ସ୍ପୋର୍ଟସ ଫ୍ୟାଶନ
ଆଗାମୀ ମାସଗୁଡ଼ିକରେ ଅନେକ ବଡ଼ ବଡ଼ ଖେଳ ପ୍ରତିଯୋଗିତା ଆୟୋଜନ ହେବାକୁ ଯାଉଛି । ତେବେ ଖେଳ ମଇଦାନର କ୍ରେଜ୍ ଏବେ ଫ୍ୟାଶନ୍ ଦୁନିଆକୁ ମଧ୍ୟ ଛୁଇଁଲାଣି । ଲୋକେ ନିଜ ପ୍ରିୟ ଖେଳକୁ ସପୋର୍ଟ କରିବା ସହ ଷ୍ଟାଇଲିସ୍ ଦେଖାଯିବା ପାଇଁ ସ୍ପୋର୍ଟସ ପୋଷାକକୁ ଆପଣାଉଛନ୍ତି। ଆସନ୍ତୁ ଜାଣିବା ଏହି ସିଜନ୍ରେ କେଉଁ ସ୍ପୋର୍ଟସ ଲୁକ୍ ସବୁଠାରୁ ଅଧିକ ଟ୍ରେଣ୍ଡରେ ରହିଛି ।
ଫୁଟବଲ୍ ଜର୍ସି : ୨୦୨୬ ଫିଫା ବିଶ୍ୱକପ୍ ଚାଲିଥିବାରୁ ଏବେ ଫୁଟବଲ୍ ଜର୍ସିର କ୍ରେଜ୍ ବହୁତ ବଢ଼ିଯାଇଛି । ଏହାକୁ କେବଳ ମ୍ୟାଚ୍ ଦେଖିବା ଦିନ ନୁହେଁ, ବରଂ ସାଧାରଣ ଦିନରେ ମଧ୍ୟ ସ୍ଲିପ୍ ସ୍କର୍ଟ କିମ୍ବା ଜିନ୍ସ ସହ ପିନ୍ଧି ଏକ ନୂଆ ଲୁକ କ୍ରିଏଟ କରିପାରିବେ । ରିହାନା ଏବଂ ବେଲା ହାଦିଦ୍ଙ୍କ ଭଳି ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଏହି ଲୁକ୍କୁ ପସନ୍ଦ କରୁଛନ୍ତି ।
ଟ୍ରାକ୍ ଜ୍ୟାକେଟ୍ : ପୁରୁଣା ଦିନର ଟ୍ରାକ୍ ଜ୍ୟାକେଟ୍ ଏବେ ପୁଣି ଥରେ ଫ୍ୟାଶନ୍ ଦୁନିଆକୁ ଫେରିଛି । ଆଡିଡାସ୍ ଏବଂ ଓ୍ୱେଲ୍ସ ବନର ଭଳି ବ୍ରାଣ୍ଡଗୁଡ଼ିକର ମିଳିତ ସହଯୋଗରେ ଏହି ରେଟ୍ରୋ ଲୁକ୍ ଖୁବ୍ ଲୋକପ୍ରିୟ ହେଉଛି । ଏହାକୁ ଡ୍ରେସ୍ କିମ୍ବା ଢିଲା ପ୍ୟାଣ୍ଟ ଉପରେ ପିନ୍ଧିଲେ ଏକ ସହଜ ଓ ଆରାମଦାୟକ ଷ୍ଟାଇଲ୍ ମିଳିଥାଏ ।
ଟେନିସ୍ ପୋଷାକ : ଓ୍ୱିମ୍ବଲଡନ୍ ସିଜନ୍ ଆସୁଥିବାରୁ ‘ଟେନିସ୍କୋର୍’ ଷ୍ଟାଇଲ୍ର ଚାହିଦା ବହୁତ ବଢ଼ିଛି । ବିଶେଷ କରି ମହିଳା ଆଥଲେଟ୍ମାନଙ୍କ ଭଳି ପ୍ଲିଟେଡ୍ ସ୍କର୍ଟ ଏବଂ ସ୍କର୍ଟ-ପ୍ୟାଣ୍ଟ୍ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଆଦୃତ ହେଉଛି । ଏହା ଦେଖିବାକୁ ଖୁବ୍ ସୁନ୍ଦର ଓ ସ୍ମାର୍ଟ ଲାଗିଥାଏ ।
ପୋଲୋ ସାର୍ଟ : ଷ୍ଟାଇଲିସ୍ ଏବଂ ଭଦ୍ର ଲୁକ୍ ପାଇଁ ପୋଲୋ ସାର୍ଟ ସବୁଠାରୁ ଭଲ ବିକଳ୍ପ । ଏହା ସ୍ପୋର୍ଟି ଦେଖାଯିବା ସହ ଏକ କ୍ଲାସିକ୍ ଲୁକ୍ ଦେଇଥାଏ । ଆଜିକାଲି କ୍ରପ୍ଡ ଏବଂ ବୁଣା ହୋଇଥିବା ପୋଲୋ ସାର୍ଟ ଫ୍ୟାଶନ୍ ଦୁନିଆରେ ବହୁତ ଟ୍ରେଣ୍ଡରେ ରହୁଛି ।
ଫ୍ୟାଶନେବଲ୍ ସ୍ନିକର୍ସ : ଆଜିକାଲି ଲୋକେ ଷ୍ଟାଇଲ୍ ସହ ଆରାମକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଫଳରେ ରନିଂ ଜୋତା ବା ସ୍ନିକର୍ସ ଏବେ ଲକ୍ସୁରୀ ଫ୍ୟାଶନ୍ର ଏକ ଅଂଶ ପାଲଟିଛି । ଓନ୍ , ହୋକା ଏବଂ ନ୍ୟୁ ବାଲାନ୍ସ ଭଳି ବ୍ରାଣ୍ଡର ଜୋତା ପିନ୍ଧିବା ଏବେ ଏକ ବଡ଼ ଷ୍ଟାଇଲ୍ ଷ୍ଟେଟମେଣ୍ଟ ପାଲଟିଛି ।
ବେସବଲ୍ କ୍ୟାପ୍ : ଗୋଟିଏ ସୁନ୍ଦର କ୍ୟାପ୍ ବିନା ସ୍ପୋର୍ସ ଷ୍ଟାଇଲ୍ ଅଧୁରା । କାର୍ ରେସର୍ଙ୍କଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି କ୍ୟାପ୍ ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଏହା ଆପଣଙ୍କ ସାଧାରଣ ପୋଷାକକୁ ମଧ୍ୟ ଏକ ଖାସ୍ ଲୁକ୍ ଦେଇଥାଏ ।




