ଷ୍ଟାଇଲିସ୍‌ ସମର

ଷ୍ଟାଇଲିସ୍‌ ସମର
Ipsita Picture
By: Ipsita
Published On

 

ଖରାଦିନେ ତାପମାତ୍ରା ବଢ଼ିବା ସହିତ ଅଫିସ୍ରେ ନିଜକୁ ଫର୍ମାଲ୍ଏବଂ ଆରାମଦାୟକ ରଖିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଥାଏ । କର୍ପୋରେଟ୍ଲୁକ୍ବଜାୟ ରଖିବା ସହ ଗରମରୁ ରକ୍ଷା ପାଇବା ପାଇଁ ୱାର୍ଡରୋବ୍ରେ କିଛି ଖାସ ପରିବର୍ତ୍ତନ କରିବା ଆବଶ୍ୟକ ପଡିଥାଏ । ତେବେ ଆସନ୍ତୁ ସେହି ସମ୍ପର୍କରେ କିଛି ଜାଣିବା, ଯାହା ଆପଣଙ୍କୁ ସ୍ୱେଟ୍‌-ଫ୍ରି ଏବଂ ପ୍ରଫେସନାଲ୍ରଖିବ ।

ପ୍ରିମିୟମ୍ଲିନେନ୍ଏବଂ ବ୍ଲେଣ୍ଡସ୍

 ଖରାଦିନ ପାଇଁ ଲିନେନ୍କପଡ଼ା ସବୁଠାରୁ ଉତ୍ତମ, କାରଣ ଏହା ବହୁତ ହାଲୁକା ଏବଂ ଏଥିରେ ପବନ ସହଜରେ ଯାତାୟାତ କରିପାରେ । ଲିନେନ୍କପଡ଼ା ଲୋଚାକୁଚା ହେବାର ଆଶଙ୍କା ଥାଏ ସେଥିରୁ ବଞ୍ଚିବା ପାଇଁ ଆପଣ ଲିନେନ୍‌-କଟନ୍କିମ୍ବା ଲିନେନ୍‌-ରେୟନ୍ବ୍ଲେଣ୍ଡ ବ୍ୟବହାର କରିପାରିବେ, ଯାହା ଅଫିସ୍ପାଇଁ ଏକ ସ୍ମାର୍ଟ ଲୁକ୍ଦେଇଥାଏ ।

ବ୍ରିଦେବଲ୍କଟନ୍‌-ପପ୍ଲିନ୍ସାର୍ଟ

 ଖରାଦିନେ ମୋଟା କପଡ଼ାର ସାର୍ଟ ବଦଳରେ ହାଲୁକା କଟନ୍ପପ୍ଲିନ୍ସାର୍ଟ ପିନ୍ଧନ୍ତୁ । ଏହା ଆରାମ ଦେବା ସହ ଗରମ ଅନୁଭୂତ ହେବାକୁ ଦିଏନାହିଁ । ଏହି ଦିନଗୁଡ଼ିକରେ ଧଳା, ସ୍ପଷ୍ଟ ନୀଳ, ହାଲୁକା ବାଇଗଣୀ କିମ୍ବା ମିଣ୍ଟ ଗ୍ରୀନ୍ଭଳି ଲାଇଟ୍କଲର୍ଚୟନ କରନ୍ତୁ ।

ଡିକନ୍ଷ୍ଟ୍ରକ୍ଟେଡ୍ସମର ବ୍ଲେଜର

 ଯଦି ଆପଣଙ୍କ ଅଫିସ୍ରେ କୋଟ୍ବା ବ୍ଲେଜର ପିନ୍ଧିବା ବାଧ୍ୟତାମୂଳକ, ତେବେ ମୋଟା ଲାଇନିଂ ଥିବା ଜାକେଟ୍ବଦଳରେ ହାଲୁକା କଟନ୍କିମ୍ବା ହପ୍ସ୍ୟାକ୍ଉଲ୍ର ଅନଲାଇନ୍ଡ୍ବ୍ଲେଜର ବ୍ୟବହାର କରନ୍ତୁ । ଏହା ଶରୀରକୁ ଗରମ ନକରି ଫର୍ମାଲ୍ଲୁକ୍ବଜାୟ ରଖେ ।

ୱାଇଡ୍‌-ଲେଗ୍ଟ୍ରାଉଜର ଏବଂ ଚିନୋଜ୍

 ଅଧିକ ଟାଇଟ୍ପୋଷାକ ପିନ୍ଧିବା ଦ୍ୱାରା ଶରୀରରୁ ଝାଳ ଅଧିକ ବାହାରିଥାଏ । ତେଣୁ ସିଧା ବା ଟାଇଟ୍ଫିଟିଂ ପ୍ୟାଣ୍ଟ ବଦଳରେ ଟିକେ ଢିଲା ଥିବା ୱାଇଡ୍‌-ଲେଗ୍ଟ୍ରାଉଜର, ପ୍ଲିଟେଡ୍ପ୍ୟାଣ୍ଟ କିମ୍ବା ଆରାମଦାୟକ କଟନ୍ଚିନୋଜ୍ପିନ୍ଧନ୍ତୁ ।

ମିଡି-ଲେନ୍ଥ ଏବଂ ସାର୍ଟ ଡ୍ରେସେସ୍

ମହିଳାମାନଙ୍କ ପାଇଁ କର୍ପୋରେଟ୍ଷ୍ଟାଇଲିଂରେ କ୍ରିସ୍ପ୍କଟନ୍ସାର୍ଟ ଡ୍ରେସ୍ଏବଂ ଷ୍ଟ୍ରକଚର୍ଡ ଏ -ଲାଇନ୍ମିଡି ସ୍କର୍ଟ ଏକ ଆରାମଦାୟକ ବିକଳ୍ପ । ଏହା ପେନ୍ସିଲ୍ସ୍କର୍ଟ କିମ୍ବା ସିନ୍ଥେଟିକ୍ଡ୍ରେସ୍ତୁଳନାରେ ଅଧିକ ପବନ ଚଳାଚଳ କରିବାରେ ସାହାଯ୍ୟ କରେ ।

Tags: