ଷ୍ଟାଇଲିସ୍ ମନସୁନ

ଷ୍ଟାଇଲିସ୍ ମନସୁନ
Ipsita Picture
By: Ipsita
Published On

 

ବର୍ଷା ଦିନେ ବର୍ଷା କାରଣରୁ କେଉଁ ପୋଷାକ ପିନ୍ଧିବେ ସେଥିପାଇଁ ଖୁବ ଦ୍ବନ୍ଦ୍ବ ଦେଖିବାକୁ ମିଳିଥାଏ । ସେହିଭଳି ଯେଉଁମାନେ ଷ୍ଟାଇଲିଷ୍ଟ ପୋଷାକ ପିନ୍ଧିବାକୁ ଚାହାନ୍ତି ସେମାନଙ୍କ ପାଇଁ ଏହା ଏକ ସମସ୍ୟାରେ ପରିଣତ ହୋଇଥାଏ । ତେବେ ଆସନ୍ତୁ କିଛି ଟ୍ରିକ ସମ୍ପର୍କରେ ଜାଣିବା ଯାହାକୁ ଅନୁକରଣ କରି ଆପଣ ଏକ ଷ୍ଟାଇଲିସ୍ ମନସୁନ କ୍ରିଏଟ କରିପାରିବେ ।

 

ଜର୍ଜେଟ୍

ଫ୍ୟାଶନେବୁଲ୍ ଏବଂ ଷ୍ଟାଇଲିସ୍ ଲୁକ୍ ପାଇଁ ଜର୍ଜେଟ୍ ଅତ୍ୟନ୍ତ ଉତ୍ତମ । ଏହା ହାଲୁକା, ନମନୀୟ ଏବଂ ଅତି ଶୀଘ୍ର ଶୁଖିଯାଉଥିବାରୁ ଆର୍ଦ୍ରତାପୂର୍ଣ୍ଣ ପାଗରେ ପିନ୍ଧିବା ପାଇଁ ଏକ ଭଲ ଅପସନ ହୋଇଥାଏ । ଏହା ଏକ ଷ୍ଟାଇଲିଷ୍ଟ ଲୁକ ମଧ୍ୟ ଦେଇଥାଏ ।

 

ହାଲୁକା ସୁତା ଓ ଲିନେନ୍

 ଏହି କପଡ଼ାଗୁଡ଼ିକ ଶରୀରକୁ ଥଣ୍ଡା ରଖନ୍ତି ଏବଂ ଝାଳ ଶୁଖାଇବାରେ ସାହାଯ୍ୟ କରନ୍ତି ।  ସେହିଭଳି ଏଗୁଡିକ ହାଲୁକା ହୋଇଥିବାରୁ ପିନ୍ଧିବାକୁ ଭଲ ହୋଇଥାଏ ।  ତେବେ ବର୍ଷାରେ ଓଦା ହେଲେ ଏହା ଶରୀରରେ ଲାଖିଯିବାର ସମ୍ଭାବନା ଥିବାରୁ, ସବୁବେଳେ ଏହି କପଡ଼ାର ଢିଲା ଓ ଫ୍ରି-ସାଇଜ୍ ପୋଷାକ ପିନ୍ଧିବା ଉଚିତ୍।

 

ନାଇଲନ୍ ଓ ପଲିଏଷ୍ଟର ବ୍ଲେଣ୍ଡ

 ଅଚାନକ ବର୍ଷା ପାଇଁ ଏଗୁଡ଼ିକ ସବୁଠାରୁ ଭଲ ବିକଳ୍ପ । ଏଗୁଡ଼ିକ ଓଦା ହେଲେ ଖୁବ ଶିଘ୍ର ଶୁଖିଥାଏ ତେଣୁ ଏହା ଖୁବ ଭଲ ହୋଇଥାଏ ବାହାରକୁ ଯିବାବେଳେ ପିନ୍ଧିବା ପାଇଁ ।

କ୍ରେପ୍

 ଜର୍ଜେଟ୍ ଭଳି ଏହା ମଧ୍ୟ ହାଲୁକା ଏବଂ  ଖୁବ ରିଲାକ୍ସିଂ । ଦୈନନ୍ଦିନ ବ୍ୟବହାର ହେଉଥିବା ଡ୍ରେସ୍ ଏବଂ କୁର୍ତ୍ତି ପାଇଁ ଏହା ଅତି ସୁନ୍ଦର। ପ୍ରତିଦିନର ଅଫିସ ଡ୍ରେସ ପାଇଁ ଏହା ଖୁବ ଭଲ ବିକଳ୍ପ ହୋଇଥାଏ ।

 

 କେଉଁ କପଡ଼ା ପିନ୍ଧିବେ ନାହିଁ

ଜିନ୍ସ  ଓ ଭାରୀ ସୁତା କପଡ଼ା ଏହିଦିନେ ପିନ୍ଧନ୍ତୁ ନାହିଁ । ଏଗୁଡ଼ିକ ସ୍ପଞ୍ଜ ଭଳି ପାଣି ଓ ଆର୍ଦ୍ରତାକୁ ଶୋଷି ନିଅନ୍ତି। ସେହିଭଳି ରେୟନ୍  ଓ ଭିସ୍କୋସ୍ ମଧ୍ୟ ବର୍ଷାଦିନ ପାଇଁ ଅନୁପଯୋଗୀ ହୋଇଥାଏ । କେବେ ବି ଏହି ଦିନେ ସିଲ୍କ  ଓ ଭେଲଭେଟ୍ ପୋଷାକ ପିନ୍ଧନ୍ତୁ ନାହିଁ ।  ପାଣି ପଡ଼ିଲେ ସିଲ୍କ କପଡ଼ାରେ ସହଜରେ ଦାଗ ରହିଯାଏ ଏବଂ ଭେଲଭେଟ୍ ଅତ୍ୟଧିକ ଓଜନିଆ ହୋଇଥିବାରୁ ଓଦା ହେଲେ ଶୀଘ୍ର ଶୁଖେ ନାହିଁ ।

Tags: