ରୋଲ ମଣ୍ଡା
ଓଡିଆ ରୁଚି
ସାମଗ୍ରୀ _ ଅରୁଆ ଚାଉଳ ଏକ କିଗ୍ରା, ଖୁଆ ୪୦୦ ଗ୍ରାମ, କ୍ଷୀର ୪ ଲିଟର, ନଡିଆ ଦୁଇଟା, ଚିନି ୫୦୦ ଗ୍ରାମ, ମଇଦା ୩୦୦ ଗ୍ରାମ, ଗୁଜୁରାତି ୧୦ଟି ।
ପ୍ରଣାଳୀ _ ୪ ଲିଟର କ୍ଷାରକୁ ଫୁଟାଇ ୨ ଲିଟର କରନ୍ତୁ । ଏଥିରେ ଚାଉଳ ଚୂନା, ମଇଦା, ଚିନି ମିଶାଇ ଘାଣ୍ଟନ୍ତୁ । ଏହାକୁ ଚକୁଳି ଆଣ ଭଳି କରନ୍ତୁ । ଏହି ଆଣ ଅଠାଳିଆ ହୋଇଗଲେ ଓହ୍ଲାଇ ଥଣ୍ଡା କରିନିଅନ୍ତୁ । ଏହାପରେ ନଡିଆ କୋରା ସହିତ ଖୁଆ ଚିନି ଗୁଜୁରାତି ଗୁଣ୍ଡ କରି ପୁର ତିଆରି କରନ୍ତୁ । ଏହାପରେ ତାୱାରେ ଚାଉଳ ଚୁନା ଆଣକୁ ଚକୁଳିପରି ପତଳା କରନ୍ତୁ । ଏହା ସିଝିଗଲେ ଏହା ଉପରେ ନଡିଆ ପୁର ଦେଇ ଗୁଡାଇ ନିଅନ୍ତୁ । ଅଳ୍ପ ଉଷୁମ ଥିବା ସମୟରେ ପରଷନ୍ତୁ । ଖୁବ ସ୍ବାଦିଷ୍ଟ ହୋଇଥାଏ ।
Tags:



