ଷ୍ଟାଇଲିଷ୍ଟ ସ୍ବେଟର
ଶୀତଦିନେ ନିଜକୁ ଗରମ ରଖିବା ସହିତ ଷ୍ଟାଇଲିସ୍ ଦେଖାଯିବା ପାଇଁ ସ୍ୱେଟର ଏକ ଭଲ ବିକଳ୍ପ। ବଜାରରେ ବିଭିନ୍ନ ପ୍ରକାରର ସ୍ୱେଟର ଉପଲବ୍ଧ, ଯାହାକୁ ଆପଣ ନିଜର ପସନ୍ଦ ଏବଂ ଆବଶ୍ୟକତା ଅନୁଯାୟୀ ଚୟନ କରିପାରିବେ । ତେବେ ଆସନ୍ତୁ ଜାଣିବା ସେହିଭଳି କିଛି ସ୍ବେଟର ସମ୍ପର୍କରେ ଯାହା ଆପଣଙ୍କୁ ଏକ ଷ୍ଟାଇଲିଷ୍ଟ ଲୁକ ପ୍ରଦାନ କରିବ ।
କାର୍ଡିଗାନ୍ ସ୍ୱେଟର : କାର୍ଡିଗାନ୍ ସ୍ୱେଟରଗୁଡ଼ିକରେ ସାଧାରଣତଃ ସମ୍ମୁଖ ଭାଗରେ ବଟନ୍ କିମ୍ବା ଚେନ୍ ଥାଏ, ଯାହା ଏହାକୁ ପିନ୍ଧିବା ପାଇଁ ସହଜ କରିଥାଏ। ଏହାକୁ ଆପଣ ସାର୍ଟ କିମ୍ବା ଟି-ସାର୍ଟ ଉପରେ ଏକ ଜ୍ୟାକେଟ୍ ଭଳି ପିନ୍ଧିପାରିବେ। ଏହା ଉଭୟ କାଜୁଆଲ୍ ଏବଂ ଫର୍ମାଲ୍ ଲୁକ୍ ପାଇଁ ବହୁତ ଭଲ ହୋଇଥାଏ ।
ଟର୍ଟଲନେକ୍ ସ୍ୱେଟର : ଏହି ସ୍ୱେଟରର ବେକ ଲମ୍ବା ଥାଏ, ଯାହା ସମ୍ପୂର୍ଣ୍ଣ ବେକକୁ ଘୋଡ଼ାଇ ରଖି ଅଧିକ ଆରାମ ପ୍ରଦାନ କରିଥାଏ । ଏହା ଦେଖିବାକୁ ବହୁତ କ୍ଲାସି ଏବଂ ପ୍ରିମିୟମ୍ ଲାଗେ, ଯାହାକୁ ଆପଣ କୋଟ୍ କିମ୍ବା ବ୍ଲେଜର ତଳେ ପିନ୍ଧିପାରିବେ । ଥଣ୍ଡା ପବନରୁ ରକ୍ଷା ପାଇବା ପାଇଁ ଏହା ଏକ ଭଲ ବିକଳ୍ପ।
ପୁଲଓଭର ସ୍ୱେଟର : ପୁଲଓଭର ସ୍ୱେଟର ହେଉଛି ସବୁଠାରୁ ସାଧାରଣ ଏବଂ ଲୋକପ୍ରିୟ ଶୈଳୀ, ଯାହାକୁ ମୁଣ୍ଡ ଦେଇ ପିନ୍ଧିବାକୁ ପଡ଼ିଥାଏ। ଏହା କ୍ରୁ-ନେକ୍ କିମ୍ବା ଭି-ନେକ୍ ଡିଜାଇନରେ ଆସିଥାଏ । ଏହାକୁ ଆପଣ ଜିନ୍ସ ସହିତ ସହଜରେ ଷ୍ଟାଇଲ୍ କରିପାରିବେ ।
କେବୁଲ୍ ନିଟ୍ ସ୍ୱେଟର : ଏହି ସ୍ୱେଟରଗୁଡ଼ିକରେ ସୂତାର ଏକ ସ୍ୱତନ୍ତ୍ର ବୁଣାକାରୀ ଡିଜାଇନ ଥାଏ, ଯାହା ଦେଖିବାକୁ ବହୁତ ଆକର୍ଷଣୀୟ । ଏହା ସାଧାରଣ ସ୍ୱେଟର ତୁଳନାରେ ଟିକେ ମୋଟା ହୋଇଥାଏ, ତେଣୁ ଏହା ପ୍ରବଳ ଶୀତରୁ ରକ୍ଷା କରେ । ଏକ ପୁରୁଣା କିନ୍ତୁ ଆଧୁନିକ ଲୁକ୍ ପାଇଁ ଏହା ସର୍ବୋତ୍ତମ ।
ସ୍ୱେଟର ଭେଷ୍ଟ : ଯଦି ଆପଣ ଅଳ୍ପ ଶୀତରେ କିଛି ହାଲୁକା ପିନ୍ଧିବାକୁ ଚାହୁଁଛନ୍ତି, ତେବେ ସ୍ୱେଟର ଭେଷ୍ଟ ବା ହାତକଟା ସ୍ୱେଟର ଏକ ଭଲ ବିକଳ୍ପ। ଏହାକୁ ସାର୍ଟ ଉପରେ ପିନ୍ଧିଲେ ଏକ ସ୍ମାର୍ଟ ଏବଂ ଅଫିସିଆଲ୍ ଲୁକ୍ ଦେଇଥାଏ। ଏହାକୁ ଉଭୟ ପୁରୁଷ ଏବଂ ମହିଳା ନିଜର ପ୍ରଫେସନାଲ୍ ପୋଷାକ ସହିତ ମ୍ୟାଚ୍ କରିପାରିବେ ।




