନା ରହିଥାଏ । ତେବେ ପାଣି ଅଧିକ ପିଇଲେ ମଧ୍ୟ ରୋଗ ହେବାର ସମ୍ଭାବନା ରହିଛି । ଏହି ରୋଗର ବୈଜ୍ଞାନିକ ନାଁ ହେଲା ୱାଟର୍ ଇନ୍ଟକ୍ସିକେସନ୍ । ଏହାର ଅନ୍ୟ ନାମ ୱାଟର୍ ପଏଜନ୍ ମଧ୍ୟ । ଏହା ଆମର ବ୍ରେନ୍ ଫଙ୍କସନ୍ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ରକ୍ତରେ ପାଣିର ପରିମାଣ ଅଧିକ ହେଲେ ସୋଡିୟମ ଡାଇଲୁ୍ୟଟ୍ ହେବାର ସମ୍ଭାବନା ରହିଛି । ଡାକ୍ତରୀ ତଥ୍ୟ ଅନୁସାରେ ଆମ ଶରୀରରେ ଯଦି ସୋଡିୟମର ମାତ୍ରା ଲିଟର ପ୍ରତି ୧୩୫ ମିଲିମୋଲସ୍ ନ ରୁହେ ତେବେ ଆମକୁ ହାଇପୋନାଟ୍ରେମିଆ ହେବାର ସମ୍ଭାବନା ରହିଛି । ଆଗକୁ ଯାଇ ଏହା ଗମ୍ଭୀର ରୂପ ନେଇପାରେ ବୋଲି ମଧ୍ୟ ବୈଜ୍ଞାନିକମାନେ ମତ ପ୍ରକାଶ କରିଛନ୍ତି । ତେବେ ଏହାର ଲକ୍ଷଣ ଚିହ୍ନି ଏହାର ପ୍ରତିକାର କରିବାର ଆବଶ୍ୟକତା ରହିଛି । ଏହାର ଲକ୍ଷଣ ଭାବେ ମୁଣ୍ଡ ବିନ୍ଧା, ନଏଜିଆ, ବାନ୍ତି, ଡ୍ରାଉଜିନେସ୍, ଦୁର୍ବଳ ଲାଗିବା, ରକ୍ତଚାପ ବଢିବା, ନିଃଶ୍ୱାସ ନେବାରେ ଅସୁବିଧା ଆଦି ହୋଇଥାଏ । ତେଣୁ ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ଏଭଳି ଲକ୍ଷଣ ଦେଖିବାକୁ ମିଳୁଛି, ତେବେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ।




