ସମର ୱାର୍ଡରବ
ବର୍ତ୍ତମାନ ଖରା ବଢ଼ିବା ସହିତ ଫ୍ୟାଶନରେ ମଧ୍ୟ ଧୀରେଧୀରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ସମର କଲେକ୍ସନରେ 'ଲାଇଟ୍-ୱେଟ୍ ଫ୍ୟାବ୍ରିକ୍' ଏବଂ 'ମିନିମାଲିଷ୍ଟ ଲୁକ୍' ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଆସନ୍ତୁ ଜାଣିବା କିଭଳି ନିଜର ସମର ୱାର୍ଡରବକୁ ସଜାଡିବେ ।
ଅର୍ଗାନିକ କଟନ
ଖରାଦିନେ ସିନ୍ଥେଟିକ କପଡ଼ା ଅପେକ୍ଷା ଲିନେନ୍ ଏବଂ ଅର୍ଗାନିକ କଟନର ଚାହିଦା ସବୁଠାରୁ ଅଧିକ ରହୁଛି । ଏହି କପଡ଼ା ଗୁଡ଼ିକ ଶରୀରକୁ ଥଣ୍ଡା ରଖିବା ସହ ଝାଳ ଶୁଖାଇବାରେ ସାହାଯ୍ୟ କରିଥାଏ । ଆଜିକାଲି 'ଲିନେନ୍ ସାର୍ଟ' ଏବଂ 'କଟନ କୁର୍ତ୍ତୀ' କୁ ଉଭୟ ଅଫିସ ଏବଂ କାଜୁଆଲ୍ ଓୟାର ଭାବେ ବ୍ୟବହାର କରାଯାଉଛି ।
ନ୍ୟୁଡ୍ କଲର୍
ଏହି ଦିନେ ଉଜ୍ଜ୍ୱଳ ରଙ୍ଗ ପରିବର୍ତ୍ତେ ନ୍ୟୁଡ ରଙ୍ଗ ପିନ୍ଧିବାକୁ ସମସ୍ତେ ପସନ୍ଦ କରୁଛନ୍ତି । ଏହି ତାଲିକାରେ ପାଉଡର ବ୍ଲୁ, ମିଣ୍ଟ ଗ୍ରୀନ, ଲିଲାକ୍ ଏବଂ ବେଜ୍ ଭଳି ହାଲୁକା ରଙ୍ଗ ଟ୍ରେଣ୍ଡରେ ଅଛି । ଏହି ରଙ୍ଗଗୁଡ଼ିକ ଆଖିକୁ ଶାନ୍ତି ଦେବା ସହ ଏକ ରୟାଲ୍ ଲୁକ୍ ପ୍ରଦାନ କରିଥାଏ । ବିଶେଷ କରି ଦିନରେ ଏହି ରଙ୍ଗର ପୋଷାକ ଅଧିକ ଗ୍ଲାମରସ୍ ଦେଖାଯାଏ ।

ଓଭରସାଇଜ୍
ଟାଇଟ୍ କିମ୍ବା ଚିପା ପୋଷାକ ବଦଳରେ ଏବେ 'ଲୁଜ୍ ଫିଟିଙ୍ଗ୍' ବା ଓଭରସାଇଜ୍ ପୋଷାକର କ୍ରେଜ୍ ବଢ଼ିଛି । ବ୍ୟାଗି ପ୍ୟାଣ୍ଟ୍, କାଫତାନ କୁର୍ତ୍ତୀ ଏବଂ ଓଭରସାଇଜ୍ ଟି-ସାର୍ଟ ଗ୍ରୀଷ୍ମ ପାଇଁ ସର୍ବୋତ୍ତମ ବିକଳ୍ପ । ଏହା ଶରୀରରେ ବାୟୁ ଚଳାଚଳ ସହଜ କରିଥାଏ, ଯାହା ଫଳରେ ଗରମ କମ୍ ଅନୁଭୂତ ହୁଏ ।
ଫ୍ଲୋରାଲ୍
ସମର ଫ୍ୟାଶନରେ ଫ୍ଲୋରାଲ ପ୍ରିଣ୍ଟ କେବେ ପୁରୁଣା ହୁଏନାହିଁ । ବର୍ତ୍ତମାନ ବଡ଼ ବଡ଼ ଫ୍ଲୋରାଲ ପ୍ରିଣ୍ଟ ସହିତ ଜିଓମେଟ୍ରିକ ପାଟର୍ଣ୍ଣର 'ମ୍ୟାକ୍ସି ଡ୍ରେସ' ଏବଂ 'ସର୍ଟ କୁର୍ତ୍ତା' ଲୋକପ୍ରିୟ ହେଉଛି । ଏହା ଏକ ଫ୍ରେଶ୍ ଏବଂ 'ଭାଇବ୍ରେଣ୍ଟ୍' ଲୁକ୍ ଦେଇଥାଏ, ତେଣୁ ସମସ୍ତେ ଏହାକୁ ଆପଣାଉଥିବା ଦେଖିବାକୁ ମିଳୁଛି ।

ଷ୍ଟାଇଲିସ୍ ଆକ୍ସେସୋରିଜ୍
ଗ୍ରୀଷ୍ମ ଲୁକକୁ ସମ୍ପୂର୍ଣ୍ଣ କରିବା ପାଇଁ ଓଭରସାଇଜ୍ ସନ୍ଗ୍ଲାସେସ, ଷ୍ଟ୍ର’ ହ୍ୟାଟ୍ ଏବଂ ବଡ଼ ଟୋଟ୍ ବ୍ୟାଗକୁ ପସନ୍ଦ କରୁଛନ୍ତି । ସେହିଭଳି ବ୍ରିଦେବଲ୍ ସ୍ନିକର୍ସ କିମ୍ବା ଟ୍ରାଡିସନାଲ ଜୁତି ଏବଂ କୋହ୍ଲାପୁରୀ ଚପଲ ଏବେ ଫ୍ୟାଶନ ଆଇକନ୍ ପାଲଟିଛି ।



