ସମର ଫାବ୍ରିକ

ସମର ଫାବ୍ରିକ
Ipsita Picture
By: Ipsita
Published On

 

ଖରାଦିନେ ଆମେ ଏମିତି କପଡ଼ା ବାଛିବା ଉଚିତ ଯାହା ଶରୀରରୁ ବାହାରୁଥିବା ଝାଳକୁ ଶୁଖାଇବା ସହିତ ଆରାମ ମଧ୍ୟ ପ୍ରଦାନ କରିବ । ସେହିଭଳି ଏଗୁଡିକ ଷ୍ଟାଇଲିସ ବି ହୋଇଥିବାର ଆବଶ୍ୟକତା ଅଛି । ଆସନ୍ତୁ ଜାଣିବା ସେହିଭଳି କିଛି ଫାବ୍ରିକ ସମ୍ପର୍କରେ ।

 

ସୂତା କପଡ଼ା : ଖରାଦିନ ପାଇଁ ସୂତା କପଡ଼ା ସବୁଠାରୁ ଭଲ ଅପସନ । ଏହା ହାଲୁକା ହୋଇଥାଏ ଏବଂ ଏଥିରେ ଶରୀରକୁ ଆରାମ ମିଳିଥାଏ । ଏହା ଝାଳ ଶୁଖାଇବାରେ ସବୁଠାରୁ ଆଗରେ, ଯାହା ଶରୀରକୁ ଥଣ୍ଡା ରଖେ । ସେହିଭଳି କଟନରେ ବିଭିନ୍ନ ପ୍ରକାର ଡ୍ରେସ ମେଟେରିଆଲ ରହିଛି ଯାହା ଆପଣଙ୍କୁ ଏକ ଷ୍ଟାଇଲିସ ଲୁକ ମଧ୍ୟ ପ୍ରଦାନ କରିବ । 

 

ଲିନେନ୍ : ଏହି କପଡ଼ା ପ୍ରାକୃତିକ ତନ୍ତୁରୁ ପ୍ରସ୍ତୁତ। ଲିନେନ୍ କପଡ଼ା ଖୁବ୍ ଶୀଘ୍ର ଶୁଖିଯାଏ ଏବଂ ଶରୀରରେ ଲାଗେ ନାହିଁ। ଅଫିସିଆଲ୍ ଲୁକ୍ ପାଇଁ ଲିନେନ୍ ସାର୍ଟ ବା କୁର୍ତ୍ତା ସବୁଠାରୁ ଭଲ ଅପସନ । ଏହାକୁ ଆପଣ ସ୍କର୍ଟ ଓ ଜିନ୍ସ ଉଭୟ ସହିତ ପେୟାର କରିପାରିବେ ।

 

ଖଦି : ଓଡ଼ିଶାର ପାଣିପାଗ ପାଇଁ ଖଦି ପୋଷାକ ଅତ୍ୟନ୍ତ ଉପଯୋଗୀ। ଏହା ଶୀତ ଦିନେ ଉଷୁମ ଏବଂ ଖରା ଦିନେ ଶରୀରକୁ ଶୀତଳତା ପ୍ରଦାନ କରିଥାଏ । ହ୍ୟାଣ୍ଡଲୁମ୍ କପଡ଼ା ହୋଇଥିବାରୁ ଏହା ଚର୍ମ ପାଇଁ ମଧ୍ୟ ନିରାପଦ । ଏହାର ମଧ୍ୟ ବିଭିନ୍ନ ରଙ୍ଗ ସହିତ ଡିଜାଇନ ମିଳିଥାଏ ଯାହା ଖୁବ ସୁନ୍ଦର ହୋଇଥାଏ ।

 

ସିଫନ୍ :  ସିଫନ୍ ଶାଢ଼ି ବା ଡ୍ରେସ୍ ଗ୍ରୀଷ୍ମ ଋତୁରେ ବହୁତ ଆରାମଦାୟକ ହୋଇଥାଏ। ଏହା ଅତ୍ୟନ୍ତ ହାଲୁକା ଏବଂ ଏଥିରେ ବିଭିନ୍ନ ପ୍ରକାରର ଫ୍ଲୋରାଲ୍ ପ୍ରିଣ୍ଟ୍ ମଧ୍ୟ ମିଳିଥାଏ ଯାହା ଆଖିକୁ ଶାନ୍ତି ଦିଏ । ଯାହାର ରଙ୍ଗ ପସନ୍ଦ ସେମାନଙ୍କ ପାଇଁ ଏହା ଏକ ଭଲ ଅପସନ ।

 

ରେୟନ୍ : ଏହା ସମ୍ପୂର୍ଣ୍ଣ ସୂତା ନହେଲେ ମଧ୍ୟ ଏହାର ଗୁଣ ସୂତା କପଡ଼ା ସହିତ ସମାନ । ଏହା ଦେଖିବାକୁ ସିଲ୍କ ପରି ଚିକ୍କଣ କିନ୍ତୁ ପିନ୍ଧିଲେ ଥଣ୍ଡା ଲାଗେ । ସ୍ପୋର୍ଟସ୍ ୱେୟାର ବା କାଜୁଆଲ୍ ଡ୍ରେସ୍ ପାଇଁ ଏହା ବହୁଳ ଭାବେ ବ୍ୟବହାର ହୁଏ ।

Tags: