ବାସ୍ତୁ ଅନୁସାରେ ଦିଅନ୍ତୁ ଉପହାର
ପାଖେଇ ଆସୁଛି ବନବର୍ଷ । ବହୁ ଉତ୍ସାହ ଓ ଆନନ୍ଦରେ ବନ୍ଧୁବାନ୍ଧବ ଓ ପ୍ରିୟ ପରିଜନମାନେ ମିଶି ନବବର୍ଷକୁ ପାଳିଥାନ୍ତି । ଖୁସିର ମୂହୁର୍ତ୍ତକୁ ଆହୁରୀ ସୁନ୍ଦର ଓ ଦୃଢ଼ କରିବା ପାଇଁ ନିଜ ପ୍ରିୟମାନଙ୍କୁ ଉପହାର ଦେବାର ପ୍ରଥା ବହୁ ପୁରୁଣା । କି;ୁ ଅନେକ ଦ୍ୱନ୍ଦରେ ରହନ୍ତି ଯେ, ବର୍ଷ ଆରମ୍ଭରେ ନିଜ ପ୍ରିୟ ବନ୍ଧୁ ଓ ପରିଜନଙ୍କୁ କେଉଁ ଉପହାର ଦେବେ । ଯେଉଁ ଉପହାରକୁ ପାଇ ସେମାନେ ଖୁସି ହେବା ସହିତ […]
ପାଖେଇ ଆସୁଛି ବନବର୍ଷ । ବହୁ ଉତ୍ସାହ ଓ ଆନନ୍ଦରେ ବନ୍ଧୁବାନ୍ଧବ ଓ ପ୍ରିୟ ପରିଜନମାନେ ମିଶି ନବବର୍ଷକୁ ପାଳିଥାନ୍ତି । ଖୁସିର ମୂହୁର୍ତ୍ତକୁ ଆହୁରୀ ସୁନ୍ଦର ଓ ଦୃଢ଼ କରିବା ପାଇଁ ନିଜ ପ୍ରିୟମାନଙ୍କୁ ଉପହାର ଦେବାର ପ୍ରଥା ବହୁ ପୁରୁଣା । କି;ୁ ଅନେକ ଦ୍ୱନ୍ଦରେ ରହନ୍ତି ଯେ, ବର୍ଷ ଆରମ୍ଭରେ ନିଜ ପ୍ରିୟ ବନ୍ଧୁ ଓ ପରିଜନଙ୍କୁ କେଉଁ ଉପହାର ଦେବେ । ଯେଉଁ ଉପହାରକୁ ପାଇ ସେମାନେ ଖୁସି ହେବା ସହିତ ସେମାନଙ୍କ ଜୀବନ ଶୁଭମୟ ହେବ ।
ଗଛର ଉପହର-

ଗଛ ହେଉଛି ସକରାତ୍ମକ ଶକ୍ତିର ଉତ୍ସ । ବାସ୍ତୁଅନୁସାରେ ଘରେ ଗଛ ରହିଲେ ମନ ଶା; ରହିଥାଏ । ଏହାସହିତ ପରିବେଶ ସଫା ତଥା ପ୍ରଦୂଷଣ ମୁକ୍ତ ରହିଥାଏ । ଗଛର ଉପହାର ପରସ୍ପର ମଧ୍ୟରେ ପ୍ରେମ ଏବଂ ସମ୍ମାନ ବୃଦ୍ଧି କରେ । ଫଳରେ ସମ୍ପର୍କ ମଜଭୁତ ରୁହେ । ବିଶେଷ କରି ମନି ପ୍ଲାଣ୍ଟ, ବାଉଁଶ ଗଛ, ଜାସ୍ମିନ ଗଛ, ତୁଳସୀ ଗଛ, ପିଓନି ଫୁଲ ଗଛ ଉପହାରରେ ଦେବା ଅତ୍ୟନ୍ତ ଶୁଭ । ପଶ୍ଚାତ୍ୟ ଦେଶରେ ‘ବୋନସାଇ’ ଜାତୀର ଗଛକୁ ଶୁଭ ବୋଲି ବିବେଚନା କରାଯାଏ ।
ସତେଜ ଫୁଲର ଉପହାର-

ସତେତଜ ଫୁଲ କିମ୍ବା ଫୁଲ ଥିବା ଚିତ୍ରର ଉପହାର ଦେବା ଅତ୍ୟନ୍ତ ଶୁଭ । ବିଶେଷ କରି ପିଓନି ଫୁଲ, ଅର୍ଚିଡ୍ ଫୁଲ, ଗୋଲାପ, ଧଳା ରଙ୍ଗର ଫୁଲ, ଲିଲି ଫୁଲ, ଜସ୍ମିନ୍ ଫୁଲ ଉପହାର ଅତ୍ୟନ୍ତ ଶୁଭ ଅଟେ । ଫୁଲର ଉପହାରରେ ଜୀବନରେ ଖୁସିର ସଞ୍ଚାର ହେବା ସହିତ ଭାଗ୍ୟ ବଦଳି ଯାଇଥାଏ ବୋଲି ହିନ୍ଦୁ ଧର୍ମରେ ରହିଛି । ବର୍ଷ ଆରମ୍ଭରେ ଯଦି କେହି ପ୍ରିୟ ପରିଜନ ଏହି ଫୁଲ ଉପହାରରେ ଦେଉଛନ୍ତି, ତେବେ ଆପଣଙ୍କ ବର୍ଷ ଶୁଭ ଓ ଉତ୍ସାହରେ ଭରିଯିବ ।
ସାତ ଘୋଡ଼ାର ଛବି ବା ଘୋଡ଼ା ନାଲ-

ସାତଟି ଘୋଡ଼ା ଥିବା ଚିତ୍ର ଦେବା ଅତ୍ୟନ୍ତ ଶୁଭ । ସାତୋଟି ଘୋଡା ସୂର୍ଯ୍ୟଙ୍କ ରଥର ପ୍ରତୀକ ଭାବରେ ବିବେଚନା କରାଯାଏ । ଏହିପରି ଚିତ୍ର ଘରେ ରହିଲେ ସମୃଦ୍ଧି ମିଳିବା ସହିତ ପାରିବାରିକ ସମ୍ପର୍କ ଦୃଢ଼ ହୁଏ । ଅର୍ଥର ଅଭାବ ରୁହେ ନାହିଁ । ସେହିପରି ଘୋଡ଼ାର ନାଲ ଅତ୍ୟନ୍ତ ଶୁଭ । ଏହା ଘରେ ରହିଲେ କୌଣସି ପ୍ରକାରର ଶକ୍ତିଶାଳୀ ନକରାତ୍ମକ ଉତ୍ସ ଘରେ ପ୍ରବେଶ କରିପାରେନାହିଁ । ସେଥିପାଇଁ କେତେ ଲୋକ ଘରର ପ୍ରବେଶ ଦ୍ୱାରରେ ଘୋଡ଼ା ନାଲ ଲଗାଇଥାନ୍ତି । ଆପଣ ଚାହିଁଲେ ଘୋଡ଼ା ନାଲରେ ପ୍ରସ୍ତୁତ ମୁଦି ମଧ୍ୟ ନିଜ ପ୍ରିୟଙ୍କୁ ଉପହାରରେ ଦେଇପାରିବେ ।
ରୂପା ଓ ସୁନା ଉପହାର-

ରୂପା ଓ ସୁନା ଉପହାର ଦେବା ମଙ୍ଗଳମୟର ପ୍ରତୀକ ଅଟେ । ଏଥିରୁ ତିଆରି ସାମଗ୍ରୀ ବା ଗହଣା ଉପହାରରେ ଦେଲେ ସମୃଦ୍ଧି ମିଳିବା ସହିତ ସ୍ୱାସ୍ଥ୍ୟ ଭଲ ରୁହେ ।
ଲାଫିଙ୍ଗ ବୁଦ୍ଧ ଉପହାର-

ଲାଫିଙ୍ଗ ବୁଦ୍ଧକୁ ଉପହାରରେ ପାଇବାର ଅର୍ଥ ଭାଗ୍ୟ ଖୋଲିଯିବା । ଏହାକୁ ଉପହାରରେ ପାଇଲେ ସମୃଦ୍ଧି ମିଳେ । ମନର ସବୁ ଆଶା ପୂରଣ ହେବାକୁ ଲାଗେ । କାର୍ଯ୍ୟରେ ସଫଳତା ମିଳିବା ସହ ଜୀବନରେ ସୁଖ ଏବଂ ଶାନ୍ତି ବଜାୟ ରୁହେ ।
କଇଁଛ ମୂର୍ତ୍ତି-

ବାସ୍ତୁ ଅନୁସାରେ, କଇଁଛର ମୂର୍ତ୍ତି ଲମ୍ବା ସୁସ୍ଥ୍ୟ ଜୀବନର ପ୍ରତୀକ । କାଚ, ମାଟି ବା କୌଣସି ପ୍ରକାରର ଧାତୁରେ ନିର୍ମିତ କଇଁଛର ମୂର୍ତ୍ତି ବଜାରରେ ମିଳଥାଏ । ଏହାକୁ ଚାହିଁଲେ ଘରେ କିମ୍ବା ନିଜ କାର୍ଯ୍ୟସ୍ଥଳୀରେ ରଖିପାରିବେ । ଏହା ମନକୁ ଶାନ୍ତ, ଧୀର କରିବା ସହିତ ସମୃଦ୍ଧି କରେ ।
ୱିଣ୍ଡ ବେଲ୍-

ଧାତୁ ଓ କଚରେ ନିର୍ମିତ ୱିଣ୍ଡ ବୋଲ୍କୁ ଉପହାରରେ ଦେବା ମଙ୍ଗଳମୟ ହୋଇଥାଏ । ଏହାର ମଧୁର ଶବ୍ଦରେ ଘରେ କୌଣସି ପ୍ରକାର ନକରାତ୍ମକ ଶକ୍ତି ବାସ କରେ ନାହିଁ । ଘରର ବାତାବରଣ ସୁସ୍ଥ ଓ ସୁଖମୟ ରହିଥାଏ । ଏହାସହିତ ଆର୍ଥିକ ପରିସ୍ଥିତିରେ ସୁଧାର ଆସେ ।
ଖ୍ରୀଷ୍ଟାଲ ଲୋଟସ୍-

ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି ଏବଂ ସେମାନଙ୍କ ସହିତ ସମ୍ପର୍କକୁ ଅଧିକ ମଜଭୁତ କରାଇବାକୁ ଚାହିୁଁଛନ୍ତି, ତେବେ ଖ୍ରୀଷ୍ଟାଲ୍ରେ ତିଆରି ପଦ୍ମ ଅତ୍ୟନ୍ତ ଲାଭଦାୟକ । ଏହା ପ୍ରେମ ଏବଂ ପ୍ରଣୟର ପ୍ରତୀକ । ଏହାକୁ ଉପହାରରେ ଦେଲେ ପ୍ରେମ ସମ୍ପର୍କ ବଢ଼ିଥାଏ । ପ୍ରେମୀ ଯୁଗଳଙ୍କ ମଧ୍ୟରେ ଏହି ଉପହାର ଅତ୍ୟନ୍ତ ଶୁଭ ବୋଲି ବାସ୍ତୁରେ ରହିଛି ।
ଡ୍ରିମ୍ କ୍ୟାଚର୍-

ପାଶ୍ଚାତ୍ୟ ବାସ୍ତୁ ଅନୁସାରେ, ଡ୍ରିମ୍ କ୍ୟାଚର ଉପହାର ମିଳିବା ଶୁଭ । ଏହାକୁ ଘରେ ଟାଙ୍ଗିଲେ ମନରେ ସକରାତ୍ମକ ଭାବନା ଜାଗ୍ରତ ହୋଇଥାଏ । ପାରିବାରିକ ସର୍ମ୍ପକ ଦୃଢ଼ ହେବା ସହିତ ମନରେ ଥିବା ଛୋଟରୁ ଅତି ଛୋଟ ଆଶା ପୂରଣ ହୋଇଥାଏ ।




