ସାଇଟିକା ଲକ୍ଷଣ

ବର୍ତ୍ତମାନ ସମୟରେ ଜିମ ଯାଇ ଫିଟ୍‌ନେସ୍‌ ରହିବା ଏକ ଫ୍ୟାସନ ହୋଇଗଲାଣି । ସାଧାରଣତଃ ଏଥିରେ ଆଜିର ଯୁବା ପିଢି ଅଧିକ ଉପକୃତ ହେଉଛନ୍ତି । ମନେରଖନ୍ତୁ ବିନା ଜିମ ଟ୍ରେନରେ ବ୍ୟାୟାମ କରିବା ଅନୁଚିତ । ଫଳରେ ଭୁଲ ବ୍ୟାୟାମ କରିବା ଆପଣକୁ ପଡିପାରେ ମହଙ୍ଗା । ପ୍ରାୟ ଡାକ୍ତରଙ୍କ କହିବାନୁସାରେ ଆଜିକାଲି ୨୫ ପ୍ରତିଶତ ଯୁବକ ସାଇକୋଟିକ ରୋଗର ଶିକାର ହେଉଛନ୍ତି । ତେବେ ମନେରଖନ୍ତୁ ତାଲିମପ୍ରାପ୍ତ ପ୍ରଶିକ୍ଷକ ବିନା ଜିମରେ ଭାରି ଓଜନ […]

Samaya Live Picture
Published On

ବର୍ତ୍ତମାନ ସମୟରେ ଜିମ ଯାଇ ଫିଟ୍‌ନେସ୍‌ ରହିବା ଏକ ଫ୍ୟାସନ ହୋଇଗଲାଣି । ସାଧାରଣତଃ ଏଥିରେ ଆଜିର ଯୁବା ପିଢି ଅଧିକ ଉପକୃତ ହେଉଛନ୍ତି । ମନେରଖନ୍ତୁ ବିନା ଜିମ ଟ୍ରେନରେ ବ୍ୟାୟାମ କରିବା ଅନୁଚିତ । ଫଳରେ ଭୁଲ ବ୍ୟାୟାମ କରିବା ଆପଣକୁ ପଡିପାରେ ମହଙ୍ଗା । ପ୍ରାୟ ଡାକ୍ତରଙ୍କ କହିବାନୁସାରେ ଆଜିକାଲି ୨୫ ପ୍ରତିଶତ ଯୁବକ ସାଇକୋଟିକ ରୋଗର ଶିକାର ହେଉଛନ୍ତି । ତେବେ ମନେରଖନ୍ତୁ ତାଲିମପ୍ରାପ୍ତ ପ୍ରଶିକ୍ଷକ ବିନା ଜିମରେ ଭାରି ଓଜନ ଜିନିଷ ଉଠାନ୍ତୁ ନାହିଁ । କାରଣ ଡାକ୍ତର ମାନେ କହୁଛନ୍ତି ସାଇକୋଟିକ ରୋଗର ପ୍ରାରମ୍ଭରେ ତଳୁ ପିଠିରୁ ପ୍ରଥମେ ଯନ୍ତ୍ରଣା ଆରମ୍ଭ ହୁଏ । ପରେ ଧୀରେ ଧୀରେ ଏହା ଗୋଡ ଆଡକୁ ଗତି କରେ । ରୋଗର ଲକ୍ଷଣ ହେଉଛି ରୋଗୀ ଶରୀରରେ ଏହା କରେଣ୍ଟ ଭଳି ପ୍ରଭାହିତ ହେବ । ତେବେ ଏହାର ବିଶେଷ ଯନି ଗୁଡିକ ଜାଣିରଖନ୍ତୁ I

-ବିନା ପ୍ରଶିକ୍ଷଣରେ ଜିମରେ ବ୍ୟାୟାମ କରନ୍ତୁ ନାହିଁ ।
-ପ୍ରତିଦିନ ଅଣ୍ଟା ବ୍ୟାୟାମ କରନ୍ତୁ । ଅଣ୍ଟା ବ୍ୟାୟାମ ସମୟରେ ଅଣ୍ଟାକୁ ଦୃଢ ଭାବେ ରଖନ୍ତୁ ।
– ପ୍ରତିଦିନ କ୍ଷୀର ପିଇବା ଆବଶ୍ୟକ ।
-ଯଦି ଆପଣଙ୍କ ଠାରେ ସାଇକୋଟିକ ରୋଗର ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଜଣେ ଅର୍ଥପେଡିକ ବିଶେଷଜ୍ଞ ପରାମର୍ଶ ନିଅନ୍ତୁ । ବିଶେଷଜ୍ଞ ବିନା ଅନୁମତିରେ କୌଣସି ଔଷଧ ସେବନ କରନ୍ତୁ ନାହିଁ ।

Tags: