ଶୀତଦିନେ ଉପକାରୀ ହେଙ୍ଗୁ

ଶୀତଦିନେ ଉପକାରୀ ହେଙ୍ଗୁ
Ipsita Picture
By: Ipsita
Published On


ଭାରତୀୟ ରୋଷେଇ ଘରେ ଏଭଳି ଅନେକ ସାମଗ୍ରୀ ରହିଛି ଯାହା ଆମର ଖାଦ୍ୟର ସ୍ୱାଦ ବଢାଇବା ସହିତ ଆମ ଦେହ ପାଇଁ ମଧ୍ୟ ଖୁବ ଭଲ, ସେହିଭଳି ଏକ ସାମଗ୍ରୀ ହେଲା ହେଙ୍ଗୁ । ଏହାକୁ ଡାଲି ହେଉ କିମ୍ବା ତରକାରୀରେ ସ୍ୱାଦ ବଢାଇବା ପାଇଁ ପକାଇଥାଆନ୍ତି । ତେବେ ଏହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଭଲ ହୋଇଥାଏ । ଏହାକୁ ଶୀତଦିନର ସୁପର ଫୁଡ ବୋଲି ବିବେଚନା କରାଯାଇଥାଏ । ହେଙ୍ଗୁରେ ଆଣ୍ଟି ଇନ୍‌ଫ୍ଲାମେଣ୍ଟାରୀ, ଆଣ୍ଟି ବ୍ୟାକେଫରିଆଲ ଓ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭରପୂର ହୋଇଥାଏ । ଯାହା ଆମକୁ ଅନେକ ରୋଗରୁ ବଞ୍ଚାଇଥାଏ । ସେହିଭଳି ଏହା ଆମ ଶରୀରକୁ ଭିତରୁ ଗରମ କରିଥାଏ । ତେଣୁ ଶୀତଦିନେ ନିଜ ଖାଦ୍ୟରେ ହେଙ୍ଗୁ ସାମିଲ କରନ୍ତୁ । ଏହା ଖୁବ ଉପକାରୀ ହୋଇଥାଏ । ହେଙ୍ଗୁକୁ ପାଣିରେ ମିଶାଇ ପିଇ ପାରିବେ । ଅଥବା ଏହାକୁ ନିଜର ପ୍ରତିଦିନର ଖାଦ୍ୟରେ ସାମିଲ କରନ୍ତୁ । ହେଙ୍ଗୁ ଓ ଅଦାର ପାଉଡର କରି ଖାଆନ୍ତୁ ଶରୀର ପାଇଁ ଖୁବ ଭଲ ହୋଇଥାଏ । ତେବେ ଏହାକୁ ସନ୍ତୁଳିତ ମାତ୍ରାରେ ସେବନ କରନ୍ତୁ, ଅଧିକ ଖାଆନ୍ତୁ ନାହିଁ । ସେହିଭଳି ଯଦି କୌଣସି ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଆଲର୍ଜି ରହିଛି ତେବେ ଡାକ୍ତରଙ୍କ ପରାମର୍ଶ ପରେ ହିଁ ହେଙ୍ଗୁ ଖାଆନ୍ତୁ । କାରଣ କିଛି ଲୋକଙ୍କ ପାଇଁ ଏହାର ସେବନ ଉପରେ ବାରଣ ରହିଥାଏ ।
ହେଙ୍ଗୁର ଫାଇଦା
- ପାଚନ ତନ୍ତ୍ରରେ ସୁଧାର ଆଣିଥାଏ । ପାଚନତନ୍ତ୍ରକୁ ସୁସ୍ଥ କରିଥାଏ ।
- କୋଲେଷ୍ଟ୍ରୋଲ ନିୟନ୍ତ୍ରଣରେ ରହିଥାଏ ।
- ସଂକ୍ରମଣରୁ ମୁକ୍ତି ।
- ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।
- ରୋଗପ୍ରତିରୋଧକ ଶକ୍ତି ବଢିଥାଏ ।
- ଶରୀର ଭିତରୁ ଗରମ ରହିଥାଏ ।
- ଓଜନ ନିୟନ୍ତ୍ରଣରେ ରହିଥାଏ । 

Tags: