ଭିନ୍ନ ପରମ୍ପରାର ଭିନ୍ନ ଟୋପି

ସୋସିଆଲ ମିଡିଆଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁଠି ଏବେ ହିଜାବକୁ ନେଇ ଚର୍ଚ୍ଚା, ଆଲୋଚନା ଏବଂ ତର୍କ ଜାରି ରହିଛି । ମୁସଲମାନ ସମ୍ପ୍ରଦାୟ ମହିଳାଙ୍କ ପାଇଁ ହିଜାବ ଏକ ପାରମ୍ପରିକ ପରିଧାନ । ସେହିପରି ଦୁନିଆର ଅନ୍ୟ ଭିନ୍ନ ଭିନ୍ନ ଧର୍ମରେ ମଧ୍ୟ ମୁଣ୍ଡ ଘୋଡ଼ାଇବାର ପରମ୍ପରା ରହିଛି । ଦସ୍ତାର: ଭାରତରେ ଦସ୍ତାର ବେଶ୍‌ ସାଧାରଣ ପରିଧାନ । ଆପଣ ଦେଖିଥିବେ ଶିଖ୍‌ ସମ୍ପ୍ରଦାୟର ପୁରୁଷ ଦସ୍ତାର (ଏକ ପ୍ରକାର ପଗଡ଼ି) ପିନ୍ଧିଥିବେ […]

Samaya Live Picture
Published On

ସୋସିଆଲ ମିଡିଆଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ସବୁଠି ଏବେ ହିଜାବକୁ ନେଇ ଚର୍ଚ୍ଚା, ଆଲୋଚନା ଏବଂ ତର୍କ ଜାରି ରହିଛି । ମୁସଲମାନ ସମ୍ପ୍ରଦାୟ ମହିଳାଙ୍କ ପାଇଁ ହିଜାବ ଏକ ପାରମ୍ପରିକ ପରିଧାନ । ସେହିପରି ଦୁନିଆର ଅନ୍ୟ ଭିନ୍ନ ଭିନ୍ନ ଧର୍ମରେ ମଧ୍ୟ ମୁଣ୍ଡ ଘୋଡ଼ାଇବାର ପରମ୍ପରା ରହିଛି ।

ଦସ୍ତାର:
ଭିନ୍ନ ପରମ୍ପରାର ଭିନ୍ନ ଟୋପି

ଭାରତରେ ଦସ୍ତାର ବେଶ୍‌ ସାଧାରଣ ପରିଧାନ । ଆପଣ ଦେଖିଥିବେ ଶିଖ୍‌ ସମ୍ପ୍ରଦାୟର ପୁରୁଷ ଦସ୍ତାର (ଏକ ପ୍ରକାର ପଗଡ଼ି) ପିନ୍ଧିଥିବେ । ଏହା ସେମାନଙ୍କ ସମ୍ମାନ, ସାହସ, ଆଧ୍ୟାତ୍ମିକତା ଏବଂ ଧାର୍ମିକତାର ପ୍ରତିନିଧିତ୍ୱ କରୁଥିବା ବିଶ୍ୱାସର ଏକ ପରମ୍ପରାକୁ ଦର୍ଶାଇଥାଏ । ଭାରତରେ ପଞ୍ଜାବ କ୍ଷେତ୍ରରେ ୧୫ ଶତା³ୀରୁ ଦସ୍ତାର ପିନ୍ଧିବା ଆରମ୍ଭ ହୋଇଥିଲା ।

ଟାଗଲମଷ୍ଟ:
ଭିନ୍ନ ପରମ୍ପରାର ଭିନ୍ନ ଟୋପି

କିଛି ନକାବ ଏବଂ କିଛି ପଗଡି ପରି ଦେଖାଯାଉଥିବା ଟାଗଲମଷ୍ଟ ଏକପ୍ରକାର କର୍ଟନ ସ୍କାର୍ଫ । ୧୫ ମିଟର ଲମ୍ବା ଏହି ସ୍କାର୍ଫକୁ ପଶ୍ଚିମ ଆଫ୍ରିକାର ପୁରୁଷମାନେ ପିନ୍ଧିଥାନ୍ତି । ଏହା ମୁଣ୍ଡରୁ ମୁହଁ ଓ ନାକ ପର୍ଯ୍ୟନ୍ତ ଅଂଶକୁ ଆଚ୍ଛାଦିତ କରେ । ମରୁଭୂମିରେ ଧୂଳିରୁ ବଞ୍ଚିବା ପାଇଁ ଏହାର ବ୍ୟବହାର କରାଯାଏ ।

ମାଇଟର:

ଭିନ୍ନ ପରମ୍ପରାର ଭିନ୍ନ ଟୋପି
ରୋମାନ କ୍ୟାଥୋଲିକ ଚର୍ଚ୍ଚରେ ପାଦ୍ରୀମାନଙ୍କର ଔପଚାରିକ ପୋଷାକର ଅଂଶ ହେଉଛି ମାଇଟର । ଏକାଦଶ ଶତାବ୍ଦୀରେ ଏହି ମାଇଟର ବହୁତ ଲମ୍ବା ହେଉଥିଲା । ଏହାର ଉଭୟ ପାଶ୍ୱର୍କୁ ଏକ ରିବନ୍‌ ଦ୍ୱାରା ସଂଯୋଗ କରାଯାଉଥିଲା ଏବଂ ମଧ୍ୟ ଭାଗଟି ଫ୍ଲାଟ ରହୁଥିଲା ।

ଶଟ୍ରାଇମଲ:

ଭିନ୍ନ ପରମ୍ପରାର ଭିନ୍ନ ଟୋପି
ଭେଲଭେଟ୍‌ରେ ନିର୍ମିତ ଏହି ଟୋପିକୁ ଇହୁଦି ସମାଜର ଲୋକମାନେ ପିନ୍ଧନ୍ତି । ବିବାହିତ ପୁରୁଷ ଛୁଟିଦିନ କିମ୍ବା ସ୍ୱତନ୍ତ୍ର ଉତ୍ସବରେ ଏହି ପ୍ରକାର ଟୋପି ପିନ୍ଧିଥାନ୍ତି । ଦକ୍ଷିଣପୂର୍ବ ୟୁରୋପରେ ରହୁଥିବା ହାସିଡିକ ସମୁଦାୟ ଏହି ପରମ୍ପରାକୁ ଆରମ୍ଭ କରିଥିଲେ ।

ୟାରମୁେá ବା କିªା:

ଭିନ୍ନ ପରମ୍ପରାର ଭିନ୍ନ ଟୋପି
ୟୁରୋପରେ ରହୁଥିବା ଇହୁଦି ସମୁଦାୟ ୧୭-୧୮ ଶତା³ୀରେ ୟାରମୁେá ତଥା କିªା ପିନ୍ଧିବା ଆରମ୍ଭ କରଲେ । ପରବର୍ତ୍ତୀ ସମୟରେ ଟୋପି ପରି ଦେଖାଯାଉଥିବା ଏହି କିªା ଏମାନଙ୍କ ଧାର୍ମିକ ପ୍ରତୀକ ପାଲଟିଲା ।

ଭିନ୍ନ ପରମ୍ପରାର ଭିନ୍ନ ଟୋପି
ଇହୁଦି ଧାର୍ମିକ ଆଇନ ଅନୁଯାୟୀ ପୁରୁଷ ଏବଂ ମହିଳାଙ୍କ ପାଇଁ ପ୍ରାର୍ଥନା ସମୟରେ ଏବଂ ଧାର୍ମିକସ୍ଥଳରେ ମୁଣ୍ଡ ଘୋଡ଼ାଇବା ବାଧ୍ୟତାମୂଳକ ଥିଲା ।

ହ୍ୟାଟ୍ସ ଓ ବୋନେଟ୍‌:

ଭିନ୍ନ ପରମ୍ପରାର ଭିନ୍ନ ଟୋପି
ଖ୍ରୀଷ୍ଟିଆନ ଅଧୀନରେ ଆସିଥିବା ଆମିଷ ଗୋଷ୍ଠୀ ଅତ୍ୟଧିକ ରକ୍ଷଣଶୀଳ ବିବେଚନା କରାଯାଏ । ସେମାନଙ୍କର ବଂଶଜ ସ୍ୱିଜରଲ୍ୟାଣ୍ଡ ଏବଂ ଜର୍ମାନୀର ଦକ୍ଷିଣ ଭାଗ ସହିତ ଜଡ଼ିତ ବୋଲି ବିଶ୍ୱାସ କରାଯାଏ । ଏହି ସମ୍ପ୍ରଦାୟର ମହିଳାମାନେ ନିଜ ମୁଣ୍ଡରେ ପିନ୍ଧୁଥିବା ଟୋପିଗୁଡ଼ିକୁ ବୋନେଟ୍‌ କୁହାଯାଏ ଏବଂ ପୁରୁଷଙ୍କ ଟୋପିକୁ ହ୍ୟାଟ୍ସ କୁହାଯାଏ ।

ହେଭିଟ୍‌:

ଭିନ୍ନ ପରମ୍ପରାର ଭିନ୍ନ ଟୋପି
ନିଜର ଧାର୍ମିକ ପୋଷାକକୁ ପୁରା କରିବା ପାଉଇଁ ନନ୍‌ମାନେ ବିଶେଷ ପ୍ରକାରର ପର୍ଦ୍ଦା ବ୍ୟବହାର କରିଥାନ୍ତି, ଯାହାକୁ ହେଭିଟ୍‌ କୁହାଯାଏ । ଏହ ହେଭିଟ୍‌ଗୁଡ଼ିକ ସାଧାରଣତଃ ଧଳା କିନ୍ତୁ ନନ୍‌ମାନେ ମଧ୍ୟ କଳା ରଙ୍ଗର ପିନ୍ଧିଥାନ୍ତି ।