ଖ୍ରୀଷ୍ଟମାସ୍‌କୁ ନେଇ କିଛି ରୋଚକ କଥା

ଖ୍ରୀଷ୍ଟମାସ୍‌ ହେଉଛି ଏକ ଖୁସିର ପର୍ବ । ପ୍ରାୟ ପ୍ରତ୍ୟେକ ଦେଶରେ ଏହି ଉତ୍ସବ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ । ଇସାଇ ଧର୍ମର ଲୋକମାନେ ବଡ଼ଦିନ ରୂପେ ଏହି ଦିନକୁ ନିଜର ପରମ୍ପରା ଅନୁସାରେ ପାଳନ କରିଥାନ୍ତି । ପ୍ରେମ ଏବଂ ମାନବତାର ସନ୍ଦେଶ ଦେଇ ସମଗ୍ରରେ ଖୁସି ବାଣ୍ଟିବା ହିଁ ଇଶ୍ୱରଙ୍କର ପ୍ରକୃତ ସେବା ବୋଲି ଏହି ଉତ୍ସବର ଲକ୍ଷ୍ୟ । ଇସାଇ ଧର୍ମର ଲୋକଙ୍କ ବ୍ୟତିତ ଅନ୍ୟର ଧର୍ମର ଲୋକ ମଧ୍ୟ ଏହି ଖୁସିର […]

Samaya Live Picture
Published On

ଖ୍ରୀଷ୍ଟମାସ୍‌ ହେଉଛି ଏକ ଖୁସିର ପର୍ବ । ପ୍ରାୟ ପ୍ରତ୍ୟେକ ଦେଶରେ ଏହି ଉତ୍ସବ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ । ଇସାଇ ଧର୍ମର ଲୋକମାନେ ବଡ଼ଦିନ ରୂପେ ଏହି ଦିନକୁ ନିଜର ପରମ୍ପରା ଅନୁସାରେ ପାଳନ କରିଥାନ୍ତି । ପ୍ରେମ ଏବଂ ମାନବତାର ସନ୍ଦେଶ ଦେଇ ସମଗ୍ରରେ ଖୁସି ବାଣ୍ଟିବା ହିଁ ଇଶ୍ୱରଙ୍କର ପ୍ରକୃତ ସେବା ବୋଲି ଏହି ଉତ୍ସବର ଲକ୍ଷ୍ୟ । ଇସାଇ ଧର୍ମର ଲୋକଙ୍କ ବ୍ୟତିତ ଅନ୍ୟର ଧର୍ମର ଲୋକ ମଧ୍ୟ ଏହି ଖୁସିର ପର୍ବରେ ସାମିଲ ହୋଇଥାନ୍ତି ଏବଂ ଉତ୍ସବ ସମ୍ପର୍କରେ ଜାଣିବାକୁ ଇଚ୍ଛୁକ ଥାନ୍ତି । ଖ୍ରୀଷ୍ଟମାସ୍‌ ପର୍ବକୁ ନେଇ ଏମିତି କିଛି ରୋଚକ କଥା ରହିଛି, ଯାହାକୁ ଇସାଇ ଧର୍ମର ଲୋକମାନେ ମଧ୍ୟ ଖୁବ୍‌ କମ ଜାଣିଥାନ୍ତି । ଆସନ୍ତୁ ଜାଣିବା ସେହି ରୋଚକ ତଥ୍ୟ ବିଷୟରେ-

* ୧୬ଶହ ମସିହାରେ ଜର୍ମାନରେ ପ୍ରଥମ ଖ୍ରୀଷ୍ଟମାସ୍‌ ଟ୍ରି ତିଆରି କରାଯାଇଥିଲା । ହଂସ ପରକୁ ରଙ୍ଗୀନ୍‌ କରାଯାଇ ସେହି ଟ୍ରି ସଜାଯାଇଥିଲା ।
ଖ୍ରୀଷ୍ଟମାସ୍‌କୁ ନେଇ କିଛି ରୋଚକ କଥା

* ପ୍ରତ୍ୟେକ ବର୍ଷ ୩ ଆରବ ଖ୍ରୀଷ୍ଟମାସ୍‌ କାର୍ଡ ଆମେରିକାରେ ବିକ୍ରି ହୋଇଥାଏ ।
ଖ୍ରୀଷ୍ଟମାସ୍‌କୁ ନେଇ କିଛି ରୋଚକ କଥା

* ଗିନିସ୍‌ ରେକର୍ଡ ଅନୁସାରେ, ବିଶ୍ୱର ସବୁଠାରୁ ଲମ୍ବା ଖ୍ରୀଷ୍ଟମାସ୍‌ ଟ୍ରି ୨୨୧ ଫୁଟର କଟାଯାଇଥିଲା । ଯାହାକୁ ୧୯୫୦ରେ ୱାସିଙ୍ଗଟନର ଏକ ସପିଙ୍ଗ ସେଣ୍ଟରେ ପ୍ରଦର୍ଶିତ କରାଯାଇଥିଲା ।

*ଏହି ଉତ୍ସବର ପାରମ୍ବରିକ ରଙ୍ଗ ହେଉଛି, ସବୁଜ, ନାଲି ଏବଂ ସୁନେଲି । ସବୁଜ ରଙ୍ଗ ଲମ୍ବା ଜୀବନ ଏବଂ ପୁନଃଜନ୍ମର ପ୍ରତୀକ ଥିଲା ବେଳେ ନାଲି ରଙ୍ଗକୁ ଇସା ମସିହାଙ୍କ ପବିତ୍ର ରକ୍ତ ଏବଂ ସୁନେଲି ରଙ୍ଗକୁ ଆଲୋକ, ଧନ ଓ ସମ୍ପତ୍ତିର ପ୍ରତୀକ ରୂପେ ଗ୍ରହଣ କରାଯାଏ ।

