ଚା

ଚା
Ipsita Picture
By: Ipsita

 

Read More ଟ୍ରାଭେଲ୍‌ ଡାଏଟ୍‌

ଭାରତର ଜାତୀୟ ପାନୀୟ କହିଲେ ଚାକୁ ହିଁ ବୁଝାଇଥାଏ  ବାହାଘର ହେଉ କି ଜନ୍ମଦିନ ସବୁସ୍ଥାନରେ ଏହାର ଚାହିଦା ଥାଏ ।  କେହି ବନ୍ଧୁ ଆସି ପହଞ୍ଚିବା ସମୟ ହେଉ କି ଯିବା ସମୟ ସବୁବେଳେ ସମସ୍ତଙ୍କୁ ଯଚା ଯାଇଥାଏ ଚା। ସେହିଭଳି ଶୀତଦିନ ଆସିଲେ ଏହାର ଚାହିଦା ବେଶି ବଢିଯାଇଥାଏ ।

Read More ମହାମାରୀ ସାଜିଛି ଓବେସିଟି

ଭାରତୀୟ ବଜାରରେ ବିଭିନ୍ନ କିସମର ଚାମିଳିଥାଏ  ନାଲି ଚା’, ଖୀର ଚା’, ହର୍ବାଲ ଟି, ଲେମନ ଟି, ଗ୍ରୀନ ଟି ଆଦି ଅନେକ ଚାରହିଛି ।  ହେଲେ ଫୁଲକୁ ବି ଚାରେ ବ୍ୟବହାର କରିହେବ ତାହା ଶୁଣିଲେ ଟିକେ ଅଜବ ଲାଗେ ।  ତେବେ ଏଭଳି ମଧ୍ୟ କେତେକ ଚାରହିଛି ଯାହାକୁ ଫୁଲ ବ୍ୟବହାର କରି ପ୍ରସ୍ତୁତ କରାଯାଇଥାଏ ।  

Read More ବିବାହର ରଙ୍ଗ

ଚାମୋମିଲେ ଟି

ଏହି ଚାକୁ ପ୍ରସ୍ତୁତ କରିବା ପାଇଁ ଏକ ସ୍ବତନ୍ତ୍ର ଧରଣର ଫୁଲକୁ ବ୍ୟବହାର କରାଯାଇଥାଏ । ଏହାର ସ୍ବାଦ ମିଠା ଓ ସେଓ ଫ୍ଲେବରର ହୋଇଥାଏ ।  ଏହି ଚାକୁ ସମସ୍ତ ବର୍ଗର ଲୋକ ପିଇବାକୁ ପସନ୍ଦ କରିଥାଆନ୍ତି । ସେହିଭଳି ଏହା ମନକୁ ଶାନ୍ତି ଦେଇ ଚାପ ମୁକ୍ତ କରାଇଥାଏ ।

1233

ଲାଭେଣ୍ଡର ଟି

 ଏହି ଫୁଲର କିଛି ଶୁଖିଲା ପାଖୁଡାରେ ଭରି ରହିଥାଏ ସ୍ବାସ୍ଥ୍ୟପୋଯୋଗୀ ଗୁଣ । ଅଧାଚାମଚ ଶୁଖିଲା ଲାଭେଣ୍ଡର ଫୁଲର ଗୁଣ୍ଡ ଶରୀର ପାଇଁ ବେଶ୍ ଉପକାରୀ । ଏହା ଆଙ୍ଗଜାଇଟ୍ ସହ ମାନସିକ ଚାପରୁ ମୁକ୍ତି ଦେଇଥାଏ ।  ଏହି ଚାକେଶ ଝଡିବାକୁ ମଧ୍ୟ ରୋକିଥାଏ ।

ବୋରେଜ୍ ଟି

ଏହି ନିଆରା ଚାନିଜର ରଙ୍ଗ ପାଇଁ ବେଶ୍ ପରିଚିତ । ଏହାର ଗାଢ ନୀଳ ରଙ୍ଗ ସମସ୍ତଙ୍କୁ ଆକୃଷ୍ଠ କରିବାରେ ସକ୍ଷମ ହୋଇଥାଏ ।  ଏହି ଚାର ଅନେକ ଔଷଧୀୟ ଗୁଣ ରହିଛି ,  ତେଣୁ ଏହାକୁ ପିଇବାର ଅନେକ ଫାଇଦା ରହିଛି ।

vegan-masala-chai-3

ରୋଜ୍ ଟି

ଏହି ଚା ବିଭିନ୍ନ ପ୍ରକାର ରଙ୍ଗରେ ମିଳିଥାଏ,  ଏହାକୁ ଚାପତି ସହ ମିଶାଯାଇ ଅଲଗା ସ୍ବାଦରେ ପ୍ରସ୍ତୁତ କରାଯାଇଥାଏ । ତେବେ ଏହାର ମାତ୍ରାକୁ ଧ୍ୟାନର ସହ ମିଶାଯାଏ କାରଣ ଏହାର ମାତ୍ରାଧିକ ବ୍ୟବହାର ସୁରକ୍ଷିତ ନୁହେଁ । ଏହା ରକ୍ତ ସଞ୍ଚାଳନରେ ସହାୟକ ହୋଇଥାଏ ।

ହିବିସ୍କସ୍ ଟି

 ଏହାର ଟ୍ୟାଙ୍ଗି ସ୍ବାଦ ଏହାକୁ ନିଆରା କରିଥାଏ ।  ଚାର ସ୍ବାଦ ଉଭୟ ଥଣ୍ଡା ଓ ଗରମରେ ନିଆରା ଥାଏ ।  ଏହାର ରଙ୍ଗ ଗାଢ ନାଲି ହେବା ସହ ଏଥିରେ ବିଭିନ୍ନ ପ୍ରକାରର ଚେରମୂଳି ସାମିଲ ଥାଏ ।  ଏଥିରେ ଭିଟାମିନ୍ ସି ରହିଥାଏ, ଯାହା ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ ।

ଜାସ୍ମିନ୍ ଟି

ଜାସ୍ମିନ୍ ଗ୍ରୀନ ଟିରେ ବ୍ୟବହାର ନେଇ ବେଶ୍ ପରିଚିତ ।  ଏହି ଫୁଲର ବ୍ୟବହାର କରି ଯେ କେବଳ ସୁସ୍ବାଦୁ ଚାପ୍ରସ୍ତୁତ ହୋଇଥାଏ, ତାହା ନୁହେଁ ଏହା ବେଶ୍ ସ୍ବାସ୍ଥ୍ୟକର ମଧ୍ୟ  ମାନସିକ ଚାପ ମୁକ୍ତ କରିବାସହ ରକ୍ତଚାପ ନିୟନ୍ତ୍ରଣରେ ମଧ୍ୟ ଏହା ସହାୟ ହୋଇଥାଏ ।

 

Tags: