ଅଜବ ଶେଷ ଇଚ୍ଛା

ଅଜବ ଶେଷ ଇଚ୍ଛା
Samaya Live Picture
Published On

ଦୁନିଆର ସବୁଠାରୁ ନିରାଟ ସତ୍ୟ ହେଲା ମୃତ୍ୟୁା ଧରାରେ ଜନ୍ମ ନେଇଥିବା ସମସ୍ତଙ୍କର ମୃତ୍ୟୁ ସୁନିଶ୍ଚିତା କାହା ମୃତ୍ୟୁ କେବେ କହି କି ଆସେ ନାହିାଁ ହେଲେ ଯେଉଁମାନେ ଜେଲ୍‌ ହାଜଦରେ ଥାଆନ୍ତି ସେମାନଙ୍କ କଥା ଅଲଗାା ଯେଉଁମାନଙ୍କ ମୃତ୍ୟୁ ଦଣ୍ଡାଦେଶ ହୋଇଥାଏ ସେମାନଙ୍କୁ ତାଙ୍କର ଶେଷ ଇଚ୍ଛା କଥା ପଚରାଯାଇଥାଏା ଦୁନିଆରେ ଏଭଳି କିଛି ମଣିଷ ଅଛନ୍ତି ଯେଉଁମାନଙ୍କର ଶେଷ ଇଚ୍ଛା ବହୁତ ଅଜବ ଥାଏା ସେହି ଇଚ୍ଛାକୁ ଶୁଣିଲେ ଆଖିରେ ଲୁହ ବଦଳରେ ମଣିଷକୁ ହସ ଲାଗିଥାଏା ଆସନ୍ତୁ ପଢିବା ସେହିଭଳି କିଛି ଅଜବ ଶେଷ ଇଚ୍ଛା ବିଷୟରୋ

ଜନ୍‌ ବେନ୍‌ : ଏହି କଏଦୀଙ୍କ ଶେଷ ଇଚ୍ଛା ଥିଲା ଖୁବ୍‌ ନିଆରାା ସାଧାରଣତଃ ମୃତ୍ୟୁ ଆସୁଛି ବୋଲି ଜାଣିଥିବା ମଣିଷ ଖାଇବା ପିଇବା କଥା ଭୁଲିଯାଇଥାଏା ହେଲେ ଜନ୍‌ଙ୍କର ଶେଷ ଇଚ୍ଛାଥିଲା ଖାଇବା ଉପରୋ ଜନ୍‌ଙ୍କର ଶେଷ ଇଚ୍ଛା ଥିଲା କେଏଫ୍‌ସିର ଫ୍ରାଏଡ୍‌ ଚିକେନ ଖାଇବାକୁା

ବିକଫର : ମୃତ୍ୟୁ ଦଣ୍ଡାଦେଶ ପାଇଥିବା ବିକଫର ନିଜର ଶେଷ ଇଚ୍ଛାରେ ଖୁବ ଅଜବ ଦାବି କରିଥିଲୋ ସେ ତାଙ୍କ ଶେଷ ଇଚ୍ଛାରେ ଖାଇବାରେ ଅଲିଭ ମାଗିଥିଲୋ ଏହାପଛର କାରଣ ମଧ୍ୟ ଖୁବ୍‌ ରୋଚକା ତାଙ୍କର ବିଶ୍ୱାସ ରହିଛି କି ସେ ଯଦି ମରିବା ପୂର୍ବରୁ ଅଲିଭ ଫଳ ଖାଉଛନ୍ତି ତେବେ ତାଙ୍କ ପେଟରେ ମୃତ୍ୟୁ ପରେ ଏକ ଅଲିଭ ଗଛ ଉଠିବା

ରନି ଲୀ ଗାର୍ଡେନର : ରନିଙ୍କର ଶେଷ ଇଚ୍ଛା ଥିଲା ବେଶ୍‌ ରୋଚକ ପୂର୍ଣ୍ଣା ଏହି ଅପରାଧୀ ଜଣଙ୍କ ନିଜର ଶେଷ କ୍ଷଣକୁ ଖାସ କରିବା ପାଇଁ ଏକ ହଲିଉଡ୍‌ ସିନେମା ଦେଖିବାକୁ ଅନୁରୋଧ କରିଥିଲୋ ଏହା ସହ ତାଙ୍କର ଶେଷ ଖାଇବାକୁ ନେଇ ମଧ୍ୟ ଦାବି ଥିଲାା ସେ ଶେଷ ଇଚ୍ଛାରେ ଲାବେଷ୍ଟର ଲାଞ୍ଚ, ଆପଲ୍‌ ପାଇ ଭାନିଲା ଆଇସ୍‌କ୍ରିମ ଓ ସେଭେନ୍‌ ଅପ୍‌ କୋଲïଡ୍ରିଙ୍କସ୍‌ ପିଇବାକୁ ଇଚ୍ଛା କରିଥିଲୋ

ଧନଞ୍ଜୟ ଚାଟାର୍ଜି : ଭାରତରେ ଏକ ମାମଲାରେ ଫାଶୀଦଣ୍ଡ ପାଇଥିବା ଧନଞ୍ଜୟଙ୍କର ଶେଷ ଇଚ୍ଛା ଥିଲା ବେଶ୍‌ ଭାବପୂର୍ଣ୍ଣା ପ୍ରାୟ କଏଦୀ ନିଜ ପରିବାରକୁ ଦେଖିବା କିମ୍ବା କୌଣସି ଖାଦ୍ୟର ଇଚ୍ଛା କରିଥାଆନ୍ତିା ହେଲେ ଧନଞ୍ଜୟ ଚାଟାର୍ଜି ଜେଲର ଡାକ୍ତର ବାସୁଦେବ ମୁଖାର୍ଜିଙ୍କ ପାଦ ଛୁଇଁବାକୁ ଇଚ୍ଛା କରିଥିଲୋ

Tags: