ଟ୍ରାଭେଲ୍ ଆଙ୍ଗ୍ଜାଇଟି
କୌଣସି ଯାଗାକୁ ଯିବା ସମୟରେ ଲୋକମାନେ ସାଧାରଣତଃ ସେହି ସ୍ଥାନ ବିଷୟରେ ସର୍ଚ୍ଚ କରିଥାଆନ୍ତି ଏବଂ ସେଠିକାର ପରିସ୍ଥିତିକୁ ଭାବି ସେମାନଙ୍କୁ ଡର ମଧ୍ୟ ଲାଗିଥାଏ, ତେବେ ଏଗୁଡିକ ସାଧାରଣ କଥା ହୋଇଥାଏ । ହେଲେ ସେହି କଥା ବିଷୟରେ ସବୁବେଳେ ଭାବିଭାବି ଷ୍ଟ୍ରେସରେ ରହିବା ଏକ ମାନସିକ ସମସ୍ୟାରେ ପରିଣତ ହୋଇପାରେ । ଏହାକୁ ଡାକ୍ତରୀ ଭାଷାରେ ଟ୍ରାଭେଲ୍ ଆଙ୍ଗ୍ଜାଇଟି କୁହାଯାଇଥାଏ । ଏହି ସମସ୍ୟା ହେବାର ଅନେକ କାରଣ ରହିଥାଏ । କେତେକଙ୍କ କ୍ଷେତ୍ରରେ […]
କୌଣସି ଯାଗାକୁ ଯିବା ସମୟରେ ଲୋକମାନେ ସାଧାରଣତଃ ସେହି ସ୍ଥାନ ବିଷୟରେ ସର୍ଚ୍ଚ କରିଥାଆନ୍ତି ଏବଂ ସେଠିକାର ପରିସ୍ଥିତିକୁ ଭାବି ସେମାନଙ୍କୁ ଡର ମଧ୍ୟ ଲାଗିଥାଏ, ତେବେ ଏଗୁଡିକ ସାଧାରଣ କଥା ହୋଇଥାଏ । ହେଲେ ସେହି କଥା ବିଷୟରେ ସବୁବେଳେ ଭାବିଭାବି ଷ୍ଟ୍ରେସରେ ରହିବା ଏକ ମାନସିକ ସମସ୍ୟାରେ ପରିଣତ ହୋଇପାରେ । ଏହାକୁ ଡାକ୍ତରୀ ଭାଷାରେ ଟ୍ରାଭେଲ୍ ଆଙ୍ଗ୍ଜାଇଟି କୁହାଯାଇଥାଏ । ଏହି ସମସ୍ୟା ହେବାର ଅନେକ କାରଣ ରହିଥାଏ । କେତେକଙ୍କ କ୍ଷେତ୍ରରେ ନିଜର ବିଗତ ବୁଲିବାକୁ ନେଇଥିବା ତିକ୍ତ ଅନୁଭୂତିରୁ ଏହି ସମସ୍ୟା ଦେଖାଦେଇଥାଏ । ସେମାନେ ଗତଥର ହୋଇଥିବା ହଇରାଣକୁ ବର୍ତ୍ତମାନ ସହ ଯୋଡନ୍ତି, ଯାହା ତାଙ୍କୁ ଷ୍ଟ୍ରେସ୍ ଓ ଟ୍ରାଭେଲ୍ ଆଙ୍ଗ୍ଜାଇଟି ଭଳି ସମସ୍ୟାରେ ପକାଇଥାଏ । ତେବେ ଏହି ଆଙ୍ଗ୍ଜାଇଟିର କାରଣ ବିଭିନ୍ନ ଲୋକଙ୍କ କ୍ଷେତ୍ରରେ ଭିନ୍ନଭିନ୍ନ ହୋଇଥାଏ । ଏହାକୁ ପ୍ରାଥମିକ ଲକ୍ଷଣରୁ ଚିହ୍ନି ଚିକିତ୍ସା କରିବାର ଆବଶ୍ୟକତା ରହିଛି ନଚେତ୍ ଏହା ମାନସିକ ସ୍ତରରେ ଅନେକ ସମସ୍ୟାରେ ପକାଇଥାଏ । ତେବେ ଏଥିରେ ପୀଡିତ ଲୋକମାନେ ଅଧିକ ସମୟ ବିଭିନ୍ନ ଷ୍ଟ୍ରେସରେ ଥିବାର ଦେଖିବାକୁ ମିଳିଥାଏ । ସେମାନେ ଛୋଟଛୋଟ କଥା ଯେପରି ଟ୍ରାଭେଲ୍ ସମୟରେ ରହିବା, ଖାଇବା,ବୁଲିବା ଆଦିକୁ ନେଇ ସବୁବେଳେ କଥାହେଉଥିବାର ଦେଖିବାକୁ ମିଳିଥାଏ । ଏହାର କେବଳ ଯେ ମାନସିକ ଉପରେ ପ୍ରଭାବ ରହିଛି, ତାହା ନୁହେଁ । ଶାରିରୀକ ସ୍ତରରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଅଧିକ ଷ୍ଟ୍ରେସ୍ କାରଣରୁ ଅନମନସ୍କ ରହିବା, ଝାଳ ବାହାରିବା, ହାର୍ଟରେଟ୍ ବଢିବା, ନଏଜିଆ ଆଦି ଦେଖିବାକୁ ମିଳିଥାଏ । ଏହି ଲକ୍ଷଣ ବ୍ୟକ୍ତିବ୍ୟକ୍ତି ମଧ୍ୟରେ ଅଲଗା ଅଲଗା ରହିଥାଏ । କେତେକଙ୍କ କ୍ଷେତ୍ରରେ ପ୍ୟାନିକ୍ ଆଟାକ୍, ସବୁବେଳେ ଟ୍ରାଭେଲ୍ ପ୍ଲାନ କ୍ୟାନସଲ କରୁଥିବାର ଦେଖିବାକୁ ମିଳେ । ଏସବୁ ଲକ୍ଷଣ ଦେଖିଲେ ଡାକ୍ତରଙ୍କ ପରାମର୍ଶ ନେଇପାରିବେ । ଏହାସହ ଯଦି ଟ୍ରାଭେଲ୍ ପ୍ଲାନ୍ କରୁଛନ୍ତି, ସର୍ବଦା ଅଧିକ ଭାବିବାରୁ ମୁକ୍ତ ରୁହନ୍ତୁ । କୌଣସି ବିଶ୍ୱାସଯୋଗ୍ୟ ଲୋକଙ୍କୁ ନିଜର ଟ୍ରାଭେଲ୍ ପ୍ଲାନ୍ କରିବାକୁ ଦିଅନ୍ତୁ । ଏକା ଟ୍ରାଭେଲ୍ ନକରି ସାଙ୍ଗସାଥୀ କିମ୍ବା ପରିବାର ସହ ଟ୍ରାଭେଲ୍ କରନ୍ତୁ ।




