ଶୀତଦିନେ ରୁହନ୍ତୁ ଆକ୍ଟିଭ

ସାଧାରଣତଃ ଶୀତଦିନେ ସମସ୍ତେ ଲେଜି ଫିଲ୍‌ କରନ୍ତି । କିଛି କାମ କରିବାକୁ ଇଚ୍ଛା ହୋଇ ନଥାଏ । ଏଥିପାଇଁ ବିଭିନ୍ନ ଲୋକଙ୍କୁ ଭିନ୍ନଭିନ୍ନ ଉପାୟ ଆପଣାଉଥିବାର ଦେଖିବାକୁ ମିଳିଥାଏ । ତେବେ ଏଭଳି କେତେକ ଖାଦ୍ୟ ରହିଛି ଯାହାକୁ ଆମେ ଡାଏଟ୍‌ରେ ସାମିଲ କରି ଲେଜିନେସ୍‌କୁ ଦୂରେଇ ପାରିବା । ଏଭଳି ଖାଦ୍ୟକୁ ସୁପରଫୁଡ କୁହାଯାଇଥାଏ । ଆସନ୍ତୁ ଜାଣିବା ସେହି ସୁପରପୁଡ ସମ୍ପର୍କରେ । – ବ୍ଲୁବେରୀ : ବ୍ଲୁବେରୀ ରେ ଭିଟାମିନ୍ସ ଓ […]

Samaya Live Picture
Published On

ସାଧାରଣତଃ ଶୀତଦିନେ ସମସ୍ତେ ଲେଜି ଫିଲ୍‌ କରନ୍ତି । କିଛି କାମ କରିବାକୁ ଇଚ୍ଛା ହୋଇ ନଥାଏ । ଏଥିପାଇଁ ବିଭିନ୍ନ ଲୋକଙ୍କୁ ଭିନ୍ନଭିନ୍ନ ଉପାୟ ଆପଣାଉଥିବାର ଦେଖିବାକୁ ମିଳିଥାଏ । ତେବେ ଏଭଳି କେତେକ ଖାଦ୍ୟ ରହିଛି ଯାହାକୁ ଆମେ ଡାଏଟ୍‌ରେ ସାମିଲ କରି ଲେଜିନେସ୍‌କୁ ଦୂରେଇ ପାରିବା । ଏଭଳି ଖାଦ୍ୟକୁ ସୁପରଫୁଡ କୁହାଯାଇଥାଏ । ଆସନ୍ତୁ ଜାଣିବା ସେହି ସୁପରପୁଡ ସମ୍ପର୍କରେ ।
– ବ୍ଲୁବେରୀ : ବ୍ଲୁବେରୀ ରେ ଭିଟାମିନ୍ସ ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୂରମାତ୍ରାର ରହିଥାଏ । ତେଣୁ ଏହାକୁ ଖାଇଲେ ଏନର୍ଜି ଲେବଲ ବଢିଥାଏ । ଏହାସହିତ ରକ୍ତ ସଞ୍ଚାଳନ ମଧ୍ୟ ଭଲରେ ହୋଇଥାଏ । ତେଣୁ ଫଳ ତାଲିକାରେ ବ୍ଲìବେରି ସାମିଲ କରନ୍ତୁ ।
– ପାଳଙ୍ଗ – ସବୁଠାରୁ ପୁଷ୍ଟିକର ଖାଦ୍ୟରେ ପାଳଙ୍ଗ ଶାଗର ନାଁ ଆଗରେ ଆସିଥାଏ । ଏଥିରେ ଆଇରନ୍‌ ଓ ଭିଟାମିନ୍‌ର ମାତ୍ରା ବେଶ ଅଧିକ ରହିଥାଏ । ଏହା ଖାଇବା ଦ୍ୱାରା ଆମ ଶରୀରରେ ଅକ୍ସିଜେନ୍‌ ଅଧିକ ମାତ୍ରାରେ ପ୍ରବାହିତ ହୋଇଥାଏ, ଯାହା ଆମକୁ ଆକଫିଭ ରଖିବାରେ ସହାୟକ ହୋଇଥାଏ । କେବଳ ସେତିକି ନୁହେଁ ପାଳଙ୍ଗ ଖାଇବା ଦ୍ୱାରା ଆମର ମେଟାବଲିଜିମ୍‌ ମଧ୍ୟ ବଢିଥାଏ, ଯାହା ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିଥାଏ ।
– ଚିଆ ସିଡ୍ସ : ଚିଆ ସିଡ୍‌ରେ ଓମେଗା – ୩ ଫ୍ୟାଟି ଏସିଡ୍‌ ଖୁବ ଅଧିକ ମାତ୍ରାରେ ରହିଛି । କେବଳ ଏତିକି ନୁହେଁ ଏଥିରେ ଫାଇବର, ପ୍ରୋଟିନ୍‌ ମଧ୍ୟ ଖୁବ ଅଧିକ ପରିମାଣରେ ଅଛି । ଯାହା ଆମକୁ ଆକଫିଭ ରଖିବା ସହିତ ବ୍ଲଡ୍‌ ସୁଗାର ଲେବଲକୁ ମେଣ୍ଟେନ୍‌ କରିବାରେ ସହାୟକ ହୋଇଥାଏ ।
– କନ୍ଦମୂଳ : ଏଥିରେ ଅଧିକ ମାତ୍ରାରେ କାର୍ବୋହାଇଡ୍ରେଟ୍‌ ଓ ଫାଇବର ରହିଥାଏ, ଯାହା ଆମକୁୁ ଅଧିକ ଏନ୍‌ର୍ଜେଟିକ୍‌ କରିଥାଏ । ତେମୁ ଶୀତଦିନେ ଏହାକୁ ପୋଡି କିମ୍ବା ସିଝାଇ ଖାଇପାରିବେ । ଏହା ବେଶ୍‌ ସ୍ୱାଦିଷ୍ଟ ମଧ୍ୟ ହୋଇଥାଏ ।
– ଚକୋଲେଟ୍‌ – ଶୀତଦିନେ ଚକୋଲେଟ୍‌ ଖାଇପାରିବେ । ଏହା ଆପଣଙ୍କୁ ଆକଫିଭ ରଖିବାରେ ସହାୟକ ହେବ, ଏହା ସହିତ ଭୋକ ମଧ୍ୟ ଲାଗିବାକୁ ଦେଇନଥାଏ । ଡାର୍କ ଚକୋଲେଟ୍‌ରେ କ୍ୟାଫେନ୍‌ର ପରିମାଣ ଅଧିକ ରହିଥାଏ, ତେଣୁ ଏହା ଆମକୁ ଆକ୍ଟିଭ ରଖିବାରେ ସହାୟକ ହୋଇଥାଏ ।

Tags: