ଆପଣ ଖାଉଥିବା ହଳଦୀରେ ରହିଛି ବିଷ, ଆଣିପାରେ ଏସବୁ ସ୍ବାସ୍ଥ୍ଯ ସମସ୍ୟା

ନୂଆଦିଲ୍ଲୀ: ସାଧାରଣତଃ ଆମେ ହଳଦୀକୁ ତରକାରୀରେ ସ୍ୱାଦ ପାଇଁ ବ୍ୟବହାର କରିବା ସହିତ ଶରୀରର ହିତ ପାଇଁ ବ୍ୟବହାର କରିଥାଉ। ଏହା କେବଳ ଖାଦ୍ୟରେ ନୁହେଁ ପାରମ୍ପାରିକ ଔଷଧରେ ମଧ୍ୟ ବ୍ୟବହୃତ ହୁଏ। ତେବେ ହଳଦୀରେ ଥିବା କର୍କୁମିନକୁ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଉପାଦାନ ପାଇଁ ଜଣାଯାଇଥାଏ। ମାତ୍ର ଏବେ ଏକ ଗବେଷଣାରୁ ଜଣାପଡିଛି ଯେ ଭାରତର କେତେକ ସ୍ଥାନରେ ହଳଦୀର ଗୁଣ ଖରାପ ରହିଛି। ‘ସାଇନ୍ସ ଅଫ୍ ଦ ଟୋଟାଲ ଏନଭରମେଣ୍ଟ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ […]

Samaya Live Picture
Published On

ନୂଆଦିଲ୍ଲୀ: ସାଧାରଣତଃ ଆମେ ହଳଦୀକୁ ତରକାରୀରେ ସ୍ୱାଦ ପାଇଁ ବ୍ୟବହାର କରିବା ସହିତ ଶରୀରର ହିତ ପାଇଁ ବ୍ୟବହାର କରିଥାଉ। ଏହା କେବଳ ଖାଦ୍ୟରେ ନୁହେଁ ପାରମ୍ପାରିକ ଔଷଧରେ ମଧ୍ୟ ବ୍ୟବହୃତ ହୁଏ। ତେବେ ହଳଦୀରେ ଥିବା କର୍କୁମିନକୁ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଉପାଦାନ ପାଇଁ ଜଣାଯାଇଥାଏ। ମାତ୍ର ଏବେ ଏକ ଗବେଷଣାରୁ ଜଣାପଡିଛି ଯେ ଭାରତର କେତେକ ସ୍ଥାନରେ ହଳଦୀର ଗୁଣ ଖରାପ ରହିଛି।

‘ସାଇନ୍ସ ଅଫ୍ ଦ ଟୋଟାଲ ଏନଭରମେଣ୍ଟ’ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଭାରତର ପାଟନା ଏବଂ ପାକିସ୍ତାନର କରାଚି ଏବଂ ପେଶୱାରରେ ଉପଲବ୍ଧ ହଳଦୀରେ ବିପଜ୍ଜନକ ସୀସା ଥିବା ଜଣାପଡିଛି। ଯାହାକି ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ହିସାବରେ ଏହା ୧୦ ମାଇକ୍ରୋଗ୍ରାମ୍ / ଗ୍ରାମ ଧାର୍ଯ୍ୟ ପରିମାଣ ଠାରୁ ୨୦୦ ଗୁଣ ଅଧିକ ଅଟେ।

ଗୌହାଟି ଏବଂ ଚେନ୍ନାଇରେ ହଳଦୀଗୁଣ୍ଡ ର ନମୁନାରେ ଅଧିକ ପରିମାଣରେ ସୀସା ମିଳିଛି। ଲକ୍ଷ୍ନୌ ଏବଂ ଇନ୍ଦୋରରୁ ମିଳିଥିବା ହଳଦୀ ନମୁନାର ମୂଲ୍ୟାଙ୍କନରେ ସୀସା ମିଳି ନ ଥିଲା । ତଥାପି ଏସବୁ ନମୁନାର ଅଧିକ ଗବେଷଣାର ଆବଶ୍ୟକତା ରହିଛି।

Tags: