ଆଇବ୍ରୋ ପାଇଁ ଟିପ୍ସ
ସାଧାରଣତଃ ମହିଳାମାନେ ନିଜକୁ ସୁନ୍ଦର ତଥା ଆକର୍ଷଣୀୟ ଲୁକ୍ ଦେବା ପାଇଁ ବିଭିନ୍ନ ସ୍କିନ୍ କେୟାର୍ ଆପଣାଇଥାଆନ୍ତି । ସେଥିମଧ୍ୟରୁ ଆଇବ୍ରୋକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ହେଲେ ଯଦି ଆଇବ୍ରୋରେ କେଶ ଅଳ୍ପ ଥାଏ ଏବଂ ତାହା ହାଲକା ରଙ୍ଗର ଥାଏ, ତେବେ ଏହା ଚେହେରାର ସୌନ୍ଦଯ୍ୟକୁ ନଷ୍ଟ କରିଦିଏ । ତେଣୁ ଆଇବ୍ରୋକୁ ଘନ ଓ କଳା କରିବା ପାଇଁ କେତୋଟି ଘରୋଇ ଉପଚାର ରହିଛି । -ଆଲୋବେରା ଜେଲ୍: ଘନ ତଥା […]
ସାଧାରଣତଃ ମହିଳାମାନେ ନିଜକୁ ସୁନ୍ଦର ତଥା ଆକର୍ଷଣୀୟ ଲୁକ୍ ଦେବା ପାଇଁ ବିଭିନ୍ନ ସ୍କିନ୍ କେୟାର୍ ଆପଣାଇଥାଆନ୍ତି । ସେଥିମଧ୍ୟରୁ ଆଇବ୍ରୋକୁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ । ହେଲେ ଯଦି ଆଇବ୍ରୋରେ କେଶ ଅଳ୍ପ ଥାଏ ଏବଂ ତାହା ହାଲକା ରଙ୍ଗର ଥାଏ, ତେବେ ଏହା ଚେହେରାର ସୌନ୍ଦଯ୍ୟକୁ ନଷ୍ଟ କରିଦିଏ । ତେଣୁ ଆଇବ୍ରୋକୁ ଘନ ଓ କଳା କରିବା ପାଇଁ କେତୋଟି ଘରୋଇ ଉପଚାର ରହିଛି ।
-ଆଲୋବେରା ଜେଲ୍: ଘନ ତଥା କଳା ଆଇବ୍ରୋ ପାଇଁ ଆଲୋବେରା ଜେଲ୍ ହେଉଛି ଏକ ଭଳ ବିକଳ୍ପ । ଏହାକୁ ପ୍ରତିଦିନ ଆଇବ୍ରୋରେ ଲଗାଇ ପାଞ୍ଚ ମିନିଟ ପର୍ଯ୍ୟନ୍ତ ମସାଜ୍ କରନ୍ତୁ । ଏହାଦ୍ୱାରା କିଛି ଦିନ ମଧ୍ୟରେ ଆପଣ ଘନ ଓ କଳା ଆଇବ୍ରୋ ପାଇବେ ।
-ନଡିଆ ତେଲ : ନଡିଆ ତେଲକୁ ମାଲିସ କରିବା ଦ୍ୱାରା ମଧ୍ୟ ଆଇବ୍ରୋକୁ ଘନ ଓ କଳା କରିହେବ । ଗୋଟିଏ ମାସ ବ୍ୟବହାର କରି ଦେଖନ୍ତୁ, ଫରକ ଆପେ ଜାଣିପାରିବେ ।
-କଞ୍ଚାକ୍ଷୀର: କଞ୍ଚାକ୍ଷୀର ଆଇବ୍ରୋ ବଢାଇବା ସହିତ ଏହାକୁ କଳା କରିବା ପାଇଁ ବେଶ୍ ଫଳପ୍ରଦ ସାବ୍ୟସ୍ତ ହେବ । ତୁଳା ସାହାଯ୍ୟରେ କଞ୍ଚାକ୍ଷୀରକୁ ନେଇ ଆଇବ୍ରୋରେ ଲଗାଇ କିଛି ସମୟ ପାଇଁ ଛାଡିଦିଅନ୍ତୁ । ରାତିରେ ଶୋଇବା ପୂର୍ବରୁ ପ୍ରତିଦିନ କଞ୍ଚାକ୍ଷୀର ଲଗାନ୍ତୁ ।
-ପିଆଜ ରସ : କେଶକୁ ଘନ ଓ କଳା କରିବାରେ ପିଆଜ ରସ ମଧ୍ୟ ସାହାଯ୍ୟ କରିଥାଏ । ତେଣୁ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଆଇବ୍ରୋରେ ପିଆଜ ରସ ଲଗାଇ ଶୁଅନ୍ତୁ ଏବଂ ସକାଳୁ ଉଠି ଏହାକୁ ଧୋଇନିଅନ୍ତୁ ।
-ଅଲିଭ ତେଲ : ଏଥିପାଇଁ ଆପଣ ବାଦାମ ଜାତୀୟ ତେଲ କିମ୍ବା ଅଲିଭ ତେଲର ବ୍ୟବହାର କରିପାରିବେ । ଏହା ଆଇବ୍ରୋକୁ ଘନ ଓ କଳା କରିଥାଏ ।




