‘ସେଲଫି’ ଶୀଘ୍ର ଆଣିବ ବାର୍ଦ୍ଧକ୍ୟ !

ସମୟ ଲାଇଭ୍‍,୨୮/୧୧: ବ ର୍ମାନ ସମୟରେ ସେଲ୍‌ଫି ସବୁ ବର୍ଗର ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି। ଯେଉଁଠି ଦେଖିବ ଆଉ ଯାହାକୁ ଦେଖିବ ସମସ୍ତେ ସେଲ୍‌ଫି ମାୟାରେ ବାୟା। ଖାଲି ସେତିକି ନୁହେଁ ଏହାକୁ ନେଇ ଆପଣ ପ୍ରତିଦିନ କିଛି ନା କିଛି ଖବର ମଧ୍ୟ ଶୁଣିବାକୁ ପାଉଥିବେ କି, କେଉଁଠି ସେଲ୍‌ଫି ଯୋଗୁଁ ଦୁର୍ଘଟଣା ତ କେଉଁଠି ସେଲ୍‌ଫି ଭାଇରାଲ। ମାତ୍ର ବିଶେଷଜ୍ଞଙ୍କ ଗବେଷଣା ଫଳରେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ଅତ୍ୟାଧିକ […]

Samaya Live Picture
Published On

ସମୟ ଲାଇଭ୍‍,୨୮/୧୧: ବ ର୍ମାନ ସମୟରେ ସେଲ୍‌ଫି ସବୁ ବର୍ଗର ଲୋକଙ୍କର ପ୍ରଥମ ପସନ୍ଦ ପାଲଟିଛି। ଯେଉଁଠି ଦେଖିବ ଆଉ ଯାହାକୁ ଦେଖିବ ସମସ୍ତେ ସେଲ୍‌ଫି ମାୟାରେ ବାୟା। ଖାଲି ସେତିକି ନୁହେଁ ଏହାକୁ ନେଇ ଆପଣ ପ୍ରତିଦିନ କିଛି ନା କିଛି ଖବର ମଧ୍ୟ ଶୁଣିବାକୁ ପାଉଥିବେ କି, କେଉଁଠି ସେଲ୍‌ଫି ଯୋଗୁଁ ଦୁର୍ଘଟଣା ତ କେଉଁଠି ସେଲ୍‌ଫି ଭାଇରାଲ। ମାତ୍ର ବିଶେଷଜ୍ଞଙ୍କ ଗବେଷଣା ଫଳରେ ଏବେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି ଅତ୍ୟାଧିକ ସେଲ୍ପି ନେବା ଦ୍ୱାରା ଆପଣ ବାର୍ଦ୍ଧକ୍ୟର ଶିକାର ହୋଇପାରନ୍ତି। ଅର୍ଥାତ ଆପଣ ଆପଣଙ୍କ ବୟସ ପୂର୍ବରୁ ହିଁ ବୟଷ୍କ ତଥା ବୁଢା/ବୁଢୀ ଦେଖାଯାଇପାରନ୍ତି। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ସତ। ଏହି ତଥ୍ୟକୁ ପ୍ରମାଣିତ କରି ଦେଖାଇଛନ୍ତି ଲଣ୍ଡନର ଏକ ବିଶେଷଜ୍ଞ ଦଳ।

ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣାରୁ ଏହା ଜଣା ଯାଇଛି ଯେ, ବାରମ୍ବାର ସେଲ୍ପି ନେବା ଦ୍ୱାରା ତାହା ଚେହେରା ତଥା ମୁଖମଣ୍ଡଳରେ ପ୍ରଭାବ ପକାଇଥାଏ ଯେଉଁଥିପାଇଁ କି ମୁହଁର ଚର୍ମ ସାଧାରଣତଃ ସଙ୍କୁଚିତ ହେବାକୁ ଲାଗିଥାଏ। ଯାହା ଫଳରେ ଆପଣ କମ୍‍ ବୟଷରେ ହିଁ ଅଧିକ ବୟଷ୍କ ବା ବୟଷ୍କା ଦେଖା ଯାଇପାରନ୍ତି। ଆପଣ ବ୍ୟବହାର କରୁଥିବା ମୋବାଇଲ,ଲ୍ୟାପଟପ ଓ ଟାବଲେଟ୍‍ ରୁ ସାଧାରଣତଃ ଏଚଇଭି ରଶ୍ମି ତଥା ହାଇ ଏନର୍ଜି ଭିଜିବୁଲ ଲାଇଟ ନିର୍ଗତ ହୋଇଥାଏ, ଯାହାକି ୟୁବିଏ ଓ ୟୁବିଭି ଲାଇଟ ଭଳି କ୍ଷତିକାରକ ହୋଇଥାଏ। ବିଶେଷଜ୍ଞଙ୍କ କହିବା ଅନୁସାରେ ୟୁବିଏ ଓ ୟୁବିଭି ଲାଇଟ୍‍ ଯୋଗୁଁ ମୁହଁର ଚର୍ମ ସଙ୍କୁଚିତ ହୋଇଯାଇଥାଏ ସେହିପରି ଏହି ଏଚଇଭି ଲାଇଟ୍‍ ମଧ୍ୟ ଚର୍ମ ପାଇଁ ଅତ୍ୟନ୍ତ କ୍ଷତି କାରକ ହୋଇଥାଏ। ଏଥିପାଇଁ ଯଦି ଆପଣ ଦନକୁ ଅନେକଥର ସେଲ୍‌ଫି ନେଉଛନ୍ତି ତେବେ ଏହି କଥାକୁ ନିଶ୍ଚୟ ମନେରଖନ୍ତୁ।

Tags: