ପରିବା ମଲେଇ

ପ୍ରଣାଳୀ – ନଡିଆ ତେଲ, କଟା ପିଆଜ, ରସୁଣ କଟା, ଅଦା କଟା, କଞ୍ଚାଲଙ୍କା,ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ପସନ୍ଦ ଅନୁସାରେ ପରିବା କଟା (ବିନ, କୋବି, ଗାଜର, କ୍ୟାପସିକମ, ମଟର), ନଡିଆ ରସ, ତେନ୍ତୁଳି ରସ, ଧନିଆ ପତ୍ର । ପ୍ରଣାଳୀ – ପ୍ରଥମେ ପ୍ୟାନରେ ନଡିଆ ତେଲ ଗରମ କରନ୍ତୁ । ଏଥିରେ କଟା ପିଆଜ ପକାଇ ଭାଜନ୍ତୁ । ଅଳ୍ପ ସମୟପରେ ଏଥିରେ କଟା ରସୁଣ, କଟା କଞ୍ଚାଲଙ୍କା, କଟା […]

ପରିବା ମଲେଇ
Samaya Live Picture
Published On

ପ୍ରଣାଳୀ – ନଡିଆ ତେଲ, କଟା ପିଆଜ, ରସୁଣ କଟା, ଅଦା କଟା, କଞ୍ଚାଲଙ୍କା,ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ପସନ୍ଦ ଅନୁସାରେ ପରିବା କଟା (ବିନ, କୋବି, ଗାଜର, କ୍ୟାପସିକମ, ମଟର), ନଡିଆ ରସ, ତେନ୍ତୁଳି ରସ, ଧନିଆ ପତ୍ର ।
ପ୍ରଣାଳୀ – ପ୍ରଥମେ ପ୍ୟାନରେ ନଡିଆ ତେଲ ଗରମ କରନ୍ତୁ । ଏଥିରେ କଟା ପିଆଜ ପକାଇ ଭାଜନ୍ତୁ । ଅଳ୍ପ ସମୟପରେ ଏଥିରେ କଟା ରସୁଣ, କଟା କଞ୍ଚାଲଙ୍କା, କଟା ଅଦା ପକାଇ ଭାଜନ୍ତୁ । ଅଳ୍ପ ସମୟପରେ ଏଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜୀରା ଗୁଣ୍ଡ, ଧନିଆ ଗୁଣ୍ଡ ପକାଇ ଗୋଳାନ୍ତୁ । ଏହାପରେ ଏଥିରେ ପରିବା ପକାଇ ଭାଜନ୍ତୁ । ପରିବା ଅଳ୍ପଅଳ୍ପ ସିଝିବା ପର୍ଯ୍ୟନ୍ତ ଭାଜନ୍ତୁ । ଏହାପରେ ଏଥିରେ ନଡିଆ ରସ ସହିତ ତେନ୍ତୁଳି ରସ ଦେଇଦିଅନ୍ତୁ । ଏଥିସହିତ ଲୁଣ ମଧ୍ୟ ପକାନ୍ତୁ । ପରିବା ସିଝିବା ପର୍ଯ୍ୟନ୍ତ ଫୁଟିବାକୁ ଛାଡି ଦିଅନ୍ତୁ । ଶେଷରେ ଏଥିରେ ଧନିଆ ପତ୍ର ପକାଇ ଗ୍ୟାସ ବନ୍ଦ କରି ନିଅନ୍ତୁ । ଏହାକୁ ଭାତ ସହିତ ପରଷନ୍ତୁ ଖୁବ ସ୍ୱାଦିଷ୍ଟ ହୋଇଥାଏ ।

Tags: