ବିନା ପିଆଜରେ ପ୍ରସ୍ତୁତ କରନ୍ତୁ ସାହି ପନୀର

ସମୟ ଲାଇଭ୍‍,୧୩/୧୨: ଆଜିକାଲି ପିଆଜ ଚଢ଼ା ଦାମରେ ବିକ୍ରି ହେଉଥିବାବେଳେ ବିନା ପିଆଜରେ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ କରିବାରେ ଗୃହିଣୀମାନଭ୍‍କୁ ଅସୁବିଦା ହେୁଛି। ତେବେ ଜାଣି ରଖନ୍ତୁ ବିନା ପିଆଜରେ କିପରି ସ୍ୱାଦିଷ୍ଟ ସାହି ପନୀର ପ୍ରସ୍ତୁତ କରି ଆପଣ ଆପଣଙ୍କ ପ୍ରିୟଜନଙ୍କୁ ପରଷିପାରିବେ। ଆବଶ୍ୟକୀୟ ସାମଗ୍ରୀ: ପନୀର: ୨୫୦ ଗ୍ରାମ୍‍/ ବାଦାମ: ୧ ଚାମଚ / କାଜୁ : ୫ରୁ ୬ଟି / ଚାରମଗଜ: ୧ ଚାମଚ / ଅଦା ଲଙ୍କା ପେଷ୍ଟ: ୨ ଚାମଚ/ […]

Samaya Live Picture
Published On

ସମୟ ଲାଇଭ୍‍,୧୩/୧୨: ଆଜିକାଲି ପିଆଜ ଚଢ଼ା ଦାମରେ ବିକ୍ରି ହେଉଥିବାବେଳେ ବିନା ପିଆଜରେ ସ୍ୱାଦିଷ୍ଟ ଭୋଜନ ପ୍ରସ୍ତୁତ କରିବାରେ ଗୃହିଣୀମାନଭ୍‍କୁ ଅସୁବିଦା ହେୁଛି। ତେବେ ଜାଣି ରଖନ୍ତୁ ବିନା ପିଆଜରେ କିପରି ସ୍ୱାଦିଷ୍ଟ ସାହି ପନୀର ପ୍ରସ୍ତୁତ କରି ଆପଣ ଆପଣଙ୍କ ପ୍ରିୟଜନଙ୍କୁ ପରଷିପାରିବେ।

ଆବଶ୍ୟକୀୟ ସାମଗ୍ରୀ:
ପନୀର: ୨୫୦ ଗ୍ରାମ୍‍/ ବାଦାମ: ୧ ଚାମଚ / କାଜୁ : ୫ରୁ ୬ଟି / ଚାରମଗଜ: ୧ ଚାମଚ / ଅଦା ଲଙ୍କା ପେଷ୍ଟ: ୨ ଚାମଚ/ ତେଲ : ଆବଶ୍ୟକ ଅନୁଯାୟୀ/ କ୍ଷୀର: ୧ କପ୍‍ / ଦହି : ୨ ଚାମଚ/ ମଲାଇ : ୨ ଚାମଚ/ ଲୁଣ: ସ୍ୱାଦ ଅନୁସାରେ/ ଲଙ୍କାଗୁଣ୍ଡ: ଅଳ୍ପ / ହଳଦୀଗୁଣ୍ଡ : ଅଳ୍ପ/ କସୁରୀ ମେଥି/ ଚିନି / ଗୋଳମରିଚ ଗୁଣ୍ଡ / ଟମାଟୋ ପ୍ୟୁରୀ: ଅଧ କପ୍‍/ ଧନିଆ ପାଉଡ଼ର ଇତ୍ୟାଦି
ପ୍ରସ୍ତୁତି ପ୍ରଣାଳୀ: ସାହି ପନୀର ପ୍ରସ୍ତୁତ କରିବା ପାଇଁ ପ୍ରଥମେ କାଜୁ, ଚାରମଗଜ, ବାଦାମ ବତୁରାଇ ରଖନ୍ତୁ ଓ ପରେ ଏଥିରେ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ।
ଏହାପରେ ଅନ୍ୟଏକ ପାତ୍ରରେ ତେଳ ପକାଇ ଗରମ କରନ୍ତୁ ଏଥିରେ ଜିରା ଓ ପ୍ରସ୍ତୁତ କରାଯାଇଥିବା ପେଷ୍ଟ ପକାଇ ଘାଣ୍ଟନ୍ତୁ।

ଏହାପରେ ଅଦା-ଲଙ୍କା ପେଷ୍ଟ ଓ ଟମାଟୋ ପ୍ୟୁରୀ ଦେଇ ଭଲ ଭାବରେ କଷନ୍ତୁ। ଏହାପରେ ଏଥିରେ ହଳଦୀଗୁଣ୍ଡ, ଅଳ୍ପ ଲଙ୍କା ଗୁଣ୍ଡ, ଲୁଣ, ଜିରା ପାଉଡ଼ର ପକାଇ ମିଶାନ୍ତୁ। ଏହାପରେ ଦହି ଓ ମଳାଇ ପକାଇ କିଛି ସମୟ ବସାନ୍ତୁ। ଏଥର କଟାଯାଇଥିବା ପନୀର ପକାନ୍ତୁ। ଗରମ ମସଲା ଓ କସୁରୀ ମେଥି ପକାଇ କ୍ଷୀର ଢ଼ାଳନ୍ତୁ। କିଛି ସମୟ ଏହାକୁ ଫୁଟିବାକୁ ଦିଅନ୍ତୁ।
ଈଲରେ ଫୁଟି ଆସିଲେ ଗରମ ଗରମ ରୁଟି କିମ୍ବା ପରଟା ସହ ପରଷନ୍ତୁ।

Tags: