ସୋସିଆଲ ମିଡ଼ିଆରେ ଏପରି କମେଣ୍ଟ ଦିଅନ୍ତି ୟୁଜର୍ସ

ସମୟ ଲାଇଭ୍‍,୧୦/୧୧: ସୋସିଆଲ୍‍ ମିଡ଼ିଆରେ ଯଦି କୌଣସି ଲୋକପ୍ରିୟ ପୋଷ୍ଟ କରାଯାଏ। ଏହା ଉପରେ ଅନେକ ମନ୍ତବ୍ୟ ଆସିଥାଏ। ସେଥିମଧ୍ୟରୁ କିଛି କମେଣ୍ଟଟେରରଙ୍କ ବିଷୟରେ ଜାଣନ୍ତୁ। ୧) ଏପରି କେତେଜଣ ବ୍ୟକ୍ତି ଥା’ନ୍ତି ଯେଉଁମାନେ ଯେକୌଣସି ପୋଷ୍ଟ ଉପରେ କମେଣ୍ଟ କରିବାକୁ ପସନ୍ଦ କରନ୍ତି। ୨) ଅନ୍ୟ କେତକ ବ୍ୟକ୍ତି ଅଛନ୍ତି ଯେକୌଣସି ପୋଷ୍ଟ ଉପରେ ତର୍କବିତର୍କ ଆରମ୍ଭ କରିଥା’ନ୍ତି। ୩) ଏପରି କେତକ ବ୍ୟକ୍ତି ମଧ୍ୟ ଅଛନ୍ତି ସେମାନେ ଯଦିଓ କୌଣସି କମେଣ୍ଟ କରିନଥା’ନ୍ତି କିନ୍ତୁ […]

Samaya Live Picture
Published On

ସମୟ ଲାଇଭ୍‍,୧୦/୧୧: ସୋସିଆଲ୍‍ ମିଡ଼ିଆରେ ଯଦି କୌଣସି ଲୋକପ୍ରିୟ ପୋଷ୍ଟ କରାଯାଏ। ଏହା ଉପରେ ଅନେକ ମନ୍ତବ୍ୟ ଆସିଥାଏ।
ସେଥିମଧ୍ୟରୁ କିଛି କମେଣ୍ଟଟେରରଙ୍କ ବିଷୟରେ ଜାଣନ୍ତୁ।
୧) ଏପରି କେତେଜଣ ବ୍ୟକ୍ତି ଥା’ନ୍ତି ଯେଉଁମାନେ ଯେକୌଣସି ପୋଷ୍ଟ ଉପରେ କମେଣ୍ଟ କରିବାକୁ ପସନ୍ଦ କରନ୍ତି।
୨) ଅନ୍ୟ କେତକ ବ୍ୟକ୍ତି ଅଛନ୍ତି ଯେକୌଣସି ପୋଷ୍ଟ ଉପରେ ତର୍କବିତର୍କ ଆରମ୍ଭ କରିଥା’ନ୍ତି।
୩) ଏପରି କେତକ ବ୍ୟକ୍ତି ମଧ୍ୟ ଅଛନ୍ତି ସେମାନେ ଯଦିଓ କୌଣସି କମେଣ୍ଟ କରିନଥା’ନ୍ତି କିନ୍ତୁ ଅନ୍ୟମାନଙ୍କ କମେଣ୍ଟକୁ ଲାଇକ୍‍ କରିବାକୁ ଭୁଲନ୍ତି ନାହିଁ।
୪) ପୋଷ୍ଟ ଉପରେ ମଜାଳିଆ କମେଣ୍ଟ କରିବା ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ କିଛି କମ୍‍ ହୋଇ ନଥାଏ।
୫) କିଛି ଲୋକ ପୋଷ୍ଟରେ ସକରାତ୍ମକ ଦିଗ ପରିବର୍ତ୍ତେ ନକରାତ୍ମକ ଦିଗ ଖୋଜିଥା’ନ୍ତି ଏବଂ ତଦନୁରୂପ କମେଣ୍ଟ ଦେଇଥା’ନ୍ତି।
୬) ତେବେ ଅନ୍ୟ କେତକ ବ୍ୟକ୍ତି ପୋଷ୍ଟ ସେୟାର କରିଥିବା ବ୍ୟକ୍ତିଙ୍କୁ କମେଣ୍ଟରେ ପ୍ରଶଂସା କରିଥା’ନ୍ତି।
୭) କେତକ ବ୍ୟକ୍ତି ଶାଳିନତା ଭୁଲି କମେଣ୍ଟରେ ଗାଳି ଦେବାକୁ ପଛାନ୍ତି ନାହିଁ।
୮) ଅନ୍ୟ କେତକ ବ୍ୟକ୍ତି ସେମାନେ ନିଜ କମେଣ୍ଟକୁ ଶ୍ରେଷ୍ଠ କମେଣ୍ଟ ଭାବିଥା’ନ୍ତି।

୯) ସେହିପରି କେତକ ବ୍ୟକ୍ତି ଯେକୌଣସି ପୋଷ୍ଟକୁ ସାମାଜିକ ପରମ୍ପରା ସହ ଯୋଡ଼ି କମେଣ୍ଟ କରିଥା’ନ୍ତି।
୧୦) ଅନ୍ୟପଟେ କେତକ ବ୍ୟକ୍ତି କମେଣ୍ଟ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିବାକୁ ଚାହାନ୍ତି। ଏଣୁ ପ୍ରତି ପୋଷ୍ଟରେ ନିଜର ଉଦାହରଣ ଦେଇ କମେଣ୍ଟ ଲେଖନ୍ତି।
୧୧) ଅନେକ ସମୟରେ ଅନ୍ୟ ମନ୍ତବ୍ୟଦାତାଙ୍କ ମଧ୍ୟରେ ତର୍କବିତର୍କ ଲାଗି ରହିଥିଲେ କେହି କେହି ସେମାନଙ୍କୁ ଏଥିରୁ ବିରତ ରଖିବାପୂର୍ବକ କମେଣ୍ଟ ପୋଷ୍ଟ କରିଥା’ନ୍ତି।

Tags: