ନିଆରା ବିଧି: ଖେଳନାରେ ସଜାଯାଏ ମନ୍ଦିର

ବିଭିନ୍ନ ସ୍ଥାନରେ ଗୁରୁପୂର୍ଣ୍ଣିମା ଭିନ୍ନଭିନ୍ନ ଢଙ୍ଗରେ ପାଳନ ହେଉଛି । ତେବେ ବାଙ୍ଗାଲୁରୁର ଏକ ମନ୍ଦିର କିଛି ସ୍ୱତନ୍ତ୍ରତାର ସହ ଗୁରୁପୂର୍ଣ୍ଣିମା ପାଳିଛନ୍ତି । ମନ୍ଦିରଟିକୁ ବିଭିନ୍ନ ପ୍ରକାରର ଖେଳନାକୁ ବ୍ୟବହାର କରି ସଜାଯାଇଛି । ଏହି ସାଜସଜ୍ଜାରେ ୧୦୦ କିମ୍ବା ୨୦୦ ନୁହେଁ ପାଖାପାଖି ଏକ ଲକ୍ଷ ଖେଳନା ଲାଗିଥିବା ଜଣାପଡିଛି । ଏଥିରେ ବିଭିନ୍ନ ପୁରାତନ ଓ ଆଧୁନିକ ଖେଳନାକୁ ବ୍ୟବହାର କରାଯାଇଛି । ବାଙ୍ଗାଲୁରର ଜେପି ନଗରରେ ଥିବା ଶ୍ରୀ ସତ୍ୟ ଗଣପତି […]

Samaya Live Picture
Published On

ବିଭିନ୍ନ ସ୍ଥାନରେ ଗୁରୁପୂର୍ଣ୍ଣିମା ଭିନ୍ନଭିନ୍ନ ଢଙ୍ଗରେ ପାଳନ ହେଉଛି । ତେବେ ବାଙ୍ଗାଲୁରୁର ଏକ ମନ୍ଦିର କିଛି ସ୍ୱତନ୍ତ୍ରତାର ସହ ଗୁରୁପୂର୍ଣ୍ଣିମା ପାଳିଛନ୍ତି । ମନ୍ଦିରଟିକୁ ବିଭିନ୍ନ ପ୍ରକାରର ଖେଳନାକୁ ବ୍ୟବହାର କରି ସଜାଯାଇଛି । ଏହି ସାଜସଜ୍ଜାରେ ୧୦୦ କିମ୍ବା ୨୦୦ ନୁହେଁ ପାଖାପାଖି ଏକ ଲକ୍ଷ ଖେଳନା ଲାଗିଥିବା ଜଣାପଡିଛି ।

ନିଆରା ବିଧି: ଖେଳନାରେ ସଜାଯାଏ ମନ୍ଦିର

ଏଥିରେ ବିଭିନ୍ନ ପୁରାତନ ଓ ଆଧୁନିକ ଖେଳନାକୁ ବ୍ୟବହାର କରାଯାଇଛି । ବାଙ୍ଗାଲୁରର ଜେପି ନଗରରେ ଥିବା ଶ୍ରୀ ସତ୍ୟ ଗଣପତି ସିରିଡି ସାଇ ମନ୍ଦିରରେ ଏହା ଅନୁଷ୍ଠିତ ହୋଇଛି । ଏହି ସ୍ୱତନ୍ତ୍ର ସାଜସଜ୍ଜାରେ ୫୦ ପ୍ରକାରର ଖେଳନା ବ୍ୟବହାର କରାଯାଇଛି । ଏଥିରେ ପୁରୁଣା ସମୟର ଖେଳନା ଯେପରି ଗିଲି ଦଣ୍ଡା,ଗୁଲି ଆଦି ସାମିଲ ରହିଛି ।

ସେହିଭଳି ଆଧୁନିକ ଖେଳନା ଯେପରି କ୍ରିକେଟ ବ୍ୟାଟ୍‌, ଟେନିସ୍‌ ଓ ହକି ଆଦି ଖେଳର ଉପକରଣ ସାମିଲ ରହିଛି । ଗୁରୁପୂର୍ଣ୍ଣିମା ସରିବାପରେ ଏହି ସମସ୍ତ ଖେଳନାକୁ ଦରକାରୀ ଲୋକଙ୍କ ମଧ୍ୟରେ ବଣcାଯିବାର ଯୋଜନା ଥିବା ଜଣାପଡିଛି ।

ନିଆରା ବିଧି: ଖେଳନାରେ ସଜାଯାଏ ମନ୍ଦିର

ପ୍ରତିବର୍ଷ ଏଠାରେ ଏହି ସମାରୋହକୁ ଭିନ୍ନଭିନ୍ନ ଥିମରେ ଆୟୋଜନ କରାଯାଇଥାଏ । ଗତବର୍ଷ କରୋନାକୁ ଆଖିରେ ରଖି ଏହି ଉତ୍ସବରେ ତିନିଲକ୍ଷ ବଟିକା ବ୍ୟବହାର କରି ସାଜସଜ୍ଜା କରାଯାଇଥିଲା ।