୨ କୋଟିର ନେଲ୍ପଲିସ୍
ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାର ଏବଂ ଭିନ୍ନ ଦାମର ପ୍ରସାଧନ ସାମଗ୍ରୀ ମିଳୁଛି । ଏହି ସାମଗ୍ରୀରେ ନେଲ୍ପେଣ୍ଟ୍ କିମ୍ବା ନେଲ୍ପଲିସ୍ର ବହୁତ ଗୁରୁତ୍ୱ ରହିଛି । ଫ୍ୟାଶନ ଜଗତରେ ସର୍ବଦା ମହଙ୍ଗା ଲିପଷ୍ଟିକ୍କୁ ନେଇ ଚର୍ଚ୍ଚା ହୋଇଥାଏ, କିନ୍ତୁ ଏପରି ଅନେକ ନେଲ୍ପଲିସ୍ ଅଛି, ଯାହାକୁ କିଣିବାକୁ ହେଲେ ମୋଟାଅଙ୍କର ମୂଲ୍ୟ ଦେବାକୁ ପଡ଼ିଥାଏ । ଏପରିକି ସେଦି ଦାମରେ ଆପଣ ଫ୍ଲାଟ୍ କିମ୍ବା ଲଗଜରୀ ଗାଡ଼ି କିଣିପାରିବେ । ସେହିପରି ବିଶ୍ୱରେ ଏପରି ଏକ […]
ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାର ଏବଂ ଭିନ୍ନ ଦାମର ପ୍ରସାଧନ ସାମଗ୍ରୀ ମିଳୁଛି । ଏହି ସାମଗ୍ରୀରେ ନେଲ୍ପେଣ୍ଟ୍ କିମ୍ବା ନେଲ୍ପଲିସ୍ର ବହୁତ ଗୁରୁତ୍ୱ ରହିଛି । ଫ୍ୟାଶନ ଜଗତରେ ସର୍ବଦା ମହଙ୍ଗା ଲିପଷ୍ଟିକ୍କୁ ନେଇ ଚର୍ଚ୍ଚା ହୋଇଥାଏ, କିନ୍ତୁ ଏପରି ଅନେକ ନେଲ୍ପଲିସ୍ ଅଛି, ଯାହାକୁ କିଣିବାକୁ ହେଲେ ମୋଟାଅଙ୍କର ମୂଲ୍ୟ ଦେବାକୁ ପଡ଼ିଥାଏ । ଏପରିକି ସେଦି ଦାମରେ ଆପଣ ଫ୍ଲାଟ୍ କିମ୍ବା ଲଗଜରୀ ଗାଡ଼ି କିଣିପାରିବେ ।

ସେହିପରି ବିଶ୍ୱରେ ଏପରି ଏକ ନେଲପଲିସ୍ ରହିଛି, ଯାହାର ଦାମକୁ ନେଇ ସବୁବେଳେ ଆଲୋଚନା କରାଯାଏ । ରିପୋର୍ଟ ଅନୁଯାୟୀ ଲସ୍ଏଞ୍ଜେଲସ୍ର ଡିଜାଇନ ଆଜାଟୁ୍ୟର୍ ପୋଗାସିଆନ ଏକ ଖାସ୍ ନେଲ୍ପେଣ୍ଟ୍ ପ୍ରସ୍ତୁତ କରିଛନ୍ତି । ଏହାର ରଙ୍ଗ ବ୍ଲାକ୍ ରଖିଛନ୍ତି ଏବଂ ଏହାକୁ ଲଗାଇଲେ ଆପଣଙ୍କ ନଖର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିବା ସହ ଲଗଜରୀ ଷ୍ଟାଇଲକୁ ପ୍ରଦର୍ଶିତ କରାଇବ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ଦାମ ୨ ଲକ୍ଷ ୫୦ ହଜାର ଡଲାର ରହିଛି ।

ଭାରତୀୟ ବାଜାରରେ ଏହାର ମୂଲ୍ୟ ୧କୋଟି ୯୦ ଲକ୍ଷ ଟଙ୍କାରୁ ଅଧିକ । ଏତେ ମହଙ୍ଗା ହେବା ପଛର କାରଣ ହେଉଛି ଏହାକୁ ଲଗଜରୀ ଜୁଏଲାରୀ ଡିଜାଇନର ପ୍ରସ୍ତୁତ କରିଛନ୍ତି । ଏଥିରେ ୨୬୭ କ୍ୟାରେଟର ବ୍ଲାକ୍ ଡାଏମଣ୍ଡକୁ ବ୍ୟବହାର କରାଯାଇଛି । କଳାହୀରାର ବ୍ୟବହାର ହିଁ ଏହାର ମୂଲ୍ୟ ବଢାଇଛି । ଆଜାଟୁ୍ୟର ବ୍ୟତୀତ ମାର୍କେଟରେ ବହୁ ଦାମୀ ନେଲ୍ପଲିସ୍ ଉପଲବ୍ଧ, ଯାହା ପ୍ଲାଟିନିୟମ ପାଉଡରରୁ ନିର୍ମିତ ହୋଇଛି । ଏହାଛଡ଼ା କେତେକ ନେଲ୍ ପେଣ୍ଟ୍ ନିଜର ସ୍ୱତନ୍ତ୍ର ବୋତଲ ଯୋଗୁଁ ଚର୍ଚ୍ଚାରେ ରହିଥାନ୍ତି ।




