ଷ୍ଟାଇଲିସ୍‌ ସମର

ଷ୍ଟାଇଲିସ୍‌ ସମର
Ipsita Picture
By: Ipsita
Published On

 

ଖରାଦିନେ ତାପମାତ୍ରା ବଢ଼ିବା ସହିତ ଅଫିସ୍‌ରେ ନିଜକୁ ଫର୍ମାଲ୍‌ ଏବଂ ଆରାମଦାୟକ ରଖିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥାଏ । କର୍ପୋରେଟ୍‌ ଲୁକ୍‌ ବଜାୟ ରଖିବା ସହ ଗରମରୁ ରକ୍ଷା ପାଇବା ପାଇଁ ୱାର୍ଡରୋବ୍‌ରେ କିଛି ଖାସ ପରିବର୍ତ୍ତନ କରିବା ଆବଶ୍ୟକ ପଡିଥାଏ । ତେବେ ଆସନ୍ତୁ ସେହି ସମ୍ପର୍କରେ କିଛି ଜାଣିବା, ଯାହା ଆପଣଙ୍କୁ ସ୍ୱେଟ୍‌-ଫ୍ରି ଏବଂ ପ୍ରଫେସନାଲ୍‌ ରଖିବ ।

ପ୍ରିମିୟମ୍‌ ଲିନେନ୍‌ ଏବଂ ବ୍ଲେଣ୍ଡସ୍‌

 ଖରାଦିନ ପାଇଁ ଲିନେନ୍‌ କପଡ଼ା ସବୁଠାରୁ ଉତ୍ତମ, କାରଣ ଏହା ବହୁତ ହାଲୁକା ଏବଂ ଏଥିରେ ପବନ ସହଜରେ ଯାତାୟାତ କରିପାରେ । ଲିନେନ୍‌ କପଡ଼ା ଲୋଚାକୁଚା ହେବାର ଆଶଙ୍କା ଥାଏ ସେଥିରୁ ବଞ୍ଚିବା ପାଇଁ ଆପଣ ଲିନେନ୍‌-କଟନ୍‌ କିମ୍ବା ଲିନେନ୍‌-ରେୟନ୍‌ ବ୍ଲେଣ୍ଡ ବ୍ୟବହାର କରିପାରିବେ, ଯାହା ଅଫିସ୍‌ ପାଇଁ ଏକ ସ୍ମାର୍ଟ ଲୁକ୍‌ ଦେଇଥାଏ ।

ବ୍ରିଦେବଲ୍‌ କଟନ୍‌-ପପ୍‌ଲିନ୍‌ ସାର୍ଟ

 ଖରାଦିନେ ମୋଟା କପଡ଼ାର ସାର୍ଟ ବଦଳରେ ହାଲୁକା କଟନ୍‌ ପପ୍‌ଲିନ୍‌ ସାର୍ଟ ପିନ୍ଧନ୍ତୁ । ଏହା ଆରାମ ଦେବା ସହ ଗରମ ଅନୁଭୂତ ହେବାକୁ ଦିଏନାହିଁ । ଏହି ଦିନଗୁଡ଼ିକରେ ଧଳା, ସ୍ପଷ୍ଟ ନୀଳ, ହାଲୁକା ବାଇଗଣୀ କିମ୍ବା ମିଣ୍ଟ ଗ୍ରୀନ୍‌ ଭଳି ଲାଇଟ୍‌ କଲର୍‌ ଚୟନ କରନ୍ତୁ ।

ଡିକନ୍‌ଷ୍ଟ୍ରକ୍ଟେଡ୍‌ ସମର ବ୍ଲେଜର

 ଯଦି ଆପଣଙ୍କ ଅଫିସ୍‌ରେ କୋଟ୍‌ ବା ବ୍ଲେଜର ପିନ୍ଧିବା ବାଧ୍ୟତାମୂଳକ, ତେବେ ମୋଟା ଲାଇନିଂ ଥିବା ଜାକେଟ୍‌ ବଦଳରେ ହାଲୁକା କଟନ୍‌ କିମ୍ବା ହପ୍‌ସ୍ୟାକ୍‌ ଉଲ୍‌ର ଅନଲାଇନ୍‌ଡ୍‌ ବ୍ଲେଜର ବ୍ୟବହାର କରନ୍ତୁ । ଏହା ଶରୀରକୁ ଗରମ ନକରି ଫର୍ମାଲ୍‌ ଲୁକ୍‌ ବଜାୟ ରଖେ ।

ୱାଇଡ୍‌-ଲେଗ୍‌ ଟ୍ରାଉଜର ଏବଂ ଚିନୋଜ୍‌

 ଅଧିକ ଟାଇଟ୍‌ ପୋଷାକ ପିନ୍ଧିବା ଦ୍ୱାରା ଶରୀରରୁ ଝାଳ ଅଧିକ ବାହାରିଥାଏ । ତେଣୁ ସିଧା ବା ଟାଇଟ୍‌ ଫିଟିଂ ପ୍ୟାଣ୍ଟ ବଦଳରେ ଟିକେ ଢିଲା ଥିବା ୱାଇଡ୍‌-ଲେଗ୍‌ ଟ୍ରାଉଜର, ପ୍ଲିଟେଡ୍‌ ପ୍ୟାଣ୍ଟ କିମ୍ବା ଆରାମଦାୟକ କଟନ୍‌ ଚିନୋଜ୍‌ ପିନ୍ଧନ୍ତୁ ।

ମିଡି-ଲେନ୍‌ଥ ଏବଂ ସାର୍ଟ ଡ୍ରେସେସ୍‌

ମହିଳାମାନଙ୍କ ପାଇଁ କର୍ପୋରେଟ୍‌ ଷ୍ଟାଇଲିଂରେ କ୍ରିସ୍ପ୍‌ କଟନ୍‌ ସାର୍ଟ ଡ୍ରେସ୍‌ ଏବଂ ଷ୍ଟ୍ରକଚର୍ଡ ଏ -ଲାଇନ୍‌ ମିଡି ସ୍କର୍ଟ ଏକ ଆରାମଦାୟକ ବିକଳ୍ପ । ଏହା ପେନ୍ସିଲ୍‌ ସ୍କର୍ଟ କିମ୍ବା ସିନ୍ଥେଟିକ୍‌ ଡ୍ରେସ୍‌ ତୁଳନାରେ ଅଧିକ ପବନ ଚଳାଚଳ କରିବାରେ ସାହାଯ୍ୟ କରେ ।

Tags: