ସୌନ୍ଦର୍ଯ୍ୟ ପଛର ରହସ୍ୟ

ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଜଣେ ଯୁବତୀଙ୍କ ଫଟୋ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏହି ଯୁବତୀଜଣକ ଏତେ ସୁନ୍ଦର ଯେ ତାଙ୍କ ସୌନ୍ଦର୍ଯ୍ୟ ଆଗରେ ବଡ ବଡ ଅଭିନେତ୍ରୀ ତଥା ମଡେଲ୍‌ମାନେ ଫିକା ପଡିଛନ୍ତି । କୌଣସି ମଡେଲ୍‌ କିମ୍ବା ଅଭିନେତ୍ରୀ ନ ହୋଇ ବି ଏହି ଯୁବତୀଙ୍କର ଗ୍ଲାମରସ୍‌ ଲୁକ୍‌ ସମସ୍ତଙ୍କୁ ଆକର୍ଷିତ କରୁଛି । ତାଙ୍କ ନାଁ ମିଲା ସୋଫିଆ ଏବଂ ସେ ଫିନ୍‌ଲାଣ୍ଡ୍‌ରେ ରୁହନ୍ତି । ଟ୍ୱିଟରରେ ତାଙ୍କର ୯ ହଜାରରୁ […]

Samaya Live Picture
Published On

ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଜଣେ ଯୁବତୀଙ୍କ ଫଟୋ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏହି ଯୁବତୀଜଣକ ଏତେ ସୁନ୍ଦର ଯେ ତାଙ୍କ ସୌନ୍ଦର୍ଯ୍ୟ ଆଗରେ ବଡ ବଡ ଅଭିନେତ୍ରୀ ତଥା ମଡେଲ୍‌ମାନେ ଫିକା ପଡିଛନ୍ତି । କୌଣସି ମଡେଲ୍‌ କିମ୍ବା ଅଭିନେତ୍ରୀ ନ ହୋଇ ବି ଏହି ଯୁବତୀଙ୍କର ଗ୍ଲାମରସ୍‌ ଲୁକ୍‌ ସମସ୍ତଙ୍କୁ ଆକର୍ଷିତ କରୁଛି । ତାଙ୍କ ନାଁ ମିଲା ସୋଫିଆ ଏବଂ ସେ ଫିନ୍‌ଲାଣ୍ଡ୍‌ରେ ରୁହନ୍ତି । ଟ୍ୱିଟରରେ ତାଙ୍କର ୯ ହଜାରରୁ ଅଧିକ ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ତାଙ୍କର ୪୦ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି । ମାତ୍ର ଏହି ଯୁବତୀଜଣକ ସତ ନୁହଁନ୍ତି । ତାଙ୍କୁ କେବଳ କଳ୍ପନା କରାଯାଇ ପ୍ରସ୍ତୁତ କରାଯାଇଛି । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସି ବା ଏଆଇ ଦ୍ୱାରା ମିଲାଙ୍କ ଫଟୋ ପ୍ରସ୍ତୁତ କରାଯାଇଛି । ଏଆଇ ପୂର୍ବରୁ ଏଭଳି ଅନେକ ଚିତ୍ର ପ୍ରସ୍ତୁତ କରିଥିଲା । ମାତ୍ର ମିଲାଙ୍କ କ୍ଷେତ୍ରରେ ଏହାକୁ କେହି ବିଶ୍ୱାସ କରିପାରୁନାହାନ୍ତି ଯେ ସେ କେବଳ କମ୍ପୁ୍ୟଟର ଦ୍ୱାରା ପ୍ରସ୍ତୁତ ହୋଇଥିବା ଗୋଟିଏ ଚିତ୍ର ।

Tags: