ଖରାଦିନିଆ ଯତ୍ନ

ଖରାଦିନେ ତ୍ୱଚ୍ଚାର ଯତ୍ନ ଅଧିକା ନେବାକୁ ହୋଇଥାଏ । ଏହି ଦିନ ମାନଙ୍କରେ ବାହାରକୁ ଯିବା ସମୟରେ ହେଉ କିମ୍ବା ଘରେ ରହିବା ସମୟରେ ବିଭିନ୍ନ ସମୟରେ ତ୍ୱଚ୍ଚାର ଅଧିକ ଧ୍ୟାନ ରଖିବାକୁ ପଡିଥାଏ । ତେବେ କିଛିଟା ଏଭଳି ଟ୍ରିକ୍‌ ରହିଛି ଯାହାକୁ ଅନୁକରଣ କରି ଆପଣ ଖରାଦିନେ ତ୍ୱଚ୍ଚାର ଯତ୍ନ ନେଇପାରିବେ । – ସର୍ବଦା ସ୍କିନ୍‌କୁ ମଶ୍ଚରାଇଜ୍‌ କରନ୍ତୁ । କେବଳ ଯେ ଶୀତଦିନେ ମଶ୍ଚରାଇଜର ବ୍ୟବହାର ହୋଇଥାଏ ତାହା ନୁହେଁ । […]

Samaya Live Picture
Published On

ଖରାଦିନେ ତ୍ୱଚ୍ଚାର ଯତ୍ନ ଅଧିକା ନେବାକୁ ହୋଇଥାଏ । ଏହି ଦିନ ମାନଙ୍କରେ ବାହାରକୁ ଯିବା ସମୟରେ ହେଉ କିମ୍ବା ଘରେ ରହିବା ସମୟରେ ବିଭିନ୍ନ ସମୟରେ ତ୍ୱଚ୍ଚାର ଅଧିକ ଧ୍ୟାନ ରଖିବାକୁ ପଡିଥାଏ । ତେବେ କିଛିଟା ଏଭଳି ଟ୍ରିକ୍‌ ରହିଛି ଯାହାକୁ ଅନୁକରଣ କରି ଆପଣ ଖରାଦିନେ ତ୍ୱଚ୍ଚାର ଯତ୍ନ ନେଇପାରିବେ ।

ଖରାଦିନିଆ ଯତ୍ନ
– ସର୍ବଦା ସ୍କିନ୍‌କୁ ମଶ୍ଚରାଇଜ୍‌ କରନ୍ତୁ । କେବଳ ଯେ ଶୀତଦିନେ ମଶ୍ଚରାଇଜର ବ୍ୟବହାର ହୋଇଥାଏ ତାହା ନୁହେଁ । ଯେବେ ବି ଖରାରେ ବାହାରକୁ ଯାଉଛନ୍ତି ସେହି ସମୟରେ ମଶ୍ଚରାଇଜର ବ୍ୟବହାର କରିପାରିବେ । ତେବେ ଏହାକୁ ଓଦା ତ୍ୱଚ୍ଚାରେ ଲଗାନ୍ତୁ, ଏପରି କରିବା ଦ୍ୱାରା ଏହାର ଉପାଦେୟତା ବଢିଥାଏ । ମଶ୍ଚରାଇଜର ସ୍ଥାନରେ ଘରେ ପ୍ରସ୍ତୁତ ନଡିଆ ତେଲ ମଧ୍ୟ ବ୍ୟବହାର କରିପାରିବେ ।

– ସର୍ବଦା ବାହାରକୁ ଯିବା ସମୟରେ ପାଖରେ ପାଣି ରଖନ୍ତୁ । କିଛି ସମୟ ବ୍ୟବଧାନରେ ପାଣି ପିଇବାର ଅଭ୍ୟାସ ରଖନ୍ତୁ । ଏହା ତ୍ୱଚ୍ଚାକୁ ହାଇଡ୍ରେଡ୍‌ କରିବା ସହିତ ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ ।

ଖରାଦିନିଆ ଯତ୍ନ

– ସେହିଭଳି ଖରାଦିନେ ଯେଉଁ ସାବୁନ୍‌ର ପିଏଚ୍‌ ଭ୍ୟାଲୁ ଦେଖି କିଣନ୍ତୁ । ଯେଉଁ ସାବୁନ୍‌ର ପିଏଚ୍‌ ୫.୫ ତାହାକୁ ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । ଏହି ସାବୁନ୍‌ ତ୍ୱଚ୍ଚାର ନମନୀୟତାକୁ ବଜାୟ ରଖିବାରେ ସହାୟକ ହୋଇଥାଏ ।

– ନିଜ ଖାଦ୍ୟରେ ଭିଟାମିନ୍‌ ସି ଆଡ୍‌ କରନ୍ତୁ । ଖାଦ୍ୟରେ ଭିଟାମିନ୍‌ ସି ଥିବା ଫଳ ସାମିଲ କରନ୍ତୁ । ଏହା ସୂର୍ଯ୍ୟଙ୍କ ପ୍ରଖର କିରଣରୁ ତ୍ୱଚ୍ଚାରେ ହେଉଥିବା କ୍ଷତିକୁ ପୂରଣ କରିଥାଏ ।