ଅଧିକ ସମୟ ବସୁଥିଲେ

ବିଭିନ୍ନ ରିସର୍ଚ୍ଚ ଅନୁସାରେ ଅଧିକ ସମୟଧରି ବସିବା କାରଣରୁ ଆମକୁ ବିଭିନ୍ନ ରୋଗ ହୋଇଥାଏ । ବର୍ତ୍ତମାନର ଲାଇଫ୍‌ ଷ୍ଟାଇଲ୍‌ ଅନୁସାରେ ସମସ୍ତଙ୍କୁ ଅଫିସ୍‌ରେ ପାଖାପାଖି ୯ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ପଡୁଛି । ପ୍ରାୟତଃ କାମରେ ଅଫିସ୍‌ରେ ଚେୟାରରେ ବସି ରହି କରିବାକୁ ପଡୁଛି, ଯାହା ଆମ ସ୍ୱାସ୍ଥ୍ୟ ସମସ୍ୟାକୁ ବିଗାଡିବାରେ ଲାଗିଛି । ଏହାର ପ୍ରଭାବ ବିଶେଷଭାବେ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ବେଶି ପଡୁଛି । ମାନସିକ ସ୍ତରରେ ଏହା ଆମକୁ ଦୁର୍ବଳ […]

Samaya Live Picture
Published On

ବିଭିନ୍ନ ରିସର୍ଚ୍ଚ ଅନୁସାରେ ଅଧିକ ସମୟଧରି ବସିବା କାରଣରୁ ଆମକୁ ବିଭିନ୍ନ ରୋଗ ହୋଇଥାଏ । ବର୍ତ୍ତମାନର ଲାଇଫ୍‌ ଷ୍ଟାଇଲ୍‌ ଅନୁସାରେ ସମସ୍ତଙ୍କୁ ଅଫିସ୍‌ରେ ପାଖାପାଖି ୯ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ପଡୁଛି । ପ୍ରାୟତଃ କାମରେ ଅଫିସ୍‌ରେ ଚେୟାରରେ ବସି ରହି କରିବାକୁ ପଡୁଛି, ଯାହା ଆମ ସ୍ୱାସ୍ଥ୍ୟ ସମସ୍ୟାକୁ ବିଗାଡିବାରେ ଲାଗିଛି । ଏହାର ପ୍ରଭାବ ବିଶେଷଭାବେ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ବେଶି ପଡୁଛି । ମାନସିକ ସ୍ତରରେ ଏହା ଆମକୁ ଦୁର୍ବଳ କରିବାରେ ଲାଗିଛି । ଆସନ୍ତୁ ଜାଣିବା ଅଧିକ ସମୟ ବସି ରହିବା କାରଣରୁ ଆମର କଣକଣ କ୍ଷତି ହେଉଛି ।
– ଅଧିକ ସମୟ ଧରି ବସି ରହିବା କାରଣରୁ ଆମ ଶରୀରରେ ରକ୍ତ ସଞ୍ଚାଳନ ବାଧା ପାଉଛି । ମସ୍ତିଷ୍କକୁ ରକ୍ତ ପହଞ୍ଚିବାରେ ବିଳମ୍ବ ହେଉଛି । ଧୀର ରକ୍ତ ସଞ୍ଚାଳନ କାରଣରୁ ଶରୀରରେ ଅମ୍ଳଜାନ ଓ ବିଭିନ୍ନ ପୋଷକ ତତ୍ତ୍ୱର ମଧ୍ୟ ଅଭାବ ଦେଖିବାକୁ ମିଳୁଛି ।
– ଅଧିକ ସମୟ ଗୋଟିଏ ସ୍ଥାନରେ ବସି କାମ କରିବା ଦ୍ୱାରା ଆମର ବ୍ରେନ୍‌ ଫଟିଗୋ ହେବାର ଆଶଙ୍କା ବଢିଥାଏ । ଏହାଦ୍ୱାରା କୌଣସି କାର୍ଯ୍ୟରେ ଫୋକସ କରିବା କିମ୍ବା ଆଲର୍ଟ ରହିବା ପାଇଁ ଅସୁବିଧା ହୋଇଥାଏ ।
– ଗୋଟିଏ ସ୍ଥାନରେ ବସି ରହି କାମ କରିବା ଦ୍ୱାରା ଡିପ୍ରେସନ ବଢିବାର ଆଶଙ୍କା ରହିଥାଏ । ଆଙ୍ଗଜାଇଟି, ଡିପ୍ରେସନ ଆଦି ହେବାର ସମ୍ଭାବନା ରହିଛି । ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ଅନେକ ଦୁଃଶ୍ଚିନ୍ତା ମୁଣ୍ଡରେ ପସିଥାଏ ବୋଲି ବୈଜ୍ଞାନିକ ଆଶଙ୍କା ପ୍ରକାଶ କରିଛନ୍ତି । ଏହାଦ୍ୱାରା ଆମର ଷ୍ଟ୍ରେସ ବଢିଥାଏ, ଯାହା ମାନସିକ ସ୍ତରରେ ଆମର ନାନା ସମସ୍ୟା କରିଥାଏ ।
– ଗୋଟିଏ ସ୍ଥାନରେ ବସି ରହି କାମ କରିବା ଦ୍ୱାରା ଓଜନ ବଢିବାର ଆଶଙ୍କା ରହିଛି । ମେଦବହୁଳତା ରୋଗ ହେବାର ସମ୍ଭାବନା ବଢିଥାଏ । ପେଟରେ ଚର୍ବି ଲାଗିବା ଦ୍ୱାରା ଅନେକ ରୋଗ ହୋଇଥାଏ ବୋଲି ବୈଜ୍ଞାନିକ ପ୍ରକାଶ କରିଛନ୍ତି ।

Tags: