ଚା’ ମ୍ୟାନେଜ କରିବ ଥାଇରଏଡ୍ ଲେବଲ
ଭାରତୀୟଙ୍କର ପ୍ରଥମ ପସନ୍ଦ ହୋଇଥାଏ ଚା । ଘରକୁ କିଏ ଆସିଲେ ହେଉ କିମ୍ବା କୌଣସି ଫଙ୍କସନ୍ ସବୁଥିରେ ଖୋଜା ପଡିଥାଏ କପେ ଚା । ତେବେ ଏହି ଚାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଏଭଳି ବିଭିନ୍ନ ପ୍ରକାରର ଚା ରହିଛି ଯାହାକୁ ପିଇବା ଦ୍ୱାରା ଆମର ଥାଇରଏଡ୍ ଲେବଲ୍ ଠିକ୍ ରହିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଚା ବିଷୟରେ । ଗ୍ରୀନ ଟି – ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଏଲ୍ […]
ଭାରତୀୟଙ୍କର ପ୍ରଥମ ପସନ୍ଦ ହୋଇଥାଏ ଚା । ଘରକୁ କିଏ ଆସିଲେ ହେଉ କିମ୍ବା କୌଣସି ଫଙ୍କସନ୍ ସବୁଥିରେ ଖୋଜା ପଡିଥାଏ କପେ ଚା । ତେବେ ଏହି ଚାର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଏଭଳି ବିଭିନ୍ନ ପ୍ରକାରର ଚା ରହିଛି ଯାହାକୁ ପିଇବା ଦ୍ୱାରା ଆମର ଥାଇରଏଡ୍ ଲେବଲ୍ ଠିକ୍ ରହିଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଚା ବିଷୟରେ ।
ଗ୍ରୀନ ଟି – ଏଥିରେ ଆଣ୍ଟିଅକ୍ସିଡାଣ୍ଟ, ଏଲ୍ – ଥିଏନିନ୍ ଆଦି ଅଧିକ ମାତ୍ରାରେ ରହିଥାଏ । ଏହି ସମସ୍ତ ସାମଗ୍ରୀ କାରଣରୁ ଥାଇରଏଡ୍ ଗ୍ଲାଣ୍ଡ୍କୁ ଅକ୍ସିଡ୍ୟାଟିଭ୍ ଷ୍ଟ୍ରେସଠାରୁ ଦୂରରେ ରଖିଥାଏ । ସେହିଭଳି ଗ୍ରୀନ ଟି ଥାଇରଏଡ ହର୍ମୋନର ଉତ୍ପାଦନ ବଢାଇବାରେ ମଧ୍ୟ ସହାୟକ ହୋଇଥାଏ ।
ହଳଦୀ ଚା’- ଭାରତୀୟ ଖାଦ୍ୟରେ ସବୁବେଳେ ହଳଦୀକୁ ବ୍ୟବହାର କରାଯାଇଥାଏ । ହଳଦୀରେ ଅନେକ ଔଷଧୀୟ ଗୁଣ ଭରି ହୋଇ ରହିଛି । ଏଥିରେ ଥିବା କୁରକୁମିନ୍ରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ରହିଥାଏ, ଯାହା ଆମ ପାଇଁ ବେଶ ଉପକାରୀ ହୋଇଥାଏ । ହଳଦୀ ଚା’ଥାଇରଏଡ୍ ପାଇଁ ଖୁବ ଭଲ ହୋଇଥାଏ । ତେଣୁ ନିଜ ଡାଏଟ୍ରେ ଏହାକୁ ସାମିଲ କରନ୍ତୁ ।
ଅଦା ଚା – ଅଦା ବିଭିନ୍ନ ରୋଗ ପାଇଁ ଲାଭ ଦାୟକ ହୋଇଥାଏ । ତେବେ ଅଦା ଥାଇରଏଡ୍ ପାଇଁ ମଧ୍ୟ ଭଲ ହୋଇଥାଏ । ଏହା ଆମର ବିଭିନ୍ନ ପେଟ ସମସ୍ୟା ସହିତ ଥାଇରଏଡ୍ ହର୍ମୋନ ସ୍ତର ଠିକ୍ ରଖିବା ପାଇଁ ସହାୟକ ହୋଇଥାଏ ।
ଅଶ୍ୱଗନ୍ଧା ଚା’ – ଅଶ୍ୱଗନ୍ଧାରୁ ଆମକୁ ଥାଇରଏଡ୍ ପାଇଁ ବିଶେଷ ସୁବିଧା ମିଳିଥାଏ । ଏହା ଆମ ଶରୀରରୁ ଷ୍ଟ୍ରେସର ମାତ୍ରାକୁ କମାଇଥାଏ ଯାହାଫଳରେ ଥାଇରଏଡ ହର୍ମୋନ ଲେବଲ ଠିକ୍ ରହିଥାଏ । ତେଣୁ ଯଦି ଆପଣ ଥାଇରଏଡ୍ରେ ପୀଡିତ ତେବେ ଅଶ୍ୱଗନ୍ଧା ଚା’ ପିଅନ୍ତୁ ଲାଭ ମିଳିବ ।