* ଖ୍ରୀଷ୍ଟମାସ୍‌ ଦିନ ସନ୍ଧ୍ୟା ସମୟରେ ବୋଲିଭିଆ ଦେଶର ଲୋକ ‘ମିସା ଡେ ଗାଲୋ’ ବା ‘ମିସ ଡେଲ୍‌ ଗାଲା’ ନାମକ ଏକ ସ୍ୱତନ୍ତ୍ର ଉତ୍ସବ କରିଥାନ୍ତି । ଏହି ଉତ୍ସବରେ କୁକୁଡ଼ାକୁ ସାମୂହିକ ସମ୍ମାନ ଦିଆଯାଏ । ମାନ୍ୟତା ଅନୁସାରେ, ଭଗବାନ ଯୀଶୁଙ୍କ ଜନ୍ମର ପ୍ରଥମ ଘୋଷଣା କୁକୁଡ଼ା କରିଥିଲା ।
ଖ୍ରୀଷ୍ଟମାସ୍‌କୁ ନେଇ କିଛି ରୋଚକ କଥା

* ପୋଲାଣ୍ଡରେ ଶ୍ରୀଷ୍ଟମାସ୍‌ ଟ୍ରିରେ ବୁଢ଼ିଆଣୀ ଏବଂ ତା’ର ଜାଲିକୁ ସଜାଯାଇଥାଏ । ମାନ୍ୟତା ଅନୁସାରେ, ଭଗବାନ ଯୀଶୁଙ୍କ ଜନ୍ମ ସମୟରେ ବୁଢ଼ିଆଣୀ ଜାଲ ବୁଣି ଭଗବାନଙ୍କ ପାଇଁ କମ୍ବଳ ପ୍ରସ୍ତୁତ କରିଥିଲା । ଏଣୁ ପୋଲାଣ୍ଡରେ ବୁଢ଼ିଆଣୀ ଏବଂ ତା’ର ଜାଲକୁ ଶୁଭର ପ୍ରତୀକ ଭାବେ ବିବେଚନା କରାଯାଏ ।
ଖ୍ରୀଷ୍ଟମାସ୍‌କୁ ନେଇ କିଛି ରୋଚକ କଥା

*ଜର୍ମାନରେ ବଡ଼ଦିନ ରାତିକୁ ମ୍ୟାଜିକ୍‌ ନାଇଟ୍‌ ଭାବେ ପାଳନ କରାଯାଏ । ଏହି ଦିନରେ ସଚୋଟ ଏବଂ ପବିତ୍ର ହୃଦୟର ଲୋକାମାନେ ପଶୁଙ୍କ ଭାଷା ବୁଝିପାରନ୍ତି ବୋଲି ଜର୍ମାନୀ ବିଶ୍ୱାସ କରିଥାନ୍ତି ।

* ଗ୍ରୀସ୍‌, ଇଟାଲି, ସ୍ପେନ୍‌ ଏବଂ ଜର୍ମାନୀରେ କର୍ମଚାରୀମାନଙ୍କୁ ଏହି ଦିନରେ ଗୋଟିଏ ମାସର ଦରମା ଦିଆଯିବାର ଆଇନ୍‌ ରହିଛି ।

* ପ୍ରତ୍ୟେକ ବର୍ଷ ବିଶ୍ୱର ପ୍ରତ୍ୟେକ କୋଣରୁ ପ୍ରାୟ ୧୦ ଲକ୍ଷରୁ ଅଧିକ ଚିଠି ସାଣ୍ଟା କ୍ଲୋଜ୍‌ଙ୍କ ପେଷ୍ଟାଲ କୋର୍ଡ ଏଚ୍‌ଓଏଚ୍‌-ଓଏଚ୍‌ଓ(ଉଚ୍ଚାରଣ: ହୋ-ହୋ-ହୋ) ନର୍ଥପୋଲ କାନାଡ଼ାକୁ ଆସିଥାଏ ।

* ଖ୍ରୀଷ୍ଟମାସ୍‌ କ୍ରାକର୍‌ (ବାଣ)ର ଉଦ୍ଭାବକ ହେଲେ ଥୋମାସ ସ୍ମିଥ୍‌ ବା ଟମ୍‌ ସ୍ମିଥ୍‌ । ଏହି ବାଣକୁ ମଝିରୁ ଟାଣି ଫୁଟାଯାଏ । ବାଣରୁ ରଙ୍ଗୀନ୍‌ କାଗଜ, ଜରି ଏବଂ ଚକୋଲେଟ୍‌ ବାହାରି ଥାଏ ।
ଖ୍ରୀଷ୍ଟମାସ୍‌କୁ ନେଇ କିଛି ରୋଚକ କଥା

* ଇଂଲଣ୍ଡ ରାଣୀ କ୍ୱିନ୍‌ ଏଲିଜାବେଥ୍‌ଙ୍କ ପ୍ରଥମ ଖ୍ରୀଷ୍ଟମାସ୍‌ ସ୍ପିଚ୍‌ ୧୯୫୭ ମସିହାରେ ଟିଭିରେ ଲାଇଭ୍‌ ଟେଲିକାଷ୍ଟ କରାଯାଇଥିଲା ।