ଷ୍ଟ୍ରିଟ୍‌ ଫ୍ୟାଶନ

ଷ୍ଟ୍ରିଟ୍‌ ଫ୍ୟାଶନ କହିଲେ ଲୋକାଲ ଷ୍ଟ୍ରିଟ ମାର୍କେଟ୍‌ରେ ମିଳୁଥିବା ପୋଷାକକୁ ଏକ ଫ୍ୟାଶନ ଟ୍ରେଣ୍ଡ୍‌ରେ ପରିବର୍ତ୍ତନ କରିବା । ଏହା ବିଶେଷକରି ଯୁବପିଢିଙ୍କର ଫ୍ୟାଶନ ଭାବେ ବର୍ତ୍ତମାନ ଟ୍ରେଣ୍ଡ୍‌ ହେଉଛି । କଲେଜ ଯିବା ସମୟରେ ହେଉ କିମ୍ବା ଅଫିସ୍‌, ସବୁ ସ୍ଥାନରେ ଯୁବପିଢି ଆପଣାଉଥିବା ଦେଖିବାକୁ ମିଳୁଛି । ପ୍ରିପ୍‌ ଏହି ଫ୍ୟାଶନ ଆମର ନବେଦଶକର ଫ୍ୟାଶନକୁ ମନେ ପକାଇଦେଇଥାଏ । ଏହାକୁ ଉଭୟ ପୁଅ ଓ ଝିଅ ଟ୍ରାଏ କରିପାରିବେ । ଏହା ବର୍ତ୍ତମାନ […]

Samaya Live Picture
Published On

ଷ୍ଟ୍ରିଟ୍‌ ଫ୍ୟାଶନ କହିଲେ ଲୋକାଲ ଷ୍ଟ୍ରିଟ ମାର୍କେଟ୍‌ରେ ମିଳୁଥିବା ପୋଷାକକୁ ଏକ ଫ୍ୟାଶନ ଟ୍ରେଣ୍ଡ୍‌ରେ ପରିବର୍ତ୍ତନ କରିବା । ଏହା ବିଶେଷକରି ଯୁବପିଢିଙ୍କର ଫ୍ୟାଶନ ଭାବେ ବର୍ତ୍ତମାନ ଟ୍ରେଣ୍ଡ୍‌ ହେଉଛି । କଲେଜ ଯିବା ସମୟରେ ହେଉ କିମ୍ବା ଅଫିସ୍‌, ସବୁ ସ୍ଥାନରେ ଯୁବପିଢି ଆପଣାଉଥିବା ଦେଖିବାକୁ ମିଳୁଛି ।

ପ୍ରିପ୍‌
ଏହି ଫ୍ୟାଶନ ଆମର ନବେଦଶକର ଫ୍ୟାଶନକୁ ମନେ ପକାଇଦେଇଥାଏ । ଏହାକୁ ଉଭୟ ପୁଅ ଓ ଝିଅ ଟ୍ରାଏ କରିପାରିବେ । ଏହା ବର୍ତ୍ତମାନ ବେଶ୍‌ ଟ୍ରେଣ୍ଡ୍‌ରେ ରହୁଛି । ଏହି ଷ୍ଟାଇଲ୍‌ରେ ମିନିସ୍କର୍ଟ, ଟର୍ଟଲନେକ, ନି- ହାଇ ସକସ୍‌, ବୁଟ୍ସ ଆଦି ରହିଛି । ଏହା ଏକ ଡାଇନାମିକ୍‌ ଆଉଟ୍‌ଫିଟ୍‌ ଯାହା ଷ୍ଟାଇଲିସ୍‌ ଲୁକ ଦେଇଥାଏ । ଏହି ଆଉଟ୍‌ ଫିଟ୍‌ରେ ବିଭିନ୍ନ କଲର ରହିଥାଏ ଯାହାକୁ ନିଜ ପସନ୍ଦରେ ଆପଣ ପେୟାର କରିପାରିବେ ।

ଫେମ୍‌ ପୁଙ୍କ
ଏହି ଷ୍ଟାଇଲର ନାଁ ଭଳି ଏଥିରେ ପିନ୍ଧାଯାଉଥିବା ପୋଷାକ ମଧ୍ୟ ବେଶ୍‌ ହଟକେ । ଏହି ଷ୍ଟାଇଲ୍‌ରେ ଦୁଇଟି ଅଲଗା ଅଲଗା ପର୍ସନାଲିଟିକୁ ଏକାଠି କରି ଗୋଟିଏ ଲୁକ୍‌ କ୍ରିଏଟ୍‌ କରାଯାଇଥାଏ । ଏଥିରେ ଦୁଇଟି ଷ୍ଟାଇଲ୍‌କୁ ମର୍ଜ କରାଯାଇଥାଏ । ତେଣୁ ଏହି ଷ୍ଟାଇଲ୍‌କୁ ପିନ୍ଧିବାରେ ବେଶ୍‌ ମଜା ଆସିଥାଏ । ଏହାସହ ଏହି ଷ୍ଟାଇଲ୍‌ ବେଶ୍‌ ଆକର୍ଷଣୀୟ ମଧ୍ୟ ହୋଇଥାଏ । ଏଥିରେ ଆପଣ ନିଜ ପସନ୍ଦର କଲର ଓ ଷ୍ଟାଇଲ ଆଡ କରିପାରିବେ । ଏଥିରେ ବେଶି ଏକ୍ସପେରିମେଣ୍ଟ କରି ହେଉଥିବାରୁ ଏହାକୁ ସମସ୍ତେ ବେଶ୍‌ ପସନ୍ଦ କରନ୍ତି ।

ହିପ୍‌ହପ୍‌ ଫ୍ୟାଶନ
ହିପ୍‌ହପ୍‌ ଫ୍ୟାଶନ ବିଶେଷଭାବେ ପୁଅଙ୍କର ଫେଭରିଟ୍‌ ହୋଇଥାଏ । ଏହି ଷ୍ଟାଇଲ୍‌କୁ ବେଶ୍‌ ୟୁନିକ୍‌ ବୋଲି ଧରାଯାଇଥାଏ । ଏଥିରେ ପୁଅଙ୍କୁ ଫଙ୍କି ଷ୍ଟାଇଲ୍‌ରେ ଦେଖିବାକୁ ମିଳିଥାଏ । ସେମାନେ ହ୍ୟାଟ୍‌ ଓ ଜୁଏଲାରୀକୁ ଏହି ଷ୍ଟାଇଲ୍‌ରେ ପେୟାର କରି ଥାଆନ୍ତି । ଏଥିରେ ବ୍ଲେଜରକୁ ବିଶେଷ ଭାବେ ଧ୍ୟାନ ଦିଆଯାଇଥାଏ ।

Tags: