ଥଣ୍ଡାଇ ମାକାରୋନ୍
ସାମଗ୍ରୀ – ୧୨୦ଗ୍ରାମ ଗୁଣ୍ଡ ଚିନି,୯୦ଗ୍ରାମ ଆଲମଣ୍ଡ ପାଉଡର,୮୦ ଗ୍ରାମ ଆଇସିଂ ଚିନି,୫୦ ଗ୍ରାମ ଅଣ୍ଡାର ଧଳାଅଂଶ,୨୦୦ ଗ୍ରାମ ତରଳ ଧଳା ଚକୋଲେଟ୍, ୧୦୦ଗ୍ରାମ ଥଣ୍ଡାଇମିକ୍ସ, ୩୦ ଗ୍ରାମ ଲହୁଣି । ପ୍ରଣାଳୀ- ଗୋଟିଏ ପାତ୍ରରେ ଆଇସିଂ ସୁଗାର ସହିତ ଆଲମଣ୍ଡ ପାଉଡର ମିଶାନ୍ତୁ । ସେହିଭଳି ଅନ୍ୟ ଏକ ପାତ୍ରରେ ଅଣ୍ଡାର ଧଳା ଅଂଶକୁ ଗୋଳାନ୍ତୁ । କିଛି ସମୟ ଭଲକରି ଗୋଳାଇବା ପରେ ଏଥିରେ ଗୁଣ୍ଡ ଚିନି ମିଶାନ୍ତୁ । ତାପରେ ଏହା ବହଳିଆ […]
ସାମଗ୍ରୀ – ୧୨୦ଗ୍ରାମ ଗୁଣ୍ଡ ଚିନି,୯୦ଗ୍ରାମ ଆଲମଣ୍ଡ ପାଉଡର,୮୦ ଗ୍ରାମ ଆଇସିଂ ଚିନି,୫୦ ଗ୍ରାମ ଅଣ୍ଡାର ଧଳାଅଂଶ,୨୦୦ ଗ୍ରାମ ତରଳ ଧଳା ଚକୋଲେଟ୍, ୧୦୦ଗ୍ରାମ ଥଣ୍ଡାଇମିକ୍ସ, ୩୦ ଗ୍ରାମ ଲହୁଣି ।
ପ୍ରଣାଳୀ- ଗୋଟିଏ ପାତ୍ରରେ ଆଇସିଂ ସୁଗାର ସହିତ ଆଲମଣ୍ଡ ପାଉଡର ମିଶାନ୍ତୁ । ସେହିଭଳି ଅନ୍ୟ ଏକ ପାତ୍ରରେ ଅଣ୍ଡାର ଧଳା ଅଂଶକୁ ଗୋଳାନ୍ତୁ । କିଛି ସମୟ ଭଲକରି ଗୋଳାଇବା ପରେ ଏଥିରେ ଗୁଣ୍ଡ ଚିନି ମିଶାନ୍ତୁ । ତାପରେ ଏହା ବହଳିଆ ହେବା ଯାଏଁ ଗୋଳାନ୍ତୁ । ତାପରେ ଏହାକୁ ଆଇସିଂ ସୁଗାର ଓ ଆଲମଣ୍ଡ ମିଶ୍ରଣରେ ମିଶାନ୍ତୁ । ତାପରେ ଏହାକୁ ଗୋଲଗୋଲ ଆକାରରେ ବେକ୍ କରନ୍ତୁ । ୧୩୦ ଡିଗ୍ରୀରେ ୨୪ ପର୍ଯ୍ୟନ୍ତ ବେକ୍ କରନ୍ତୁ । ଏହାକୁ ଭଲଭାବରେ ଥଣ୍ଡା ହେବାକୁ ଦିଅନ୍ତୁ । ତାପରେ ଭିତର ପୁର ପାଇଁ ଲହୁଣିକୁ ଅଧିକ ସମୟ ଗୋଳାନ୍ତୁ । ତାପରେ ଏଥିରେ ଧଳା ଚକୋଲେଟ୍,ଥଣ୍ଡାଇ ମିକ୍ସ ମିଶାଇ ଗୋଳାନ୍ତୁ । ତାପରେ ଏହାକ ମାକାରୋନ୍ରେ ଲଗାନ୍ତୁ ଏବଂ ସାଣ୍ଡୱିଚ୍ ଭଳି ଦୁଇଟି ମାକାରୋନ୍କୁ ମିଶାନ୍ତୁ । ଏହି ମାକାରୋନ୍କୁ ଖାଇବା ପୂର୍ବରୁ ୨ରୁ ୩ଘଣ୍ଟା ପାଇଁ ଫ୍ରିଜ୍ରେ ରଖନ୍ତୁ ।





