ଷ୍ଟ୍ରିଟ୍ ଷ୍ଟାଇଲ

ଷ୍ଟ୍ରିଟ୍ ଷ୍ଟାଇଲ
Ipsita Picture
By: Ipsita
Published On

 

ଆଜିକାଲି 'ଷ୍ଟ୍ରିଟ୍ ଷ୍ଟାଇଲ୍' କୁ ସମସ୍ତେ ଖୁବ ପସନ୍ଦ କରିବାରେ ଲାଗିଛନ୍ତି । ବିଶେଷଭାବେ ଯୁବପିଢିଙ୍କର ଏହା ପ୍ରଥମ ପସନ୍ଦ ପାଲଟିଛି । କେବଳ ରାମ୍ପ ଶୋ ନୁହେଁ ଏହାକୁ ବର୍ତ୍ତମାନ ସବୁଦିନିଆ ପିନ୍ଧିବା ଶୈଳୀରେ ମଧ୍ୟ ସାମିଲ କରାଯାଉଛି । ଆସନ୍ତୁ ସେହିଭଳି କିଛି ଷ୍ଟ୍ରିଟ ଷ୍ଟାଇଲ ସମ୍ପର୍କରେ ଜାଣିବା ଯାହା ଆପଣଙ୍କୁ ଷ୍ଟାଇଲିସ କରିବା ସହିତ ଏକ ଭଲ ଲୁକ ପ୍ରଦାନ କରିବ ।

 ଓଭରସାଇଜ୍ଡ୍

 ଷ୍ଟ୍ରିଟ୍ ଫ୍ୟାସନ୍ରେ ଓଭରସାଇଜ୍ଡ୍ ପୋଷାକର ଚାହିଦା ସବୁଠାରୁ ଅଧିକ। ଲମ୍ବା, ଓଭରସାଇଜ୍ଡ୍ ଗ୍ରାଫିକ୍ ଟି-ସାର୍ଟକୁ ଆପଣ ସିଧାସଳଖ ଡ୍ରେସ୍ ଭାବେ ପିନ୍ଧିପାରିବେ । ଏହା ସହିତ ସ୍ନିକର୍ସ ଏବଂ ଏକ ସ୍ମାର୍ଟ ବେଲ୍ଟ ବ୍ୟବହାର କଲେ ଏହା ଏକ ପ୍ରଫେସନାଲ୍ ତଥା କାଜୁଆଲ୍ ଲୁକ୍ ଦେଇଥାଏ ।

 କାର୍ଗୋ ପ୍ୟାଣ୍ଟ୍ସ ଏବଂ କ୍ରପ୍ ଟପ୍

 ଗତ କିଛି ବର୍ଷ ହେବ କାର୍ଗୋ ପ୍ୟାଣ୍ଟ୍ସ ଷ୍ଟ୍ରିଟ୍ ଷ୍ଟାଇଲ୍ର ପ୍ରମୁଖ ଅଂଶ ପାଲଟିଛି। ଢିଲା କାର୍ଗୋ ପ୍ୟାଣ୍ଟ ସହ ଫିଟେଡ୍ କ୍ରପ୍ ଟପ୍ କିମ୍ବା ଟ୍ୟାଙ୍କ ଟପ୍ ପିନ୍ଧିବା ଦ୍ବାରା ଶରୀରର ବାଲାନ୍ସ ସୁନ୍ଦର ଦେଖାଯାଏ । ଏହା ସହ ଏକ ଓଭରସାଇଜ୍ଡ୍ ଜ୍ୟାକେଟ୍ ଲେୟାରିଂ ଆହୁରି ଆକର୍ଷଣୀୟ ଲୁକ ଦେଇଥାଏ ।

ଡେନିମ୍-ଅନ୍-ଡେନିମ୍

ଡେନିମ୍ କେବେବି ଆଉଟ୍-ଅଫ୍-ଫ୍ୟାଶନ୍ ହୁଏନାହିଁ । ଆପଣ ଜିନ୍ସ ସହ ଡେନିମ୍ ଜ୍ୟାକେଟ୍ ପିନ୍ଧିପାରିବେ କିମ୍ବା କୌଣସି ସିମ୍ପଲ୍ କର୍ଟନ୍ ଡ୍ରେସ୍ ଉପରେ ଏକ ଓଭରସାଇଜ୍ଡ୍ ଡେନିମ୍ ଜ୍ୟାକେଟ୍କୁ କାନ୍ଧରେ ପକାଇ ଷ୍ଟ୍ରିଟ୍-ଚିକ୍ ଲୁକ୍ ପାଇପାରିବେ ।

 କାଜୁଆଲ୍ ସ୍ପୋର୍ଟି କୋ-ଓର୍ଡ ସେଟ୍

 ଜୋଗର୍ସ, ଟ୍ରାକ୍ ସୁଟ୍ କିମ୍ବା ମ୍ୟାଚିଂ କୋ-ଓର୍ଡ ସେଟ୍ ଗୁଡ଼ିକ ଆଥଲେଜର ଷ୍ଟାଇଲ୍ ପାଇଁ ଜଣାଶୁଣା ।  ଏହି ପୋଷାକଗୁଡ଼ିକ ଯେତିକି କମ୍ଫର୍ଟେବୁଲ୍, ସେତିକି ଷ୍ଟାଇଲିସ୍ । ଏହା ସହିତ ସନ୍ଗ୍ଲାସ୍ ଏବଂ ବାସ୍କେଟବଲ୍ ସ୍ନିକର୍ସ ପିନ୍ଧି ଆପଣ ଷ୍ଟ୍ରିଟ୍ ଷ୍ଟାଇଲ୍କୁ ସମ୍ପୂର୍ଣ୍ଣ କରିପାରିବେ ।

ଇଣ୍ଡୋ-ୱେଷ୍ଟର୍ନ ଫ୍ୟୁଜନ୍

ଭାରତୀୟ ଷ୍ଟ୍ରିଟ୍ ଫ୍ୟାଶନ୍ରେ ସବୁଠାରୁ ଟ୍ରେଣ୍ଡିଂ ହେଉଛି ଫ୍ୟୁଜନ୍ ଲୁକ୍ ।  ଷ୍ଟ୍ରେଟକଟ୍ କୁର୍ତ୍ତି ସହ ଜିନ୍ସ ଏବଂ ହ୍ୱାଇଟ୍ ସ୍ନିକର୍ସ, କିମ୍ବା ଶାଢ଼ୀ ସହ ଡେନିମ୍ ଜ୍ୟାକେଟ୍ ପିନ୍ଧିବା ଦ୍ବାରା ଏକ ପାରମ୍ପରିକ ଏବଂ ଆଧୁନିକ ରୂପ ମିଳିଥାଏ ।  

 

 

 

 

 

 

 

 

Tags: