ସ୍ଲାଇସଡ୍ ଗାର୍ଲିକ୍ ଚିକେନ୍
ସାମଗ୍ରୀ_ ୨୦୦ ଗ୍ରାମ ସ୍ଲାଇସ୍ ହୋଇଥିବା ହାଡ଼ ନଥିବା ଚିକେନ୍ ବ୍ରେଷ୍ଟ , ଅଧା ଅଣ୍ଡା, ୪୦ ଗ୍ରାମ କର୍ଣ୍ଣଫ୍ଲୋର, ୩ ଗ୍ରାମ ଲୁଣ,ସୋୟା ସସ୍, ଧଳା ଗୋଲମରିଚ ଗୁଣ୍ଡ, ତେଲ, ଲଙ୍କା, ରସୁଣ, ବଟର , ଅଏଷ୍ଟର ସସ୍ ।
ପ୍ରଣାଳୀ _ ପ୍ରଥମେ ଚିକେନ୍ ବ୍ରେଷ୍ଟକୁ ପତଳା ସ୍ଲାଇସ୍ କରି କାଟି ଦିଅନ୍ତୁ। ଏକ ପାତ୍ରରେ ଅଧା ଅଣ୍ଡା, ଲୁଣ, ପାଣି ଓ କର୍ଣ୍ଣଫ୍ଲୋର ମିଶାଇ ଚିକେନ୍କୁ ଭଲଭାବେ ମ୍ୟାରିନେଟ୍ କରନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରି ମ୍ୟାରିନେଟ୍ ହୋଇଥିବା ଚିକେନ୍ ସ୍ଲାଇସଗୁଡ଼ିକୁ ମଧ୍ୟମ-ଉଚ୍ଚ ଆଞ୍ଚରେ ପ୍ରାୟ ୨ ମିନିଟ୍ ପର୍ଯ୍ୟନ୍ତ ଡିପ୍ ଫ୍ରାଏ କରନ୍ତୁ।ଅନ୍ୟ ଏକ ପ୍ୟାନରେ ତେଲ ଗରମ କରି ସେଥିରେ ଶୁଖିଲା ନାଲି ଲଙ୍କା ଏବଂ କଟା ରସୁଣ ପକାଇ ଏକ ମିନିଟ୍ ପର୍ଯ୍ୟନ୍ତ ଭାଜନ୍ତୁ। ତା’ପରେ ସେଥିରେ ବଟର, ଅଏଷ୍ଟର ସସ୍,ପାଣି, ଚିକେନ୍ ଆରୋମାଟ୍ ପାଉଡର,ଚାଇନିଜ୍ ୱାଇନ୍ ଏବଂ ଲାଇଟ୍ ସୋୟା ସସ୍ ମିଶାନ୍ତୁ। ଏବେ ଏହି ମିଶ୍ରଣରେ ପୂର୍ବରୁ ଭଜା ହୋଇଥିବା ଚିକେନ୍ ସହିତ କଟା ପିଆଜ, ଶିମଲା ମିର୍ଚ୍ଚ ଏବଂ ସ୍ପ୍ରିଙ୍ଗ୍ ଅନିୟନ୍ ପକାଇ ପ୍ରାୟ ୨ ମିନିଟ୍ ପର୍ଯ୍ୟନ୍ତ ଭଲଭାବେ ଟସ୍ କରନ୍ତୁ। ଶେଷରେ ଉପରେ କିଛି କଟା ସ୍ପ୍ରିଙ୍ଗ୍ ଅନିୟନ୍ ପକାଇ ପ୍ରସ୍ତୁତ କରନ୍ତୁ ସ୍ଲାଇସ୍ଡିଡ ଗାର୍ଲିକ ଟିକେନ ।



