ପିଲାଙ୍କ ପାଇଁ ଯୋଗ ର ଆବଶ୍ୟକତା

ମିଳିତ ଜାତିସଂଘ ଦ୍ୱାରା ଭାରତର ପ୍ରଧାନମନ୍ତ୍ରୀଙ୍କ ଯୋଗକୁ ଏକ ସ୍ୱତନ୍ତ୍ର ଦିବସ ରୂପେ ପାଳନ କରିବାକୁ ନିଷ୍ପତି ନେବା ପରେ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । କେବଳ ଭାରତୀୟ ଆଧ୍ୟାତ୍ମିକ ବିଜ୍ଞାନ ନୁହେଁ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରକୁ ଦେଖାଗଲେ ଜଣାଯାଏ ଯେ ଏହି ଯୋଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାଦେୟ ଭୂମିକା ଗ୍ରହଣ କରିଥାଏ । ତେବେ ଯୋଗାସନ କ୍ଷେତ୍ରରେ ପିଲାମାନଙ୍କର କ୍ଷେତ୍ରକୁ ଦେଖିଲେ କେତେକ କ୍ଷେତ୍ରରେ ଭିନ୍ନ ମତ ଦେଖିବାକୁ ମିଳେ । […]

Samaya Live Picture
Published On

ମିଳିତ ଜାତିସଂଘ ଦ୍ୱାରା ଭାରତର ପ୍ରଧାନମନ୍ତ୍ରୀଙ୍କ ଯୋଗକୁ ଏକ ସ୍ୱତନ୍ତ୍ର ଦିବସ ରୂପେ ପାଳନ କରିବାକୁ ନିଷ୍ପତି ନେବା ପରେ ଆନ୍ତର୍ଜାତିକ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । କେବଳ ଭାରତୀୟ ଆଧ୍ୟାତ୍ମିକ ବିଜ୍ଞାନ ନୁହେଁ ସ୍ୱାସ୍ଥ୍ୟ ବିଜ୍ଞାନ କ୍ଷେତ୍ରକୁ ଦେଖାଗଲେ ଜଣାଯାଏ ଯେ ଏହି ଯୋଗ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପାଦେୟ ଭୂମିକା ଗ୍ରହଣ କରିଥାଏ । ତେବେ ଯୋଗାସନ କ୍ଷେତ୍ରରେ ପିଲାମାନଙ୍କର କ୍ଷେତ୍ରକୁ ଦେଖିଲେ କେତେକ କ୍ଷେତ୍ରରେ ଭିନ୍ନ ମତ ଦେଖିବାକୁ ମିଳେ ।

ସେହି ଅନୁସାରେ ଆଠ ବର୍ଷରୁ ଉଦ୍ଧ୍ୱର୍ ପିଲା ତା’ର ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ଯୋଗ ଶିଖାଇଲେ କିଛି ଖରାପ ନୁହେଁ । କିନ୍ତୁ ଏ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଉପାଦେୟ ପ୍ରସଙ୍ଗଟି ହେଉଛି ପିଲାଟିର ସ୍ୱାସ୍ଥ୍ୟ, ଶାରୀରିକ ଅସୁବିଧା ବା ଚିକିତ୍ସା, କୌଣସି ବଂଶାନୁକ୍ରମିକ ରୋଗ ବା ପରିପାର୍ଶ୍ଵିକ ଅବସ୍ଥିତିକୁ ଦେଖି ନିର୍ଣ୍ଣୟ ନେବାକୁ ପଡ଼ିଥାଏ ଯେ ପିଲାଟିର ଶାରୀରିକ ପୁଷ୍ଟିସାଧନ କ୍ଷେତ୍ରରେ ଯୋଗର କ୍ଷେତ୍ର କେଉଁପରି ଓ କିଭଳି ରହିବ ।

ଆଜିକାଲି କିଛି ପିଲାମାନଙ୍କ ବାପମାଆ ବା ଅଭିଭାବକ ଭାବପ୍ରବଣ ହୋଇ ଖୁବ୍‌ କମ୍‌ ବୟସରୁ ପିଲାମାନଙ୍କୁ ଯୋଗ, ଆସନ, ପ୍ରାଣାୟମ ଓ ବିଭିନ୍ନ ଶାରୀରିକ ବିଜ୍ଞାନ କଳା ଶିଖାଉଛନ୍ତି ।
ପିଲାଟିକୁ ପ୍ରଥମେ ସୁସ୍ଥସବଳ ରଖିବା ପରେ ହିଁ ଯୋଗ ଦିଗଟିକୁ ଦୃଷ୍ଟି ଦିଅନ୍ତୁ । ପିଲାମାନଙ୍କୁ ସୂର୍ଯ୍ୟ ନମସ୍କାର ଶିଖାଇବା ଏକ ଖୁବ୍‌ ଭଲ ଅଭ୍ୟାସ । ପିଲାଟିକୁ ନିର୍ଦ୍ଦିଷ୍ଟ ଖାଦ୍ୟ ଓ ବିଶ୍ରାମର ରୁଟିନ୍‌ ତିଆରି କରି ସକାଳୁ ଯୋଗ, ଆସନ ପାଇଁ ପ୍ରସ୍ତୁତି କରନ୍ତୁ । ଏହା ପୂର୍ବରୁ ପିଲାଟିର କୋଷ୍ଠକାଠିନ୍ୟ ଥିଲେ, ବଦ୍‌ହଜମ ରହୁଥିଲେ, ଶ୍ୱାସ ବା ଅନ୍ୟକୌଣସି ଆନୁବଂଶିକ ବା ସଂକ୍ରମିତ ରୋଗ ରହୁଥିଲେ, ପିଲାଟିକୁ ନିଦ ନ ହେଉଥିଲେ, ଦୁର୍ବଳ ସ୍ୱାସ୍ଥ୍ୟ ରହୁଥିଲେ, ଉଦାସୀନତା ଚିନ୍ତାଧାରା ଥିଲେ ଏହିପରି ଅନେକ କ୍ଷେତ୍ରର ପରିପାଶ୍ୱର୍କ ସ୍ଥିତିକୁ ଗୁରୁତ୍ୱର ସହିତ ଦୃଷ୍ଟି ଦିଅନ୍ତୁ ।

ଯୋଗାସନ ଶିକ୍ଷା ଦେବା ପୂର୍ବରୁ ପିଲାଟିର ସକାଳୁ ନିତ୍ୟକର୍ମ ସାରିବାର ଅଭ୍ୟାସ ରଖନ୍ତୁ । ପିଲାଟିକୁ ନିଶ୍ଚିନ୍ତ ଭାବରେ ଜଣେ ବିଧିବଦ୍ଧ ଯୋଗ ପ୍ରଶିକ୍ଷକଙ୍କ ଠାରୁ ହିଁ ଏହାକୁ ଶିକ୍ଷା ଦେବାକୁ ବ୍ୟବସ୍ଥା କରନ୍ତୁ । ପିଲାଟିର ବିଶ୍ରାମ, ସକାଳର ନିଦ୍ରା ତ୍ୟାଗ, ନିତ୍ୟକର୍ମ ସହ ବିଦ୍ୟାଳୟକୁ ଯିବା ସମୟକୁ ମଧ୍ୟ ଦୃଷ୍ଟିରେ ରଖନ୍ତୁ । ଯୋଗାସନ କରୁଥିବା ପିଲାଟିକୁ ସୁସ୍ଥ ଖାଦ୍ୟ ଦରକାର ହୋଇଥାଏ I ସେହି ଅନୁସାରେ ପିଲାଟିକୁ ଘରୋଇ ବ୍ୟବସ୍ଥାର ପୃଷ୍ଟିକର ଖାଦ୍ୟ ଦିଅନ୍ତୁ । ମୁଗଗଜା ହେଉ ବା ବାଦାମ, ପଞ୍ଚବର୍ଣ୍ଣି ଛତୁଆ ହେଉ ବା ଫଳ, କ୍ଷୀର ହେଉ ବା ଅଣ୍ଡା ବା ଛୋଟମାଛ ଏହା ପିଲାମାନଙ୍କ ପାଇଁ ଅତ୍ୟନ୍ତ ପୁଷ୍ଟିକର । ଯୋଗାସନ ପରେ କିଛି ସମୟ ପିଲାମାନଙ୍କ ପାଇଁ ବିଶ୍ରାମର ଆବଶ୍ୟକତା ବି ରହିଛି ।

ପିଲାଟି ଯୋଗ ଅଭ୍ୟାସ ବେଳେ ଢ଼ିଲା ଓ ସୂତାବସ୍ତ୍ର ପିନ୍ଧାନ୍ତୁ । ଖୋଲା ଏବଂ ମୁକ୍ତ ପବନ ଯାଉଥିବା ସ୍ଥାନରେ ଏ ଅଭ୍ୟାସ ଶରୀର ପାଇଁ ଉପାଦେୟ । କେତେକ ବିଦ୍ୟାଳୟରେ ନିୟମିତ ଶାରୀରିକ ବିଜ୍ଞାନ ଶ୍ରେଣୀ ବି ରହିଛି ଏହା ପିଲାମାନଙ୍କ ପାଇଁ ବି ଯୋଗାଭ୍ୟାସ କ୍ଷେତ୍ର ପାଇଁ ଉପାଦେୟ । ତେବେ ପିଲାକୁ ଯୋଗାସନ କରାଇବା ପୂର୍ବରୁ ତାର ସ୍ୱାସ୍ଥ୍ୟର ସମସ୍ତ କ୍ଷେତ୍ରକୁ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେଇ ହିଁ ଅଭ୍ୟାସ କରାନ୍ତୁ । ନଚେତ୍‌ ଏହା ପିଲାମାନଙ୍କ ପାଇଁ ଘାତକ ବି ସାବ୍ୟସ୍ତ ହୋଇପାରେ । ଭାରତର ପ୍ରାଚୀନତମ ଯୋଗବିଜ୍ଞାନ ଆଜିକା ସମୟରେ ପିଲାମାନଙ୍କ ପାଇଁ ବି ନିଶ୍ଚିନ୍ତ ଭାବରେ ଉପାଦେୟ

Tags: