ସ୍ମାର୍ଟ ବିଜନେସ୍ ଲୁକ୍
ବିଜ୍ନେସ କଥା ଆସିଲେ ମୁଣ୍ଡକୁ ଆସିଥାଏ ସ୍ମାର୍ଟ ଲୁକ୍ । ସମସ୍ତେ ସବୁବେଳେ ବିଜନେସ୍ ମିଟିଂରେ କିଭଳି ସ୍ମାର୍ଟ ଦେଖାଯିବେ ସେଥିପାଇଁ କସରତ କରିଥାଆନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି କିଛି ଲୁକ୍ ବିଷୟରେ ଯାହାକୁ କ୍ୟାରୀ କରିବା ଦ୍ୱାରା ଆପଣ ସ୍ମାର୍ଟ ବିଜନେସ୍ ଲୁକ୍ ପାଇପାରିବେ । ସ୍ମାର୍ଟ କାଜୁଆଲ୍ କାଜୁଆଲ ବିଜ୍ନେସ୍ ଆଟାୟର ଏକ ପ୍ରକାର ଇନଫର୍ମାଲ୍ କ୍ଲୋଥିଂ ଯାହାକୁ ସବୁପ୍ରକାର ବିଜନେସ୍ ମିଟିଂରେ ପିନ୍ଧାଯାଇପାରିବ । ତେବେ ଏହି ପ୍ରକାର କ୍ଲୋଥିଂ […]
ବିଜ୍ନେସ କଥା ଆସିଲେ ମୁଣ୍ଡକୁ ଆସିଥାଏ ସ୍ମାର୍ଟ ଲୁକ୍ । ସମସ୍ତେ ସବୁବେଳେ ବିଜନେସ୍ ମିଟିଂରେ କିଭଳି ସ୍ମାର୍ଟ ଦେଖାଯିବେ ସେଥିପାଇଁ କସରତ କରିଥାଆନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି କିଛି ଲୁକ୍ ବିଷୟରେ ଯାହାକୁ କ୍ୟାରୀ କରିବା ଦ୍ୱାରା ଆପଣ ସ୍ମାର୍ଟ ବିଜନେସ୍ ଲୁକ୍ ପାଇପାରିବେ ।
ସ୍ମାର୍ଟ କାଜୁଆଲ୍

କାଜୁଆଲ ବିଜ୍ନେସ୍ ଆଟାୟର ଏକ ପ୍ରକାର ଇନଫର୍ମାଲ୍ କ୍ଲୋଥିଂ ଯାହାକୁ ସବୁପ୍ରକାର ବିଜନେସ୍ ମିଟିଂରେ ପିନ୍ଧାଯାଇପାରିବ । ତେବେ ଏହି ପ୍ରକାର କ୍ଲୋଥିଂ ଷ୍ଟାଇଲ୍ରେ ଆପଣଙ୍କୁ କିଛି ଡ୍ରେସ୍ ପିନ୍ଧିବାରୁ ନିବୃତ୍ତ ରହିବାକୁ ପଡିବ, ଯେପରି ଟି-ସାର୍ଟ, ଜିନ୍ସ, ଓପନ୍ ଟୋ ସୁ’ ଆଦି । ସ୍ମାର୍ଟ କାଜୁଆଲ୍ରେ ଫର୍ମାଲ୍ ପୋଷାକ ରହିଥାଏ ହେଲେ ଏହାର ଷ୍ଟାଇଲ୍ ଟିକେ ଅଲଗା ଥାଏ । ଏଥିରେ ଆପଣ ସ୍ମାର୍ଟ ଜାକେଟ୍ ଓ ବ୍ଲେଜର୍, ବଟନ୍ ଡାଉନ୍ ସାର୍ଟ ( ପ୍ଲେନ୍ କଲର), ଟ୍ରାଉଜର ଆଦି ପିନ୍ଧିପାରିବେ । ସେହିଭଳି ଝିଅମାନେ ଏଥିରେ କଲର ପାର୍ଟନ ଟପ୍, ବୋଲï ଜୁଏଲାରୀ, କାଡିଗନ୍ କିମ୍ବା ବ୍ଲେଜର, ବିଭିନ୍ନ କଲର କମ୍ବିନେସନର ସ୍କର୍ଟ, ଆଣ୍ଠୁ ପର୍ଯ୍ୟନ୍ତ ପଡୁଥିବା ଗାଉନ୍, କ୍ଲୋଜ୍ ଟୋ ସ୍ମାର୍ଟ ସୁ ଆଦି ପିନ୍ଧିପାରିବେ ।
ବିଜନେସ୍ କାଜୁଆଲ୍ ଆଟାୟର
ଏହା ସ୍ମାର୍ଟ କାଜୁଆଲ ଆଟାୟର ଠାରୁ ଅଳ୍ପ କିଛି ଭିନ୍ନ ହୋଇଥାଏ । ଏହା ଆପଣଙ୍କୁ ନିଜର ପ୍ରିୟ କାଜୁଆଲ ଡ୍ରେସ୍ରେ ମଧ୍ୟ ବିଜନେସ୍ ଲୁକ୍ କ୍ରିଏଟ୍ କରିବାକୁ ସୁବିଧା ଦେଇଥାଏ । ଏହି ଫର୍ମରେ ଆପଣ ନିଟ୍ ଟି ସାର୍ଟ, କାଜୁଆଲ୍ କୋଲାର ସାର୍ଟ, ଡାର୍କ ଡେନିମ୍ ସହ ସ୍ନିକର କିମ୍ଭା ଲୋଫର୍ ପିନ୍ଧିପାରିବେ । ଏହା ଟିକେ ହାଲୁକା ଫୁଲକା ଓ ସ୍ମାର୍ଟ ହୋଇଥିବାରୁ ଉଭୟ କମ୍ଫର୍ଟ ଓ ଷ୍ଟାଇଲ୍ ପ୍ରଦାନ କରିଥାଏ । ସେହିଭଳି ମହିଳାମାନେ ନିଟ୍ ଟି ସାର୍ଟ, ଜମ୍ପର, ଡାର୍କ ଡେନିମ୍ ଜିନ୍ସ, ସ୍ନିକର କିମ୍ବା ସାଣ୍ଡେଲ୍ ପିନ୍ଧିପାରିବେ ।
ଟ୍ରାଡିସନାଲ୍ ବିଜନେସ ଆଟାଏର୍

ଏହି ପାରମ୍ପରିକ ପୋଷାକ ପିନ୍ଧିବାକୁ ସମସ୍ତେ ଭଲ ପାଇଥାଆନ୍ତି । ଏହା ବେଶ ସାଦାସିଧା ହୋଇଥାଏ । ଏଥିରେ ଟାଏ ଠାରୁ ଆରମ୍ଭ କରି ସୁ’ ସବୁ କିଛି ସାମିଲ ଥାଏ । ଏଥିରେ ଡାର୍କ କିମ୍ବା ନୁ୍ୟଟ୍ରାଲ୍ କଲରର ପ୍ଲେନ୍ ସୁଟ୍ ଓ ପ୍ରିଣ୍ଟ ସୁଟ୍ ସାମିଲ କରିପାରିବେ । ସେହିପରି ହ୍ୱାଇଟ୍ କିମ୍ବା ଲାଇଟ୍ କଲରର କୋଲାର୍ଡ ସାର୍ଟ, ଟାଏ, ଲେଦର ବେଲଫ, ଡ୍ରେସ ସୁ ସହ ପ୍ଲେନ୍ ସକ୍ସକୁ ପେୟାର କରିପାରିବେ । ମହିଳାମାନେ ଏଥିରେ ଡାର୍କ କଲର କିମ୍ବା ନୁ୍ୟଟ୍ରାଲର ସୁଟ୍, ହ୍ୱାଇଟ୍ କିମ୍ବା ଲାଇଟ କଲରର କୋଲାର ସାର୍ଟ, ଆଣ୍ଠୁ ପର୍ଯ୍ୟନ୍ତ ଥିବା ସ୍କର୍ଟ, ବିଭିନ୍ନ କଲର ଟୋ କ୍ଲୋଜ୍ ଥିବା ସୁ ପିନ୍ଧିପାରିବେ ।
ବିଜନେସ୍ ପ୍ରଫେସନାଲ
ଏହା ଟ୍ରାଡିସନାଲ ଆଟାୟରର ଏକ ପ୍ରକାର, ଯେଉଁଥିରେ ଡ୍ରେସିଂ ଷ୍ଟାଇଲ ଅଳ୍ପକିଛି ଭିନ୍ନ ଥାଏ । ଏହି ଷ୍ଟାଇଲ୍ରେ ଟିଡି ଡ୍ରେସ୍, ସ୍କର୍ଟ, ସ୍ଲାକ୍, ଡାର୍କ କଲରର ସୁଟ୍, ଟାଏ ଆଦି ପିନ୍ଧି ପାରିବେ । ସେହିଭଳି ଏଥିରେ ନିଟ୍ ବଟନ୍ ଡାଉନ୍ ସାର୍ଟ, ବ୍ଲେଜର, ଲୋଫର, ଫ୍ଲାଟ୍, ପ୍ରଫେସନାଲ ସୁ ଆଦି ପିନ୍ଧି ପାରିବେ । ସେହିଭଳି ଏଥିରେ ଜୁଏଲାରୀ ଓ ବେଲଫକୁ ପେୟାର କରିପାରିବେ ।
ଜେଣ୍ଡର ନୁ୍ୟଟ୍ରାଲ୍ ଆଟାୟର
ଏହି ଷ୍ଟାଇଲରେ ଡ୍ରେସ୍ ଗୁଡିକ ଉଭୟ ପୁଅ ଝିଅଙ୍କ ପାଇଁ ଉଦିଷ୍ଟ ହୋଇଥାଏ । ଏହି ଷ୍ଟାଇଲ୍ରେ ଜେଣ୍ଡରକୁ ବାଦ ଦିଆଯାଇଥାଏ । ଏହି ଷ୍ଟାଇଲ୍ରେ ଜିନ୍ସ, ସେ୍ୱଟର ଓ ସାର୍ଟ ସାମିଲ ହୋଇଥାଏ । ସେହିଭଳି ସୁ ସେକସନ୍ରେ ଆପଣ ସ୍ନିକର କିମ୍ବା ଲୋଫରକୁ ସାମିଲ କରିପାରିବେ । ଆହୁରି ମଧ୍ୟ ଏଥିରେ ସ୍ଲାକ୍ ପ୍ୟାଣ୍ଟ୍ ଓ ଟ୍ରାଉଜରକୁ ସାମିଲ କରିପାରିବେ । ସେହିଭଳି ଅନ୍ୟ ଅପସନ୍ ଭିତରେ ପ୍ୟାଣ୍ଟ ସୁଟ୍ ଏକ ଭଲ ଅପସନ୍ । ପ୍ୟାଣ୍ଟ ସୁଟ୍କୁ ଫ୍ଲାଟ୍ କିମ୍ପା ଲୋଫର ସହ ପେୟାର କରିପାରିବେ ।




