ସ୍ମାଟ ବଏ

ସ୍ମାଟ ବଏ
Ipsita Picture
By: Ipsita
Published On

 

ଆଜିକାଲି ଛୋଟ ପୁଅମାନଙ୍କ ପାଇଁ କାଜୁଆଲ୍ ପୋଷାକ ଚୟନ କରିବା ସମୟରେ ବାପା-ମା’ ଅଧିକ ସଚେତନ ହେଉଛନ୍ତି । ପିଲାମାନେ ନିଜ ପସନ୍ଦ ଓ ଆରାମଦାୟକ ପୋଷାକ ପିନ୍ଧିବାକୁ ଅଧିକ ପ୍ରାଧାନ୍ୟ ଦେଉଥିବାରୁ ତାଙ୍କୁ ମନାଇବା ଅଭିଭାବକଙ୍କ ପାଇଁ ଟିକିଏ କଷ୍ଟକର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏଭଳି କିଛି ପୋଷାକ ସମ୍ପର୍କରେ ଯାହା ପିଲାଙ୍କୁ ପସନ୍ଦ ଆସିବା ସହିତ ଷ୍ଟାଇଲିସ ଏବଂ ଆରାମଦାୟକ ହୋଇଥାଏ ।

 

ପ୍ରିଣ୍ଟେଡ୍ ଟି-ସାର୍ଟ ଏବଂ ସର୍ଟସ୍ :

ଛୋଟ ପୁଅମାନଙ୍କ ପାଇଁ ପ୍ରିଣ୍ଟେଡ୍ ଟି-ସାର୍ଟ ଏବଂ ସର୍ଟସ୍ ଅତ୍ୟନ୍ତ ଆକର୍ଷଣୀୟ ଓ ଉପଯୋଗୀ ହୋଇଥାଏ । ଖେଳକୁଦ ସମୟରେ ସୁତା ସର୍ଟସ୍ ଏବଂ ସ୍ନିକର୍ସ କିମ୍ବା ସ୍ପୋର୍ଟସ୍ ଶୁ’ ସହିତ ଏହାକୁ ପିନ୍ଧାଇଲେ ପିଲାମାନଙ୍କୁ ସ୍ମାର୍ଟ ଲୁକ୍ ମିଳିଥାଏ । ଏଗୁଡିକୁ ପିଲାଙ୍କୁ ମଧ୍ୟ ଖୁବ ପସନ୍ଦ ଆସିଥାଏ ।

 

ପୋଲୋ ନେକ୍ ଟି-ସାର୍ଟ ସହ ପ୍ୟାଣ୍ଟ୍

ବିଭିନ୍ନ ଡିଜାଇନ୍ ଓ ପ୍ରିଣ୍ଟରେ ଉପଲବ୍ଧ ପୋଲୋ ନେକ୍ ଟି-ସାର୍ଟ ସହିତ ଖାକି ପ୍ୟାଣ୍ଟ୍ କିମ୍ବା ଟ୍ରାଉଜର ସ୍କୁଲ୍ କାର୍ଯ୍ୟକ୍ରମ ଏବଂ ଖରାଦିନ ପାଇଁ ଏକ ଉତ୍କୃଷ୍ଟ ଆଉଟଫିଟ୍ । ଏହା ସହିତ ଏକ ସୁନ୍ଦର ହେୟାରଷ୍ଟାଇଲ୍ ପିଲାଙ୍କୁ କୁଲ ଲୁକ୍ ଦେଇଥାଏ ।

 ଡେନିମ୍ ଜାକେଟ୍ :

ସବୁ ଅବସର ପାଇଁ ଡେନିମ୍ ଜାକେଟ୍ ଏକ ସଦାସର୍ବଦା ଲୋକପ୍ରିୟ ପୋଷାକ। ଟି - ସାର୍ଟ ଉପରେ ଏକ ଗ୍ରଞ୍ଜ୍ କିମ୍ବା ଷ୍ଟିକର୍ ଥିବା ଡେନିମ୍ ଜାକେଟ୍ ପିନ୍ଧାଇ ସପିଂ କିମ୍ବା ବୁଲାବୁଲି ପାଇଁ ନେଇପାରିବେ । ୬ ରୁ ୧୫ ବର୍ଷର ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ଏହି ଷ୍ଟାଇଲ୍‌ର ବହୁତ ଚାହିଦା ରହିଛି ।

ଷ୍ଟାଇଲିସ୍ ଚେକ୍ ସାର୍ଟ :

ଗରମରୁ ରକ୍ଷା ପାଇବା ସହ ଆରାମଦାୟକ ଓ ଫ୍ୟାଶନେବୁଲ୍ ଲୁକ୍ ପାଇଁ ଚେକ୍ ସାର୍ଟ ଖୁବ ଭଲ ଅପସନ ହୋଇଥାଏ । ଲାଲ୍, ନୀଳ, ଏବଂ ଗୋଲାପୀ ରଙ୍ଗର ଚେକ୍ ସାର୍ଟକୁ ପସନ୍ଦର ବଟମ୍ - ୱେୟାର ସହ ମ୍ୟାଚ୍ କରି ପିନ୍ଧାଯାଇପାରିବ ।

କାର୍ଟୁନ୍ ଓ ଗ୍ରାଫିକ୍ ପ୍ରିଣ୍ଟେଡ୍ ଟି-ସାର୍ଟ :

ଛୋଟ ପିଲାମାନେ ନିଜ ପସନ୍ଦର କାର୍ଟୁନ୍ କ୍ୟାରେକ୍ଟର୍ ଥିବା ଟି - ସାର୍ଟ ପିନ୍ଧିବାକୁ ଖୁବ୍ ଭଲପାଆନ୍ତି । ଏହାକୁ ସୋର୍ଟସ୍ କିମ୍ବା କ୍ୟାମୋ ପ୍ୟାଣ୍ଟ୍ ସହ ପିନ୍ଧାଇଲେ ଏହା ପିଲାଙ୍କୁ ଏକ ଟ୍ରେଣ୍ଡି ଏବଂ ଆନନ୍ଦଦାୟକ ଲୁକ୍ ପ୍ରଦାନ କରେ ।

 ଟ୍ରେଣ୍ଡି ସର୍ଟସ୍ :

ଗ୍ରୀଷ୍ମ ଋତୁରେ ପିଲାମାନଙ୍କୁ ସହଜରେ ଚଳପ୍ରଚଳ ଓ ଖେଳକୁଦ କରିବା ପାଇଁ ଡେନିମ୍, କ୍ୟାମୋ, ଏବଂ କଟନ୍ ସର୍ଟସ୍ ଅତ୍ୟନ୍ତ ଉପଯୋଗୀ । ଛୁଟିଦିନଗୁଡ଼ିକରେ ଟି-ସାର୍ଟ ଓ ସ୍ପୋର୍ଟସ୍ ଜୋତା ସହିତ ଏହା ଏକ ସ୍ମାର୍ଟ ଲୁକ୍ ଦେଇଥାଏ ।

Tags: