ଅଧିକ କାନ୍ଦନ୍ତି ତୁର୍କୀର ଶିଶୁ
ନିକଟରେ ଶିଶୁର କାନ୍ଦ ଉପରେ ନୂଆ ରିସର୍ଚ୍ଚ ସାମ୍ନାକୁ ଆସିଛି । ଏଥିରେ କୁହାଯାଇଛି ଯେ ଦେଶ ବଦଳିଲେ ଶିଶୁଙ୍କ କାନ୍ଦିବାର ପ୍ୟାଟର୍ନ ମଧ୍ୟ ବଦଳିଯାଏ । କାନ୍ଦିବା ମାମଲାରେ ତୁର୍କୀ ଏବଂ ଇଟାଲୀର ଶିଶୁ ସବୁଠୁ ଆଗୁଆ । ଏହି ଦାବି ଡେନମାର୍କର ଆରହୁସ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ରିସର୍ଚ୍ଚ କରିଛି । ୭ ହଜାର ୫୮୦ ନବଜାତ ଶିଶୁଙ୍କ ଉପରେ ହୋଇଥିବା ରିସର୍ଚ୍ଚ ଅନୁଯାୟୀ, କାନ୍ଦିବା ଶିଶୁ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । […]
ନିକଟରେ ଶିଶୁର କାନ୍ଦ ଉପରେ ନୂଆ ରିସର୍ଚ୍ଚ ସାମ୍ନାକୁ ଆସିଛି । ଏଥିରେ କୁହାଯାଇଛି ଯେ ଦେଶ ବଦଳିଲେ ଶିଶୁଙ୍କ କାନ୍ଦିବାର ପ୍ୟାଟର୍ନ ମଧ୍ୟ ବଦଳିଯାଏ । କାନ୍ଦିବା ମାମଲାରେ ତୁର୍କୀ ଏବଂ ଇଟାଲୀର ଶିଶୁ ସବୁଠୁ ଆଗୁଆ । ଏହି ଦାବି ଡେନମାର୍କର ଆରହୁସ ବିଶ୍ୱବିଦ୍ୟାଳୟ ପକ୍ଷରୁ କରାଯାଇଥିବା ରିସର୍ଚ୍ଚ କରିଛି । ୭ ହଜାର ୫୮୦ ନବଜାତ ଶିଶୁଙ୍କ ଉପରେ ହୋଇଥିବା ରିସର୍ଚ୍ଚ ଅନୁଯାୟୀ, କାନ୍ଦିବା ଶିଶୁ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।

ବୈଜ୍ଞାନିକଙ୍କ ଅନୁଯାୟୀ ଯଦି କେହି ନବଜାତ ଗୋଟିଏ ଦିନରେ ୩ ଘଣ୍ଟାରୁ ଅଧିକ କାନ୍ଦେ, ତାକୁ ଅଧିକ କାନ୍ଦିବା ବୋଲି ବିବେଚନା କରାଯିବ । ଜନ୍ମର ଆଗାମୀ ୬ମାସ ପର୍ଯ୍ୟନ୍ତ ୧୭ରୁ ୨୫% ଶିଶୁ ଏହି ପ୍ରକାର ହୋଇଥାନ୍ତି । ବୈଜ୍ଞାନିକମାନେ ୧୭ଟି ଦେଶର ୭,୫୮୦ ନବଜାତ ଶିଶୁଙ୍କ ନେଇ ରିସର୍ଚ୍ଚ କରିଥିଲେ । ଏମାନଙ୍କ ମଧ୍ୟରେ ଗୋଟିଏ ସପ୍ତାହରୁ ନେଇ ୫୨ ସପ୍ତାହର ଶିଶୁ ସାମିଲ ଥିଲେ । ରିସର୍ଚ୍ଚରେ ୧୨ ମାସ ପର୍ଯ୍ୟନ୍ତ ସେମାନଙ୍କ କାନ୍ଦିବାର ଶୈଳୀକୁ ଅନୁଧ୍ୟାନ କରାଗଲା । ଏହାପରେ ଜଣାପଡ଼ିଲା ଯେ ଜନ୍ମ ପରେ ଆଗାମୀ ୬ମାସ ପର୍ଯ୍ୟନ୍ତ ଶିଶୁମାନେ କାନ୍ଦିଥାନ୍ତି, ତାହା ଝିଅ ହେଉକି ପୁଅ କାନ୍ଦିବାର ପ୍ୟାର୍ଟନ ସମସ୍ତଙ୍କ ସମାନ ହୋଇଥାଏ । ଆହୁରି ମଧ୍ୟ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଦେଶ ବଦଳିଲେ ମଧ୍ୟ ଶିଶୁଙ୍କ କାନ୍ଦିବାର ପ୍ୟାର୍ଟନ ମଧ୍ୟ ବଦଳିଯାଉଛି । ଭିନ୍ନ ଭିନ୍ନ ଦେଶରେ କାନ୍ଦିବାର ଅଭ୍ୟାସ ଅଲଗା ହୋଇଥାଏ ।

ଆମେରିକା, ବ୍ରିଟେନ ଏବଂ କାନାଡା ଅପେକ୍ଷା ଭାରତ, ମେକ୍ସିକୋ ଏବଂ ଦକ୍ଷିଣ କୋରିଆରେ ନବଜାତ ଶିଶୁ କମ୍ କାନ୍ଦିଥାନ୍ତି । ଅଧ୍ୟୟନରେ ଏହା ବି ପ୍ରମାଣିତ ହୋଇଛି ଯେ ଭାରତରେ ୧ରୁ ୩୮ ସପ୍ତାହର ନବଜାତ ପ୍ରତିଦିନ ୧୩ରୁ ୨୭ମିନିଟ୍ ପର୍ଯ୍ୟନ୍ତ କାନ୍ଦନ୍ତି । ହେଲେ ଇଟାଲୀରେ ଶିଶୁ ୧୪୮ ମିନିଟ କାନ୍ଦନ୍ତି । ଏହାଠୁ ଅଧିକ ତୁର୍କୀର ପିଲାମାନେ ଅଧିକ କାନ୍ଦନ୍ତି । ସେମାନେ ପ୍ରତିଦିନ ୧୯୦ ମିନିଟ କାନ୍ଦନ୍ତି । ଆମେରିକାରେ ନବଜାତ ୮୯ରୁ ୧୧୩ ମିନିଟ ଏବଂ ୟୁକେରେ ୫୦ରୁ ୧୨୧ ମିନିଟ୍ କାନ୍ଦିଥାନ୍ତି । ଅନୁସନ୍ଧାନକାରୀ କ୍ରିଷ୍ଟିନ ପାରସନ କହିଛନ୍ତି, ଶିଶୁ କାନ୍ଦି କରି ପିତାମାତାଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ପ୍ରୟାସ କରନ୍ତି । ସେମାନଙ୍କ କାନ୍ଦିବା ଉପରେ ପିତାମାତା ମଧ୍ୟ ପ୍ରତିକ୍ରିୟା ଦେଇଥାନ୍ତି । ତେଣୁ ଏପରି ଭାବେ ଶିଶୁର ଭାବନାତ୍ମକ ବିକାଶ ହୋଇଥାଏ । ଯେକୌଣସି ଶିଶୁ ପାଇଁ କାନ୍ଦିବା ଜରୁରୀ ହୋଇଥାଏ, ଯାହା ଶାରୀରିକ ଏବଂ ମାନସିକ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ।




