ରାତିରେ ଶୋଇ ସକାଳେ ଉଠନ୍ତି ଗଛ

ଏକଦା ଭାରତୀୟ ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷ ଉଦ୍ଭିଦଗୁଡ଼ିକର ମଧ୍ୟ ଆମ ପରି ଜୀବନ ଅଛି ବୋଲି ଆବିଷ୍କାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଯଦିଓ ଗଛଗୁଡିକ ଆମ ପରି ସେମାନଙ୍କ ସ୍ଥାନରୁ ଘୁଞ୍ଚି ପାରନ୍ତି ନାହିଁ, କିନ୍ତୁ ସେମାନେ ଆମ ପରି ଜନ୍ମ ହୁଅନ୍ତି, ବଡ ହୁଅନ୍ତି ଏବଂ ପରେ ଶୁଖିଯାଇ ମୃତୁ୍ୟ ମୁଖରେ ପଡନ୍ତି । କି;ୁ ଆପଣ ଗଛ ବିଷୟରେ ଆଉ ଏକ କଥା ଜାଣନ୍ତି କି ? ତାହା […]

Samaya Live Picture
Published On

ଏକଦା ଭାରତୀୟ ବୈଜ୍ଞାନିକ ଜଗଦୀଶ ଚନ୍ଦ୍ର ବୋଷ ଉଦ୍ଭିଦଗୁଡ଼ିକର ମଧ୍ୟ ଆମ ପରି ଜୀବନ ଅଛି ବୋଲି ଆବିଷ୍କାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଯଦିଓ ଗଛଗୁଡିକ ଆମ ପରି ସେମାନଙ୍କ ସ୍ଥାନରୁ ଘୁଞ୍ଚି ପାରନ୍ତି ନାହିଁ, କିନ୍ତୁ ସେମାନେ ଆମ ପରି ଜନ୍ମ ହୁଅନ୍ତି, ବଡ ହୁଅନ୍ତି ଏବଂ ପରେ ଶୁଖିଯାଇ ମୃତୁ୍ୟ ମୁଖରେ ପଡନ୍ତି । କି;ୁ ଆପଣ ଗଛ ବିଷୟରେ ଆଉ ଏକ କଥା ଜାଣନ୍ତି କି ? ତାହା ହେଉଛି ଗଛ ବା ଉଦ୍ଭିଦ ମଣିଷଙ୍କ ପରି ରାତିରେ ଶୋଇଥାନ୍ତି ଏବଂ ସକାଳେ ଉଠନ୍ତି । ଆଜିକାଲି ଏ ସଂପର୍କିତ ଏକ ଭିଡିଓ ଭାଇରାଲ ହେଉଛି ଯାହା ଏହାର ପ୍ରମାଣ ।

Trees Go to Sleep at Night and Wake up in the Morning

ଟ୍ୱିଟର ଆକାଉଣ୍ଟ ଟାନସୁଇଗେନରେ ଅନେକ ସମୟରେ ଆଶ୍ଚର୍ଯ୍ୟଜନକ ଭିଡିଓ ପୋଷ୍ଟ କରାଯାଏ । ସମ୍ପ୍ରତି ଏହି ଆକାଉଣ୍ଟରେ ଏକ ଭିଡିଓ ସେୟାର କରାଯାଇଛି ଯେଉଁଥିରେ ଉଦ୍ଭିଦଗୁଡିକ ଦିନରେ ଜାଗ୍ରତ ହେଉଥିବା ଓ ରାତିରେ ଶୋଉଥିବାର ଦେଖାଯାଉଛି । ଆପଣ ନିଶ୍ଚୟ ଶୁଣିଥିବେ ଯେ ପୁରୁଖା ଲୋକମାନେ ରାତିରେ ପତ୍ର କାଟିବାକୁ ବାରଣ କରନ୍ତି । କାରଣ ସେହି ସମୟରେ ଗଛ ଶୋଇଥାଏ । ଏହାର ପ୍ରମାଣ ଏହି ଭିଡିଓରେ ଉପସ୍ଥାପିତ ହୋଇଛି । ଏଥିରେ ଜଲ୍‌ଦି ଜଲଦି ଦିନ ଓ ରାତିର ଦୃଶ୍ୟ ଦେଖାଯାଉଛି ।

Trees Go to Sleep at Night and Wake up in the Morning

ସୂର୍ଯ୍ୟକିରଣ ଅନୁଯାୟୀ ଗଛ ଗୁଡିକରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଯେତେବେଳେ ଦିନ ହେଉଛି ସେତେବେଳେ ଏହି ଗଛର ପତ୍ର ତଳକୁ ଝୁଲି ପଡୁଛି ଓ ରାତି ହେବା ମାତ୍ରେ ପୁଣି ଉପରକୁ ଉଠି ଯାଉଛି । ଏହି ପ୍ରକ୍ରିୟା ଏତେ ଧିର ଗତିରେ ସଂପନ୍ନ ହେଉଛି ଯେ ଆପଣ ଏହା ସହଜରେ ଜାଣି ପାରିବେ ନାହିଁ । କିନ୍ତୁ ଏହି ଭିଡିଓରେ ଆପଣ ଦେଖିପାରିବେ ଦିନ ଓ ରାତିରେ ପତ୍ର ଗୁଡିକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ଏହି ଭିଡିଓକୁ ୧୯ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିବାବେଳେ ଅନେକ ଲୋକ ନିଜର ମତାମତ ମଧ୍ୟ ଦେଇଛନ୍ତି । ଜଣେ ଲେଖିଛନ୍ତି ଭିଡିଓ ଦେଖିବା ପରେ ଲାଗୁଛି ଯେ ଗଛଗୁଡ଼ିକ ଦିନରେ ଅଧିକ ଶୋଇଥା’ନ୍ତି ।