ଟ୍ରେଡିଂ ହେୟାର କଲର

ଷ୍ଟାଇଲିସ୍‌ ହେୟାର କଟ୍‌ ଏବଂ ହେୟାର କଲର୍‌ କରିବା ଏବେ ଯୁବତୀଙ୍କ ପ୍ରଥମ ପସନ୍ଦ ପାଲଟିଛି । ବ୍ରାଉନ୍‌, ରେଡ୍‌ ସର୍ବଦା ଟ୍ରେଣ୍ଡ୍‌ରେ ରହିଥାଏ । ହେଲେ ଏହି ଟ୍ରେଣ୍ଡ୍‌ ପ୍ରତିବର୍ଷ ବଦଳିବାରେ ଲାଗିଛି, ଯାହା ଅନୁସାରେ ଯୁବତୀଙ୍କ ପସନ୍ଦ ମଧ୍ୟ ବଦଳୁଛି । ଏହି ପସନ୍ଦକୁ ଦୃଷ୍ଟିରେ ରଖି ନୂଆ ନୂଆ ହେୟାର କଲର୍‌ ଟ୍ରେଣ୍ଡ୍‌ରେ ରହୁଛି । ତେବେ ହେୟାର କଲର୍‌ ସିଜନ ଏବଂ ଅବସରକୁ ଦେଖି କରାଯାଉଛି । କିନ୍ତୁ କଲର୍‌ର ଟ୍ରେଣ୍ଡ୍‌କୁ […]

Samaya Live Picture
Published On

ଷ୍ଟାଇଲିସ୍‌ ହେୟାର କଟ୍‌ ଏବଂ ହେୟାର କଲର୍‌ କରିବା ଏବେ ଯୁବତୀଙ୍କ ପ୍ରଥମ ପସନ୍ଦ ପାଲଟିଛି । ବ୍ରାଉନ୍‌, ରେଡ୍‌ ସର୍ବଦା ଟ୍ରେଣ୍ଡ୍‌ରେ ରହିଥାଏ । ହେଲେ ଏହି ଟ୍ରେଣ୍ଡ୍‌ ପ୍ରତିବର୍ଷ ବଦଳିବାରେ ଲାଗିଛି, ଯାହା ଅନୁସାରେ ଯୁବତୀଙ୍କ ପସନ୍ଦ ମଧ୍ୟ ବଦଳୁଛି । ଏହି ପସନ୍ଦକୁ ଦୃଷ୍ଟିରେ ରଖି ନୂଆ ନୂଆ ହେୟାର କଲର୍‌ ଟ୍ରେଣ୍ଡ୍‌ରେ ରହୁଛି । ତେବେ ହେୟାର କଲର୍‌ ସିଜନ ଏବଂ ଅବସରକୁ ଦେଖି କରାଯାଉଛି । କିନ୍ତୁ କଲର୍‌ର ଟ୍ରେଣ୍ଡ୍‌କୁ ଧରିବା କଷ୍ଟକର ହୋଇଥାଏ । ତେଣୁ କିଛି ଟିପ୍ସ ଆପଣାନ୍ତୁ ।

ବାଲାନ୍ସ ହେୟାର କଲର୍‌

କେତେକ ଯୁବତୀ ସବୁ ସମୟ ପାଇଁ ବାଲାନ୍ସ ହେୟାର କଲର୍‌ ଚାହୁଁଥିବା ବେଳେ କେତେଜଣ ଡାର୍କ କଲର୍‌ ପସନ୍ଦ କରନ୍ତି ଏବଂ ଆଉ କେତେ ଜଣ ହାଲକା ରଙ୍ଗ ଚୟନ କରନ୍ତି । ତେଣୁ ଡାଲଚିନି, ଜାଇଫଳଠାରୁ ଆରମ୍ଭ କରି କେଶର, ସୋରିଷ ଏବଂ କୋକମ୍‌ ଆଦି ସମସ୍ତ ହେୟାର କଲର୍‌ ଟ୍ରେଣ୍ଡ୍‌ରେ ରହିଛି । ଧଳା କେଶ ଥିବା ମହିଳା ମଧ୍ୟ ସହଜରେ କଲର୍‌ କରି ଗର୍ଜିଅସ୍‌ ଲୁକ୍‌ ପାଇପାରିବେ । ଏଥିରେ ସମ୍ପୂର୍ଣ୍ଣ କେଶକୁ ରଙ୍ଗେଇବା ଦରକାର ନାହିଁ । ଲମ୍ବା ଷ୍ଟ୍ରେଟ ଗ୍ରେ କେଶରେ ଏହା ସୁନ୍ଦର ଦେଖାଯିବ ।

ବୟସ ଅନୁସାରେ କଲର୍‌

= କିଶୋରୀ ଏବଂ ଯୁବତୀଙ୍କ ପାଇଁ ରେଡ୍‌ ଏବଂ ଗୋଲଡ କଲର୍‌ ଅଧିକ ସୁନ୍ଦର ଲାଗେ । ଏହାକୁ ହାଇଲାଇଟ୍ସ କିମ୍ବା ଯେକୌଣସି ରୂପରେ ଲଗାଇପାରିବେ ।
=ମଧ୍ୟବୟସ୍କାଙ୍କ ପାଇଁ ରେଡ୍‌ ବ୍ଲୋଣ୍ଡ୍ସ ଏବଂ କୋପର୍‌ ଭଲ ହୋଇଥାଏ । ଡାଲଚିନି ରଙ୍ଗର ହେୟାର କଲର୍‌ ମଧ୍ୟ ଏମାନଙ୍କୁ ଅଧିକ ୟଙ୍ଗ୍‌ କରିଥାଏ ।
= ସେହିପରି ଗ୍ରେ ହେୟାର ଲୁଚାଇବା ପାଇଁ କୋକମ୍‌ ଏବଂ ଚକୋଲେଟ୍‌ ଉଭୟ କଲର୍‌କୁ ଟ୍ରାଏ କରିପାରିବେ । ଏହା ଗ୍ରେକୁ କଭର୍‌ କରିବା ସହ ଅଳ୍ପ କଲର୍‌ ମଧ୍ୟ ହାଇଲାଇଟ୍‌ କରିଥାଏ ।

ହେୟାର କଲର୍‌ର ଷ୍ଟାଇଲିଂ

କୋପର୍‌ କଲର୍‌ ଇଣ୍ଡିଆନ ଲୁକ୍‌ରେ ଅଧିକ ଭଲ ମାନି ନଥାଏ କାରଣ ଏହା ୱାର୍ମ କଲର, କିନ୍ତୁ ଏହାକୁ ହାଇଲାଇଟ୍ସ ଭାବେ ପ୍ରୟୋଗ କରିବା ଦ୍ୱାରା ଏହା ଲୁକ୍‌କୁ ବହୁତ ସୁନ୍ଦର କରିଥାଏ । ଗୋଲଡ କଲର୍‌ ବି ବହୁତ ପପୁଲାର ଏବଂ ସମସ୍ତ ବୟସର ମହିଳାଙ୍କୁ ସୁଟ୍‌ କରିଥାଏ । ଗୋଲଡ କୁ ହେୟାର ଲେନ୍ଥରେ ଲଗାଇଲେ ଏଲିଗାଣ୍ଟ୍‌ ଲୁକ୍‌ ଆସିଥାଏ । ଏପରି ହେୟାର କଲରକୁ ଷ୍ଟାଇଲିଂ କରିବା ମଧ୍ୟ ସହଜ ହୋଇଥାଏ । ଖୋଲା କେଶ, ମେସି ବନ୍‌, ପୋନି ଟେଲ୍‌ ଆଦି ଯେକୌଣସି ହେୟାରଷ୍ଟାଇଲରେ ଭଲ ଲାଗିଥାଏ ।

Tags: