ଷ୍ଟ୍ରେସ୍‌ ଓ ସ୍କିନ୍‌

ଷ୍ଟ୍ରେସ୍‌ ଓ ସ୍କିନ୍‌
Ipsita Picture
By: Ipsita


 ସାଧାରଣତଃ ଲାଇଫ୍‌ରେ ଷ୍ଟ୍ରେସ୍‌ର ପ୍ରଭାବକୁ ନେଇ ସମସ୍ତେ ଡରନ୍ତି । କାରଣ ଷ୍ଟ୍ରେସ କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଷ୍ଟ୍ରେସର ପ୍ରଭାବରେ ଯେ କେବଳ ଆମର ଅଙ୍ଗପ୍ରତ୍ୟେଙ୍ଗ ଉପରେ ପଡିଥାଏ ଏଭଳି ନୁହେଁ, ଏହାର ପ୍ରଭାବ ଆମ ଚର୍ମ ଉପରେ ମଧ୍ୟ ପଡିଥାଏ । ଆସନ୍ତୁ ଜାଣିବା ଚର୍ମ ଉପରେ ଷ୍ଟ୍ରେସର ପ୍ରଭାବ ।
ଶୁଷ୍କତା
ଷ୍ଟ୍ରେସ କାରଣରୁ ଆମ ଚର୍ମରେ ଥିବା ପ୍ରାକୃତିକ ଆଦ୍ରତା ନଷ୍ଟ ହୋଇଥାଏ । ଯାହାଫଳରେ ଚର୍ମ ଖୁବ ଶୁଷ୍କ ହୋଇଯାଇଥାଏ । ତେଣୁ ଯଦି ଷ୍ଟ୍ରେସରେ ରହୁଛନ୍ତି ତେବେ ସ୍କିନ୍‌ରେ ମଶ୍ଚରାଇଜର କ୍ରିମ୍‌ ଅଧିକ ଲଗାନ୍ତୁ । ସବୁବେଳେ ସ୍କିନ୍‌କୁ ହାଇଡ୍ରେଟ୍‌ ରଖନ୍ତୁ ।
ଲାଲ ପଡିବା
ଷ୍ଟ୍ରେସ କାରଣରୁ ଶରୀର ତଥା ମୁହଁର ସ୍କିନ୍‌ ଲାଲ ପଡିବାର ସମ୍ଭାବନା ଅଧିକ ରହିଛି । ଯଦି ଏପରି ହେଉଛି ତେବେ କୌଣସି ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନେବା ସହିତ ମୁହଁକୁ ଥଣ୍ଡା ରଖନ୍ତୁ । ଏହା ସହିତ ଷେc୍ରସ ଫି୍ର ରହିବାକୁ ଯଥା ସମ୍ଭବ ଚେଷ୍ଟା କରନ୍ତୁ ।
ପୋଡା ଜଳା ହେବା
ବେଳେବେଳେ କାରଣ ନଥାଇ ମଧ୍ୟ ଆମ ଚର୍ମରେ ଜ୍ୱଳନ ଅନୁଭବ ହୋଇଥାଏ । ତେବେ ଏହାର କାରଣ ଷ୍ଟ୍ରେସ ହୋଇପାରେ । ତେଣୁ ଏହି ସମୟରେ ନିଜର ମନକୁ ଶାନ୍ତ ରଖିବା ସହିତ ଚର୍ମକୁ ଥଣ୍ଡା ରଖନ୍ତୁ । ସ୍କିନ୍‌କୁ ସଫା ରଖିବା ସହିତ କୌଣସି ଭଲ ମଶ୍ଚରାଇଜର ଲଗାନ୍ତୁ ।
ବ୍ରଣ
ଷ୍ଟ୍ରେସ୍‌ କାରଣରୁ ବ୍ରଣ ହେବାର ସମ୍ଭାବନା ଅଧିକ ରହିଥାଏ, କାରଣ ଅତ୍ୟଧୀକ ମାନସିକ ଚାପ ଯୋଗୁଁ ହର୍ମୋନାଲ ଇମ୍ପବାଲାନ୍ସ ହୋଇଥାଏ, ଯେଉଁ କାରଣରୁ ବ୍ରଣ ହେବାର ସମ୍ଭାବନା ରହିଥାଏ । ଏପରି ଅଧିକ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ସମ୍ବନ୍ଧିତ ଖବର ମନ ପାଇଁ ଯୋଗ

Related Posts