ଦୁଃଖ ଡାକିଆଣେ ଫଟା ବାସନ
ଘରର ବିଭିନ୍ନ ରୁମ୍ ମଧ୍ୟରୁ ରୋଷେଇ ଘର ସ୍ୱତନ୍ତ୍ର ମହତ୍ୱ ରହିଛି । ସ୍ୱାସ୍ଥ୍ୟ ସହ ଏହି ଘରର ବିଶେଷ ସମ୍ବନ୍ଧ ରହିଛି । ରୋଷେଇ ଘରେ ମା ଅନ୍ନପୂର୍ଣ୍ଣା ବାସ କରନ୍ତି ବୋଲି କୁହାଯାଏ ଯାହାଙ୍କ କୃପାରେ ଘରେ କେବେବି ଖାଦ୍ୟାଭାବ ରହି ନ ଥାଏ । ଏହାଛଡ଼ା ରୋଷେଇ ଘର କେବଳ ଆମ ସ୍ୱାସ୍ଥ୍ୟକୁ ନୁହେଁ ପୂରା ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ । କିନ୍ତୁ ବହୁ ଲୋକ ଏହାକୁ ଅଣଦେଖା କରିଥାଆନ୍ତି । […]
ଘରର ବିଭିନ୍ନ ରୁମ୍ ମଧ୍ୟରୁ ରୋଷେଇ ଘର ସ୍ୱତନ୍ତ୍ର ମହତ୍ୱ ରହିଛି । ସ୍ୱାସ୍ଥ୍ୟ ସହ ଏହି ଘରର ବିଶେଷ ସମ୍ବନ୍ଧ ରହିଛି । ରୋଷେଇ ଘରେ ମା ଅନ୍ନପୂର୍ଣ୍ଣା ବାସ କରନ୍ତି ବୋଲି କୁହାଯାଏ ଯାହାଙ୍କ କୃପାରେ ଘରେ କେବେବି ଖାଦ୍ୟାଭାବ ରହି ନ ଥାଏ । ଏହାଛଡ଼ା ରୋଷେଇ ଘର କେବଳ ଆମ ସ୍ୱାସ୍ଥ୍ୟକୁ ନୁହେଁ ପୂରା ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ । କିନ୍ତୁ ବହୁ ଲୋକ ଏହାକୁ ଅଣଦେଖା କରିଥାଆନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଏପରିକିଛି ଜିନିଷ ରହିଛି ଯାହାକୁ ରୋଷେଇଘରେ ରଖିବା ଆଦୌ ଉଚିତ୍ ନୁହେଁ । ସେଗୁଡ଼ିକ ହେଲା- ଫଟା ବାସନ, ଔଷଧ, ଝାଡୁ, କାନ୍ଥରେ କାଚ, ଉତ୍ତର ଦିଗରେ ଗ୍ୟାସ୍ ଚୁଲା ରଖିବା ଇତ୍ୟାଦି ।
ରୋଷେଇ ଘରେ ଗୃହିଣୀମାନଙ୍କର କିଛି ପସନ୍ଦର ବାସନ ଥାଏ ଯାହାକୁ ସେମାନେ କେମ୍ପାକୁଜା କିମ୍ବା ଫାଟିଗଲେ ମଧ୍ୟ ବ୍ୟବହାର କରିଥାନ୍ତି । ବାସ୍ତୁଶାସ୍ତ୍ର କହେ ରୋଷେଇଘରେ ଫଟା ବାସନ ରଖିବା ଅଶୁଭ । ଏହାଦ୍ୱାରା ମା’ ଅନ୍ନପୂର୍ଣ୍ଣା ରୁଷ୍ଟ ହୋଇଥାନ୍ତି । ସେହିପରି ରୋଷେଇ ଘରେ ଔଷଧ ରଖନ୍ତୁ ନାହିଁ । ଏହାଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଲାଗିରହିଥାଏ । ଏହାଛଡ଼ା ଘରେ ନକରାତ୍ମକ ଶକ୍ତି ବି ବୃଦ୍ଧି ପାଇଥାଏ । ରୋଷେଇ ଘରେ ଝାଡୁ ରଖିବା ମଧ୍ୟ ଅଶୁଭ । ଏହାକୁ ରୋଷେଇଘରେ ରଖିଲେ ସ୍ୱାସ୍ଥ୍ୟ ସମସ୍ୟା ସହ ଖ୍ୟାଦ୍ୟାଭାବ ସମ୍ଭାବନା ସୃଷ୍ଟି ହୋଇଥାଏ । ରୋଷେଇ ଘର କାନ୍ଥରେ କେବେ ବି କାଚ ଲଗାନ୍ତୁ ନାହିଁ । ବାସ୍ତୁ ଅନୁସାରେ ଏହା ଅତ୍ୟନ୍ତ ଅଶୁଭ । କାଚରେ ଅଗ୍ନିର ପ୍ରତିବିମ୍ବ ସୃଷ୍ଟି ହୋଇଥାଏ । ଫଳରେ ରୋଷେଇ ଘରେ ଆବଶ୍ୟକତାଠାରୁ ଅଧିକ ଶକ୍ତି ସୃଷ୍ଟି ହୋଇଥାଏ ଯାହା ବହୁତ କ୍ଷତିକାରକ । ଖାଦ୍ୟ ପ୍ରସ୍ତୁତି ସମୟରେ ମୁହଁ ପୂର୍ବ ଆଡକୁ ହେବା ଉଚିତ । ସେଥିଲାଗି ଗ୍ୟାସ୍ ଚୁଲା ଦକ୍ଷିଣ ପୂର୍ବ ଦିଗ କିମ୍ବା ଆଗ୍ନେୟ କୋଣରେ ରଖିବା ଉଚିତ୍ । ଚୁଲା ଉତ୍ତର ଦିଗରେ ରଖିଲେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଉପୁଜିଥାଏ ।




